ଚାଣକ୍ୟ ନୀତି: ପୁଋଷ ପାଇଁ ଏହି ୪ଟି କଥା ରଖନ୍ତୁ ସର୍ବଦା ଗୋପନୀୟ, କାହା ସହ ବି କରନ୍ତୁନି ସେୟାର- ନଚେତ ପସ୍ତେଇବେ

ଚାଣକ୍ୟ ଙ୍କୁ କିଏ ବା ନ ଜାଣେ । ତାଙ୍କର ସବୁ ନୀତି ଆମ ଜୀବନରେ ବହୁତ କାମରେ ଆସିଥାଏ । ଏକ ଶାନ୍ତି ପୂର୍ଣ୍ଣ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ସବୁ ସମୟରେ ପ୍ରଜୁଯ୍ୟ । ବହୁତ ଲୋକ ଏହି କଥାକୁ ମାନି ନିଜ ଜୀବନରେ ପ୍ରୟୋଗ ମଧ୍ୟ କରନ୍ତି । ଯଦି କୌଣସି ଲୋକ କେବେ ତାଙ୍କ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତେବେ ଚାଣକ୍ୟ ନୀତି ଅନୁସାରେ କିଛି ସରଳ ସମାଧାନ କରିହେବ । ତେବେ ଆଜି ଆମେ ଆପଣଙ୍କୁ ଏହି ଚାଣକ୍ୟ ନୀତି ଅନୁସାରେ ପୁରୁଷ ମାନଙ୍କ ପାଇଁ କିଛି ତଥ୍ୟ ଅଛି ସେ ବିଷୟରେ ଆଲୋଚନା କରିବା । ଚାଣକ୍ୟ ନୀତି ଅନୁସାରେ ପୁରୁଷ ମାନଙ୍କ ପାଇଁ ଏହି 4ଟି କଥା ହେଉଛି ବହୁତ ଗୋପନୀୟ ଯାହା କାହା ସହ ମଧ୍ୟ ଶେୟର କରିବା କଥା ନୁହେଁ ।

ଆର୍ଥିକ ସ୍ଥିତି

ଗୋଟେ ପୁଋଷ ପାଇଁ  ସବୁଠୁ ବଡ ଗୋପନୀୟ କଥା ହେଉଛି ତାର ଆର୍ଥିକ ସ୍ଥିତି । ଆର୍ଥିକ ସ୍ଥିତି ବିଷୟରେ କାହା ଆଗରେ ବି କହିବା କଥା ନୁହେଁ, ଏହା ଦ୍ଵାରା ଲୋକେ ଆପଣଙ୍କର ପରିହାସ କରି ପାରନ୍ତି । ଏହା ବ୍ଯତୀତ ନିଜର ହାନି ଅଥବା ଲାଭ ନେଇ କେବେ କାହାର ପରାମର୍ଶ ନେବା ଉଚିତ ନୁହେଁ । କାରଣ ଆପଣଙ୍କ ହାନୀର କେହି ଭରଣା କରିପାରିବେ ନାହିଁ । ଏଣୁ କାହା ସହ ଏ ନେଇ ଆଲୋଚନା କଲେ ନିଜର ଦୁର୍ବଳତା ପଦାରେ ପକାଇବା ସହ ସମାନ ।

ନିଜର ସମସ୍ୟା

ନିଜର ସମସ୍ଯା କେବେବି କାହା ଆଗରେ କୁହନ୍ତୁ ନାହିଁ । କାହିଁକି ନା ଲୋକେ ଏହାର ଫାଇଦା ଉଠାଇ ପାରନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ସମସ୍ୟା ଅନ୍ୟ ଆଗରେ ବଖାଣିବାକୁ ଭଲ ପାଆନ୍ତି । ହେଲେ ମନେ ରଖନ୍ତୁ ଆପଣଙ୍କ ସମସ୍ୟା ସବୁ ବେଳେ ଆପଣଙ୍କର । ଆପଣଙ୍କ ସମସ୍ୟାର କେହିବି ସମାଧାନ କରିପାରିବେନି କି ଆପଣଙ୍କ କଥାକୁ ଠିକରେ ଶୁଣିବେ ବି ନାହିଁ। ଯଦି ବି ଶୁଣିବେ ଆପଣଙ୍କ ପଛରେ ଆପଣଙ୍କୁ ନେଇ ଥଟ୍ଟା ପରିହାସ କରିବେ।

ନିଜ ପତ୍ନୀଙ୍କ ବିଷୟରେ

ନିଜ ପତ୍ନୀଙ୍କ ସମ୍ପର୍କିତ ଅଭିଯୋଗ କାହା ଆଗରେ କରନ୍ତୁନି। ପତ୍ନୀ କେବଳ ଆପଣଙ୍କର ନୁହଁନ୍ତି ଆପଣଙ୍କ ପରିବାରର ମାନ ଓ ଇଜ୍ଜତ ମଧ୍ୟ। ପାରିବାରିକ ଚଳଣିରେ ମାନମନାନ୍ତର ତ ରହିବ। ତେବେ ଏ ନେଇ କେବେ କାହା ଆଗରେ ଅଭିଯୋଗ କରନ୍ତୁନାହିଁ। ନଚେତ ଘରର କଥା ପଦାରେ ପଡି ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିବ।

ନିଜର ଅପମାନ

ସେହିପରି କେହି ନିଜର ଅପମାନ ସମ୍ପର୍କରେ ମଧ୍ୟ କାହାରିକୁ କହିବା କଥା ନୁହେଁ। ଯଦି କାହା ଦ୍ୱାରା କେଉଁଠି ଆପଣ ଅପମାନିତ ହୋଇଥାନ୍ତି ତେବେ ଏହି ଅପମାନକୁ ନିଜ ଭିତରେ ହିଁ ରଖନ୍ତୁ। ନଚେତ ଆପଣଙ୍କ ଦୁର୍ବଳତା ପଦାରେ ପଡିବ। ଏଣୁ ଏଥିପ୍ରତି ପ୍ରତ୍ୟେକ ପୁଋଷ ଯତ୍ନବାନ ହେବା ଆବଶ୍ୟକ, ନଚେତ ସଭ୍ୟ ସମାଜରେ ଗଣ୍ୟ ହେବେ ନାହିଁ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *