ନମସ୍କାର ବନ୍ଧୁଗଣ । ନୂଆବର୍ଷ ରେ ଆସିଲା ଚାଷୀ ମାନଙ୍କ ପାଇଁ ଖୁସି ଖବର । ଜାନୁଆରୀ ପହିଲା ରୁ ଚାଷୀ ମାନଙ୍କୁ ମିଳିବ ପିଏମ କିଶାନ କିସ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନା ରେ ପଞ୍ଜିକୃତ ଚାଷୀ ମାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ କେନ୍ଦ୍ର ସରକାର । ଏଥର ପ୍ରଧାନମନ୍ତ୍ରୀ କୃଷକ ଯୋଜନା ରେ ଦଶମ କିସ୍ତି ଚାଷୀଙ୍କ ଆକାଉଣ୍ଟ କୁ ଯିବ । କୃଷି ମନ୍ତ୍ରାଳୟ ପକ୍ଷ ରୁ ଜାରି କରା ଯାଇଥିବା ସୂଚନା ଅନୁଯାୟୀ ୨୦୨୨ ଜାନୁଆରୀ ୧ ତାରିଖରେ ଚାଷୀ ଙ୍କ ଖାତାକୁ ପିଏମ କିଶାନ କିସ୍ତି ପଠାଇବା ପାଇଁ ଯୋଜନା କରୁଛନ୍ତି ମୋଦୀ ସରକାର ।

ପିଏମ କିଶାନ ଯୋଜନା ଅଧୀନରେ ପ୍ରତି ବର୍ଷ ୬ହଜାର ଟଙ୍କା ଲେଖାଏଁ ପଠା ଯାଇଛି । ଏହି ରାଶି ପ୍ରତି ବର୍ଷ ୩ଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ପଠା ଯାଉଛି । ପିଏମ କିଶାନ ଯୋଜନା ଅନୁଯାୟୀ ପ୍ରତି ବର୍ଷ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ ପ୍ରଥମ କିସ୍ତି, ଅଗଷ୍ଟ ରୁ ନଭେମ୍ବର ମାସ ମଧ୍ୟରେ ଦିତୀୟ କିସ୍ତି ଓ ଡିସେମ୍ବର ରୁ ମାର୍ଚ୍ଚ ମଧ୍ୟରେ ତୃତୀୟ କିସ୍ତି ଟଙ୍କା ପଠା ଯାଇଥାଏ ।
ଏହି କ୍ରମରେ ପ୍ରତି ବର୍ଷ ୩ଟି କିସ୍ତିରେ ଚାଷୀ ମାନଙ୍କୁ ୬ହଜାର ଟଙ୍କା ପଠା ଯାଏ । ତରୁଣ ମୂଳ ସ୍ତର ରେ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଅଙ୍ଗୀକାର ବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ମାନଙ୍କୁ ଆର୍ଥିକ ସୁବିଧାର ୧୦ମ କିସ୍ତି ପ୍ରଦାନ କରିବେ । ପ୍ରତେକ ହିତାଧୀକାରୀଙ୍କ ବ୍ଯାଙ୍କ ଆକାଉଣ୍ଟରେ ସିଧା ସଳଖ ଜମା ହେବ ।

ଏ ଯାଏଁ ପିଏମ କିଶାନ ଯୋଜନା ଅଧୀନରେ ଚାଷୀ ପରିବାରଙ୍କୁ ୧ଲକ୍ଷ ୬୦ ହଜାର ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇ ସାରିଛି । ନୂଆବର୍ଷ ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ମୋଦୀ ସକରାଙ୍କ ଟଙ୍କା । ୨୦୨୨ ଜାନୁଆରୀ ୧ ତାରିଖ ଅପରାହ୍ନ ସାଢେ ୧୨ଟା ପ୍ରଧାନମନ୍ତ୍ରୀ ଭିଡିଓ କଂଫେରାନ୍ସ ଜରିଆରେ ପିଏମ କିଶାନ ଯୋଜନାର ୨ହଜାର ଟଙ୍କା ହସ୍ତାନ୍ତର କରାଯିବ ।
ଏହା ଦ୍ଵାରା ୧୦ କୋଟିରୁ ଅଧୀକ ହିତାଧିକାରୀ ୨୦ ହଜାର କୋଟି ରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀ ଙ୍କ କାର୍ଜ୍ୟାଳୟ ପକ୍ଷ ରୁ କୁହା ଯାଇଛି । ପିଏମ କିଶାନ ଯୋଜନାରେ ଗତ ଅଗଷ୍ଟ ମାସରେ ନବମ କିସ୍ତି ସହାୟତା ଦିଆ ଯାଇଥିଲା ।

୯ କୋଟି ୭୫ଲକ୍ଷ ଚାଷୀ ଙ୍କ ଆକାଉଣ୍ଟକୁ ଯାଇଥିଲା ପ୍ରାୟ ୧୯ହଜାର ୫୦୦ କୋଟି ଟଙ୍କା । କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ବା ଏଫଟିଓକୁ ୧୪ କୋଟିରି ଅଧୀକ ଅର୍ଥ ଇଜ୍ୟୁଟି ଗାର୍ଡ ଆକାରରେ ପ୍ରଦାନ କରିବେ । ଏହା ଦ୍ଵାରା ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ । ଏହା ସହ ପ୍ରଧାନମାତୃ ଏଫଟିଓଙ୍କ ସହ ବାର୍ତ୍ତା ବିନିମୟ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଅବସରରେ ଉପସ୍ଥିତ ରହିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
