Special Story: ଚର୍ଚ୍ଚାରେ Chinaର ଏହି ବିରଳ ଗୁମ୍ଫା, ଯେଉଁଠି ଅଛି ସ୍ଵର୍ଗକୁ ରାସ୍ତା, ଦେଖନ୍ତୁ Video

ଏହି ଦୁନିଆରେ ବହୁତ ଅଜବ ଅଜବ ସ୍ଥାନ ଅଛି ଯାହା ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଓ ସେହି ସ୍ଥାନକୁ ଯାଇ ସେହି ସମସ୍ତ ଜିନିଷକୁ ଦେଖିବା ପାଇଁ ତାଙ୍କ ମଧ୍ୟରେ ଏକ ପ୍ରକାରର ଆଗ୍ରହ ଚାଲି ଆସେ । ଏହି ସମସ୍ତ ସ୍ଥାନ ଗୁଡିକ ମଧ୍ୟରୁ କିଛି ସ୍ଥାନ ଓ ଜିନିଷକୁ ମନୁଷ୍ୟ ନିଜର ପରିଶ୍ରମ ଓ ବୁଦ୍ଧି ବଳରେ ନିମାର୍ଣ କରିଛି ତ ଅନ୍ୟ କିଛି ସ୍ଥାନ ପ୍ରାକୃତିକ ରୂପରେ ପ୍ରସ୍ତୁତ ହୋଇଛି ।

ଆଜି ଆମେ ଆପଣଙ୍କୁ ଏହିଭଳି ଏକ ସ୍ଥାନ ବିଷୟରେ କହିବୁ । କହିବାକୁ ଗଲେ ଆପଣମାନେ ପ୍ରାୟତଃ ସ୍ଵର୍ଗକୁ ରାସ୍ତା ଅଛି ବୋଲି ଶୁଣିଥିବେ କିନ୍ତୁ ଏହା କେଉଁ ସ୍ଥାନରେ ଅଛି ଏହା ବିଷୟରେ ଜାଣି ନ ଥିବେ । କହିଦେଉଛୁ କି ଚୀନରେ ଏହିଭଳି ଏକ ସ୍ଥାନ ଅଛି । ଚୀନର ଏହି ଗୁମ୍ଫାକୁ ଲୋକମାନେ ସ୍ଵର୍ଗର ଦ୍ଵାର ବୋଲି କୁହନ୍ତି ।

ଏହି ସ୍ଥାନଟି ତିଆନମେନ ମାଉଣ୍ଟେନ ନାମରେ ପ୍ରସିଦ୍ଧ ଏହି ସ୍ଥାନ । ଏହା ସମସ୍ତ ପର୍ଯ୍ୟଟକମାନଙ୍କୁ ବହୁତ ଆକର୍ଷିତ ମଧ୍ୟ କରିଥାଏ । ୧୯୧୮ ମିଟର ଉଚ୍ଚ ଏହି ପାହାଡରେ ଥିବା ଗୁମ୍ଫାକୁ ଦୁନିଆର ସବୁଠୁ ଉଚ୍ଚ ଗୁମ୍ଫାର ପରିଚୟ ମଧ୍ୟ ମିଳିସାରିଛି । ଏହି ଗୁମ୍ଫାର ସବୁଠୁ ବଡ କଥା ହେଉଛି କି ଲୋକମାନେ ଏହାକୁ ସ୍ଵର୍ଗର ଦ୍ଵାର ବୋଲି ମଧ୍ୟ କୁହନ୍ତି । କୁହାଯାଏ କି ବହୁତ ବର୍ଷ ପୂର୍ବେ ଏହି ପାହାଡର କିଛି ଅଂସ ଭାଙ୍ଗି ଯାଇ ଥିଲା ଓ ଏହା ପରେ ହିଁ ଏହି ଗୁମ୍ଫାର ନିର୍ମାଣ ହୋଇଥିଲା ।

୧୯୬ ଫୁଟ ଲମ୍ବ, ୪୩୧ ଫୁଟ ଉଚ୍ଚ ଓ ୧୮୭ ଫୁଟ ଚଉଡା ବିଶିଷ୍ଟ ଏହି ଗୁମ୍ଫା ପାଖାପାଖି ୫୦୦୦ ହଜାର ଫୁଟ ଉଚ୍ଚତାରେ ଅଛି । ସେଥିପାଇଁ ଏହା ବାଦଲ ମଧ୍ୟରେ ଘେରି ହୋଇ ଅଛି । ଲୋକମାନେ ଏହାକୁ ସ୍ଵର୍ଗର ଦ୍ଵାର ବୋଲି ମଧ୍ୟ କୁହନ୍ତି ।

ଏହି ସ୍ଥାନକୁ ଯିବା ପାଇଁ ଲୋକମାନେ ରାସ୍ତା ସହିତ କେବୁଲ ୱେୟାର ମଧ୍ୟ ବ୍ୟବାହାର କରିଥାନ୍ତି । ଦୁନିଆର ସବୁଠୁ ଉଚ୍ଚରେ ଥିବା ଏହି କେବୁଲ ୱେୟାର ଗିନିଜ ବୁକ ଅଫ ୱାର୍ଲ୍ଡରେ ବି ନିଜ ନାଁ ସାମିଲ କରିଛି । କେବୁଲ ୱେୟାର ଓ ସଡକ ଦେଇ ଯିବା ପରେ ପର୍ଯ୍ୟଟକମାନେ ୯୯୯ ସିଢି ଚଢି ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିଥାନ୍ତି ।

ଏହି ୯୯୯ ନମ୍ବରକୁ ସୁପ୍ରିମ ବୋଲି କୁହାଯାଏ ଓ ଏହା ସମ୍ରାଟଙ୍କ ପ୍ରତୀକ ବୋଲି କୁହାଯାଏ । କହିଦେଉଛୁ କି ୨୦ ଶତାବ୍ଦୀରେ ତିଆନମେନ ମାଉଣ୍ଟେନ ପାଖରେ ଗୋଟିଏ ଝରଣା ଥିଲା ଯାହାକି ୧୫ ମିନିଟ ପାଇଁ ନଜର ଆସୁଥିଲା । ଏହାର ପାଣି ୧୫୦୦ ମିଟର ଉଚ୍ଚତାରୁ ତଳକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଏହି ଝରଣାର କୌଣସି ଅତା ପତା ନାହିଁ ।

ଏହି ପାହାଡରେ ବହୁତ ଗୁପ୍ତ ସମ୍ପତ୍ତି ଅଛି ଓ କେତେକେ ଲୋକମାନେ ଆଜି ବି ଏହାର ସନ୍ଧାନ କରୁଛନ୍ତି । ଏହି ସ୍ଥାନରେ ଗୋଟିଏ ବୌଦ୍ଧ ମଠ ବି ରହିଛି । ୧୧୯୦୦ ଏକର ଜମିରେ ଥିବା ଏକ ଗୁମ୍ଫା ମଧ୍ୟ ଏହି ସ୍ଥାନରେ ଅବସ୍ଥିତ । ସୁନ୍ଦରତାରେ ପରିପୂର୍ଣ ଏହି ସ୍ଥାନକୁ ଦେଖିବା ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକମାନଙ୍କର ଏହି ସ୍ଥାନରେ ଭିଡ ଜମିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *