ମାତା ପିତା ପିଲାଙ୍କ ବିଷୟରେ ଏହି 3ଟି କଥା କେବେ ଭୁଲରେ ବି ଭୁଲନ୍ତୁ ନାହିଁ- Chanakya Niti

ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ହେବା ସହିତ ଜଣେ ସମାଜଶାସ୍ତ୍ରୀ ଥିଲେ । ଚାଣକ୍ୟକଙ୍କୁ ବିଭିନ ବିଷୟରେ ଗଂଭୀର ଜ୍ଞାନ ମଧ୍ୟ ଥିଲା । ଚାଣକ୍ୟଙ୍କୁ ଅର୍ଥଶାସ୍ତ୍ରର ଜ୍ଞାତା କୁହାଯାଏ । ଏହା ସହିତ ଚାଣକ୍ୟ ରାଜନୀତି ଓ କୁଟ ନୀତିରେ ବି ବିଦ୍ଵାନ ଥିଲେ । ଏହି ସବୁ ବିଷୟର ଅଧ୍ୟୟନରେ ଚାଣକ୍ୟ ମାନବଙ୍କ ହିତ ପାଇଁ ବହୁତ କଥା ଲେଖିଥିଲେ, ତାହାକୁ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ଥାନ ଦେଇଥିଲେ ।

ଆଜି ମଧ୍ୟ ଚାଣକ୍ୟ ନୀତି କଥା ଉପରେ ବହୁତ ସଂଖ୍ଯାରେ ଲୋକ ବିଶ୍ବାସ କରନ୍ତି ଓ ଚାଣକ୍ୟ ନୀତି କଥାକୁ ନିଜ ଜୀବନରେ ଲଗେଇବାକୁ ଚେଷ୍ଟା କରିଥାନ୍ତି ।

Image Courtesy: Google

ଚାଣକ୍ୟ ନିଜର ଚାଣକ୍ୟ ନୀତିରେ ସବୁ ବିଷୟ ଓ ସମ୍ପର୍କ ଉପରେ ପ୍ରକାଶ କରାଇଥିଲେ । ଚାଣକ୍ୟଙ୍କ ଅନୁସାରେ ଛୁଆଙ୍କ ମାମଲାରେ କିଛି କଥାର ସବୁବେଳେ ଧ୍ୟାନ ରଖିବା ଦରକାର । ଚାଣକ୍ୟଙ୍କ ଭଲ ଲାଳନ ପାଳନରେ ହିଁ ରାଷ୍ଟ୍ରର ଭବିଷ୍ୟ ନିର୍ଭର କରେ । ସେଥି ପାଇଁ ଛୁଆଙ୍କ ମାମଲାରେ ମାତା ପିତାଙ୍କୁ କେବେବି ଏହି କଥାକୁ ଭୁଲିବା ଉଚିତ ନୁହେଁ ।

Image Courtesy: Google

ଛୁଆଙ୍କୁ ଭଲ ସଂସ୍କାର ଦିଅନ୍ତୁ

ଛୁଆ ଭିତରେ ଭଲ ସଂସ୍କାର ଦେବା ମାତା ପିତାଙ୍କ ଦାଇତ୍ଵ ଅଟେ । ମାତା ପିତା ଛୁଆଙ୍କୁ ସବୁବେଳେ ଭଲ କଥା ଶିଖେଇବା ଦରକାର । ଛୁଆ ମାନଙ୍କୁ ମହାପୁରୁଷଙ୍କ ବିଷୟରେ କହିବା ଦରକାର ଓ ସେମାନଙ୍କଠୁ ପ୍ରେରଣା  ନେବା ପାଇଁ ପ୍ରେରିତ କରିବା ଆବଶ୍ୟକ । ଭଲ ସଂସ୍କାର ହିଁ ଛୁଆଙ୍କୁ ଶ୍ରେଷ୍ଠ ନାଗରିକ ବନେଇଥାଏ ।

Image Courtesy: Google

ଖରାପ ବ୍ୟବହାରରୁ ଛୁଆଙ୍କୁ ଦୂରେଇ ରଖିବେ

ଛୁଆଙ୍କୁ ସବୁବେଳେ ଖରାପ କଥାରୁ ଦୂରେଇକି ରଖିବା ଦରକାର । ସେଥିପାଇଁ ମାତା ପିତାଙ୍କୁ ଯଦି କିଛି ଜିନିଷର ତ୍ୟାଗ କରିବାକୁ ପଡିବ ତାହେଲେ କରନ୍ତୁ । କାରଣ ଖରାପ କଥା ପିଲାଙ୍କୁ ଖରାପ ରାସ୍ତାରେ ନେଇଥାଏ । ଯେଉଁଥି ପାଇଁ ପିଲାଙ୍କ ଭବିଷ୍ୟ ଖରାପ ହୋଇଥାଏ । ମାତା ପିତା ପିଲାକୁ ମିଛ, ଚାଲାକି ଓ ଅଳସ ପଣରୁ ଦୂରେଇ ରଖନ୍ତୁ ।

Image Courtesy: Google

ପିଲାଙ୍କଠାରେ ଅନୁଶାସନ ଭାବନା ତିଆରି କରନ୍ତୁ

ବାପା ମା ପିଲାଙ୍କ ଭିତରେ ଅନୁଶାସନର ଭାବନା ଆଣିବା ଦରକାର । ଅନୁଶାସନ ଦ୍ଵାରା ପିଲାଙ୍କ ଜୀବନ ଶୈଳୀରେ ପରିବର୍ତନ ଆସିଥାଏ ଓ ସମୟର ମୂଲ୍ୟକୁ ବୁଝନ୍ତୁ । ଯିଏ ସମୟର ମହତ୍ଵକୁ ବୁଝିଥାଏ, ସେ ଜୀବନରେ ସଫଳତା ପାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *