ମରିଗଲେ ବି ଏହି 3ଜଣଙ୍କ ଠାରୁ ଭୁଲରେ ବି ସାହାଯ୍ୟ ମାଗିବ ନାହିଁ- Chanakya Niti

ଚାଣକ୍ୟ କହିଛନ୍ତିକି କେଉଁ ତିନୋଟି ଲୋକଙ୍କ ସହୁତ ଭୁଲରେ ସାହାର୍ଯ୍ୟ ମାଗିବା କଥା ନୁହେଁ । ବେଳେବେଳେ ଆମେ ବହୁତ ଅସୁବିଧାରେ ପଡିଯାଉ ଓ ସାହାର୍ଯ୍ୟ ମାଗିବାକୁ ବାଧ୍ୟ ହୋଇଥାଉ । ସାହାର୍ଯ୍ୟ ମାଗିବା ପୂର୍ବରୁ ଏହି ତିନୋଟି ଲୋକଙ୍କ ବିଷୟରେ ଜାଣିନେବା ଉଚିତ ।

ଏମାନଙ୍କଠୁ ଦୂରେଇ ରୁହନ୍ତୁ ଓ ସାହାର୍ଯ୍ୟ ମାଗନ୍ତୁ ନାହିଁ । ଆସନ୍ତୁ ଜାଣିବା ସେମାନେ କେମିତି ଲୋକ । ଚାଣକ୍ୟ କହିଛନ୍ତି ଯେଉଁ ଲୋକ ସବୁବେଳେ ଦୁଃଖୀ ରହିଥାନ୍ତି ତାକୁ ଭୁଲରେବି ସାହାର୍ଯ୍ୟ ମାଗିବା କଥା ନୁହେଁ ।

Image Courtesy: Google

ଯେଉଁ ବ୍ୟକ୍ତି ପ୍ରଥମରୁ ହିଁ ଦୁଃଖୀ ଅଛି, ଯିଏ ନିଜ ଭାଗ୍ୟ ଉପରେ ନିଜେ କାନ୍ଦୁଛି  ସେ କାହାକୁ କଣ ସାହାର୍ଯ୍ୟ କରିବ । ତାକୁ ସାହାର୍ଯ୍ୟ ମାଗିଲେବି ସେ ତୁମକୁ ତାର ବହୁତ କଥା କହିବ, ଆପଣ ଯାଇଥିବେ ନିଜ ସାହାର୍ଯ୍ୟ ମାଗିବା ପାଇଁ  କିନ୍ତୁ ସେ ତା ନିଜ ଦୁଃଖ ଜଣାଇବା ଆପଣଙ୍କୁ ଲାଗିବକି ମୋ ସାହାର୍ଯ୍ୟ କରିବାର କଥା ମୁଁ କଣ ସାହାର୍ଯ୍ୟ ମାଗୁଛି । ଯେଉଁ ବ୍ୟକ୍ତି ଦୁଃଖୀ ରହୁଛି ତା ପାଖକୁ ଜାଆନ୍ତୁ ନାହିଁ ।

Image Courtesy: Google

ଦିତୀୟରେ ଚାଣକ୍ୟ କହିଛନ୍ତି ଯାହାର ଚରିତ୍ର ଖରାପ ଅଟେ, ଯାହାର କିଛି ଇଜ୍ଜତ ନଥାଏ ତାଙ୍କ ସହିତ ମିଶିବେନି, ତାଙ୍କ ସହିତ ମିଶିଲେ ଆପଣଙ୍କ ସନମାନ ହାନି ହୋଇପାରେ । ଏମାନଙ୍କ ପାଖରେ ବହୁତ ତାଙ୍କ ପଇସା ଥାଇପାରେ ସେ ସାହାର୍ଯ୍ୟ ମଧ୍ୟ କରିପାରିବେ । ଆପଣଙ୍କୁ ଲାଗିପରେ ଏମାନେ ଆପଣଙ୍କ ସାହାର୍ଯ୍ୟ କରିପାରନ୍ତି କିନ୍ତୁ ଏଭଳି ଲୋକଙ୍କଠୁ ସାହାର୍ଯ୍ୟ ନେବା ଅପେକ୍ଷା ଦୁଃଖୀ ରହିବା ବହୁତ ଭଲ ।

Image Courtesy: Google

ତୃତୀୟଟି ହେଲା ଚାଣକ୍ୟ କହିଛନ୍ତିକି ଏମିତି ଲୋକଙ୍କଠୁ ସାହାର୍ଯ୍ୟ ମାଗିବା ଉଚିତ ନୁହେଁ ସେ ହେଉଛନ୍ତି ମୂର୍ଖ ଲୋକ । ମୂର୍ଖତାରେ ଭାର ଲୋକଙ୍କ ଠୁ କେବେବି ସାହାର୍ଯ୍ୟ ନେବେନି ସେ ସବୁବେଳେ ମୂର୍ଖଭଳି କଥା କହିଥାନ୍ତି, ପଢା ଲେଖାରେ ମୂର୍ଖ ହେବାର କିଛି ଲେନଦେନ ନଥାଏ । ହୋପରେ ପଢା ଲେଖା ଲୋକବି ମୂର୍ଖ ହୋଇପାରନ୍ତି ଓ ଯେଉଁମାନେ କମ ପାଠ  ପଢିଥାନ୍ତି ସେମାନେ ଚାଲକି ହୋଇପାରନ୍ତି ।  କିନ୍ତୁ ଯେଉଁ ମାନେ ମୂର୍ଖଭଳି କଥା କୁହନ୍ତି କଥା ଏପଟ ସେପଟ କରନ୍ତି ସେହିଭଳି ଲୋକଙ୍କ ଠାରୁ ସାହାର୍ଯ୍ୟ ନେଇ କଣ କରିବେ ।

Image Courtesy: Google

ଏଭଳି ଲୋକଙ୍କୁ ଆପଣ ଯଦି ନିଜ କଥା କହି ସାହାର୍ଯ୍ୟ ମାଗିବେ କିନ୍ତୁ ଏହି କଥାକୁ ଚାରିଆଡେ କହି ବଦନାମ କରି ଆପଣଙ୍କ ସନମାନ ହାନି କରିଥାନ୍ତି । ସେହି ଲୋକଙ୍କ ଠାରୁ ସାହାର୍ଯ୍ୟ ନିଅନ୍ତୁ ଯିଏ ଆପଣଙ୍କୁ ଓ ଆପଣଙ୍କ କଥାକୁ ଗୁପ୍ତ ରଖିବେ । ଓ ଆପଣଙ୍କ କଥା ଶୁଣିବ ଓ ଭଲ ଉପଦେଶ ଦେବ । ଏମିତିରେ କାହାକୁ ସାହାର୍ଯ୍ୟ ମାଗନ୍ତୁ ନାହିଁ, ଓ ନିଜ ଅସୁବିଧା ସେୟାର କରନ୍ତୁ ନାହିଁ । ଖାଲି ଏଥିରେ ଆପଣଙ୍କର ବଦନାମୀ ହୋଇଥାଏ ।

Leave a Reply

Your email address will not be published. Required fields are marked *