ଯଦି ଆପଣଙ୍କୁ ଏହି ୩ ଟି ସଂକେତ ମିଳିବ ତ ମନେ ରଖନ୍ତୁ ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି

କୁହାଯାଏ ଜୀବନ ର ୨ ଟି କୂଳ ସୁଖ ଓ ଦୁଃଖ ହୋଇଥାଏ । ଏଇ ସୁଖ ଓ ଦୁଃଖ ଜୀବନକୁ ଆଗକୁ ବଢ଼ିବାରେ ସହଯୋଗ କରେ । ସମସ୍ତେ ଚାହାଁନ୍ତି ସେମାନେ ସବୁବେଳେ ସୁଖ ରେ ରୁହନ୍ତୁ ହେଲେ, ଏମିତି ସମ୍ଭବ ହୋଇନଥାଏ । ସୁଖ ଥିଲେ ଦୁଃଖ ବି ଥାଏ । ସାରାଦୁନିଆ କୁ ଧର୍ମନିତି ଓ କୂଟନୀତି ବିଷୟରେ ଜ୍ଞାନ ଦେଉଥିବା ଅର୍ଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ ସେ କହିଛନ୍ତି ଆମ ଜୀବନ ରେ କିଛି ବି ନିରଥର୍କ ହୋଇନଥାଏ ।

ସବୁ ଘଟଣା ପଛରେ କିଛି ନା କିଛି କାରଣ ନିଶ୍ଚିତ ରହିଥାଏ । ସେ ଏମିତି କିଛି ନୀତି କହିଛନ୍ତି ଯାହା ଫଳରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି ।

ଅନ୍ୟ ଉପରେ ନିର୍ଭର କରିବା-

ଅର୍ଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଶାରୀରିକ କାରଣ କୁ ଛାଡ଼ି ସମସ୍ତେ ନିଜ ଜୀବିକା ପାଇଁ ନିଜେ ସକ୍ଷମ ହୋଇଥାନ୍ତି । ହେଲେ ନିଜ ଜ୍ଞାନ ଓ ଇଛା ଶକ୍ତି ଅଭାବରୁ ଅନ୍ୟ ଉପରେ ନିର୍ଭର କରିବା ଖରାପ ସମୟ ର ସଂକେତ ହୋଇଥାଏ । ତେଣୁ ନିଜେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରିବା ଦରକାର ।

ଆପଣଙ୍କ କଷ୍ଟ ର ଫଳ ଆଉ କାହାକୁ ମିଳିବା –

ଯଦି ଆପଣ ପରିଶ୍ରମ କଲା ପରେ କଷ୍ଟ ର ଫଳ ଆଉ କାହାକୁ ମିଳେ ତ ବୁଝିନେବେ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । ଭଲ କାମ ର ଇନାମ୍ ସମସ୍ତଙ୍କୁ ମିଳେ ହେଲେ ଯଦି ଆପଣ କାମ ର ଫଳ ଆଉ କାହାକୁ ମିଳେ ତ ଏ ଆପଣଙ୍କ ପାଇଁ ଖରାପ ସଂକେତ ହୋଇପାରେ ।

ଜୀବନ ର ୨ ଟି ସବୁଠୁ ସୂକ୍ଷ୍ମ ମୋଡ଼

ସମସ୍ତଙ୍କ ଜୀବନ ରେ ୨ ଟି ମୋଡ଼ ଆସିଥାଏ ଗୋଟେ ପିଲାବେଳ ଓ ଅନ୍ୟ ଟି ବାର୍ଦ୍ଧକ୍ୟ । ପିଲାବେଳ ଆମେ ମା ବାପା ଓ ବୃଦ୍ଧ ବେଳେ ସ୍ବାମୀ ବା ସ୍ତ୍ରୀ ଉପରେ ନିର୍ଭର କରିଥାଉ । ଯଦି ପିଲାଟିର ବାପା ମା, କି ବୃଦ୍ଧ ବେଳେ ନିଜ ସାଥି ମରିଯାଆନ୍ତି ତ ଆପଣଙ୍କ ଖରାପ ସମୟ ଆସିଯାଏ ।

ବାର୍ଦ୍ଧକ୍ୟ ସମୟରେ ଭାବନାତ୍ମକ ସାହାରା ବେଶୀ ଦରକାର ହୁଏ ଯଦି ସେ ସମୟରେ ସାଥି ହାତ ଛାଡ଼ି ଦିଅନ୍ତି ତ ଆପଣ ଙ୍କ ଜୀବନ ର କଠିନ ପରିସ୍ଥିତି ଆସିବାର ସଂକେତ ହୋଇଥାଏ ।

Leave a Reply

Your email address will not be published. Required fields are marked *