ଚର୍ଚ୍ଚାରେ Odia ଝିଅ Roja Rana, ଯିଏ ଦିନେ Bollywood ସୁପରଷ୍ଟର Madhuri ଓ Tigerଙ୍କୁ କରିଥିଲେ Choreography…. ଦେଖନ୍ତୁ Video

ରୋଜା ରାଣା ନାମକ ଝିଅ ଯିଏ ରାଉରକେଲାରୁ ଯାଇ ମୁମ୍ବାଇ ମାୟା ନଗରିରେ କାମାଲ କରିଛନ୍ତି । କିଛି ଦିନ ପୂର୍ବେ ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ “ଡ୍ୟାନ୍ସ ଅଫ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ” ରେ ଦିତୀୟ ରନର୍ସ ଅଫ ହାସଲ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହା ଭିତରେ ସେ ଅନେକ ସୁପରଷ୍ଟାର ମାନଙ୍କୁ ଡ୍ୟାନ୍ସର ତଡକା ଶିଖାଇଛନ୍ତି । ରୋଜା ମାଧୁରୀ ଦୀକ୍ଷିତ, ଟାଇଗର ସରଫଙ୍କ ଭଳି କଳାକାର ମାନଙ୍କ ପାଇଁ କୋରିଓଗ୍ରାଫର କରିଛନ୍ତି ।

ଆଗକୁ ସେ ଏମିତି କାମ କରିବେ ବୋଲି ରୋଜା ରାଣା କହିଛନ୍ତି । ସେ କହିଛନ୍ତି ସେ ଡ୍ୟାନ୍ସର ହେବା ସହ ଅଭିନେତ୍ରୀ, କୋରିଓଗ୍ରାଫର ଅଟନ୍ତି । ସେ ବଲିଉଡ କଳାକାର ଅନିଲ କପୁର, ମାଧୁରୀ ଦୀକ୍ଷିତ, କରିନା କପୁର, କ୍ଯାଟ୍ରିନା କେଫ, ବିକି କୌଶଳ, ସଲମାନ ଖାନ, ପରିଣିତା ଚୋପ୍ରା, ଅର୍ଜୁନ କପୁର, ମିଥୁନ ଦାଦା, ଜ୍ୟାଙ୍କଲିନ ଫର୍ଣ୍ଣାଣ୍ଡିଜ, ବାନି କପୁରଙ୍କ ସହ କାମ କରିଛନ୍ତି ।

ବଲିଉଡ କଳାକାର ମାନଙ୍କ ସହ ମଜାମସ୍ତି କରି କାମ କରି ବହୁତ ଖୁସି ଅନୁଭବ କରିଛନ୍ତି ବୋଲି ରୋଜି କହିଛନ୍ତି । ଏମିତିକି ଅଭିନେତା ଟାଇଗର ଶ୍ରଫଙ୍କ ସହ ପ୍ରଥମ ଦିନରୁ ବହୁତ ମିଶି ଯାଇଥିଲେ । ଟାଇଗର ଶ୍ରଫ ରୋଜାଙ୍କ ସହ ପ୍ରାଟିଶ କରିବା ସହ ସୋ ରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଦୁହିଙ୍କ ମଧ୍ୟରେ ବଣ୍ଡିଙ୍ଗ ଭଲ ହୋଇଥିବାରୁ ଡ୍ୟାନ୍ସ ପ୍ରାଟିସ କରିବା ସମୟରେ ବହୁତ ମଜା ଆସେ ବୋଲି ରୋଜି କହିଛନ୍ତି ।

ରୋଜା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲର ସାଙ୍ଗ ମାନେ ତାଙ୍କୁ ନେଇ ଗର୍ବିତ ଅନୁଭବ କରୁଛନ୍ତି । ସ୍କୁଲର ସାଙ୍ଗ ମାନେ ତାଙ୍କୁ ଏକ ମ୍ଯାସେଜ ଜରିଆରେ ଅନେକ ଶୁଭକାମନା ଦେବା ସହ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ତାଙ୍କ ବନ୍ଧୁ ମାନେ ତାଙ୍କୁ ଟିଭିରେ ବଡ ବଡ ସେଲିବ୍ରେଟିଙ୍କ ସହ କାମ କରୁଥିବାର ଦେଖି ତାଙ୍କୁ ବହୁତ ସପର୍ଟ ମଧ୍ୟ କରିଛନ୍ତି । ତାଙ୍କ ସାଙ୍ଗ ମାନେ ଆଗକୁ ଯାଇ ସେ ବଡ ଡ୍ୟାନ୍ସର ହେବେ ବୋଲି ଜାଣିଥିଲେ ଏଭଳି ମତାମତ ଦେଇଛନ୍ତି ରୋଜି ।

ରୋଜା ଅଭିନେତ୍ରୀ ମାଧୁରୀଙ୍କ ଡ୍ୟାନ୍ସ ପ୍ରାତିଶ କରିବା ପାଇଁ ତାଙ୍କ ଘରକୁ ଯାଇଛନ୍ତି । ତାଙ୍କ ଭଳି ହାର୍ଡ ୱାର୍କିଙ୍ଗ ଆଉ କେହି ନାହାନ୍ତି ବୋଲି ରୋଜି କହିଛନ୍ତି । ଏହା ସହ ଅଭିନେତା ଟାଇଗର ଶ୍ରଫ ମଧ୍ୟ ବହୁତ ପରିଶ୍ରମୀ ଯାହାଙ୍କ ଠାରୁ ରୋଜିଙ୍କୁ ସହଯୋଗ ମିଳୁଥିଲା । ତାଙ୍କ ବାପା ମାଙ୍କ ସମର୍ଥନ ପାଇ ଆଜି ମୁମ୍ବାଇରେ ରହି ସଂଘର୍ଷ କରି ସେଠାରେ କାମ କରି ରହୁଛନ୍ତି ।

ଡ୍ୟାନ୍ସ ତାଙ୍କ ପାଇଁ ଏକ ଖୁସି ଆଣିଥାଏ । ଏହା କରିବାକୁ ସେ ଅଧିକ ଆଗ୍ରହ ହୁଅନ୍ତି । ରୋଜା ଶେଷରେ ମତ ଦେଇଛନ୍ତି ଯେ ଯେଉଁ ଝିଅ ମାନେ ଡ୍ୟାନ୍ସ , ସଂଗୀତ, ଅଭିନୟ ପ୍ରତି ଆଗ୍ରହ ସେମାନେ ନିଜର ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ କ୍ଯାରିୟରରେ ଆଗକୁ ବଢିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ରୋଜା ରାଣାଙ୍କର ଡ୍ୟାନ୍ସ ଓ କୋରିଓଗ୍ରାଫର ପର୍ଫୋମାଂସ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *