ବନ୍ଧୁଗଣ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ମାମଲାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି । ତେବେ ରୁଚିକାଙ୍କ ମୃତ୍ୟୁ ମାମଲାକୁ ନେଇ ସମସ୍ତେ ମୁହଁ ଖୋଲିବାରେ ଲାଗିଛନ୍ତି । ବର୍ତ୍ତମାନ ସମୟରେ ଛାତ୍ରନେତା ସଙ୍ଘମିତ୍ରା ଜେନା ରୁଚିକାଙ୍କ ମୃତ୍ୟୁ ମାମଲାକୁ ନେଇ କହିଛନ୍ତି ଗୋଟେ ଝିଅ ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଲା ତାର ମଜା ନେଉଛନ୍ତି ଯେଉଁମାନେ ସେମାନେ ହେଉଛନ୍ତି ମାନସିକ ରୋଗୀ । ରୁଚିକା ଆତ୍ମହତ୍ୟା କରି ନାହି ବରଂ ତାର ହତ୍ୟା ହୋଇଛି ବୋଲି ଦାବି କରିଛନ୍ତି ସଙ୍ଘମିତ୍ରା ଜେନା ।
ସେ ଆହୁରି ମଧ୍ୟ କହିଛନ୍ତି କି ଜଣେ ମାଆ ରାସ୍ତାରେ ବସିଛି ଯିଏ ସ୍ଵପ୍ନ ଦେଖିଥିଲା ତାର ଝିଅ ଆପିଏସ ବା ୟୁପିଏସ ହେବ ସେ ଆଜି ଝିଅକୁ ହରାଇ ନ୍ୟାୟର ଆଶାରେ ବସିଛି । କଲେଜର ପ୍ରିନ୍ସିପାଲ ଗୋଟେ ଆମକୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଘରକୁ ଚାଲିଗଲେ କାରଣ ତାଙ୍କ ପିଲା ତାଙ୍କୁ ଘରେ ଅପେକ୍ଷା କରିଥିବ ।
ସେମାନେ ଥରେ ବି ଚିନ୍ତା କରିଲେ ନାହିଁ ରାସ୍ତାରେ ମାଆ ବସିଛି ନିଜର ଝିଅର ମୃତ୍ୟୁ ମାମଲାର ନ୍ୟାୟ ପାଇଁ । ଆତ୍ମହତ୍ୟା କରିବାକୁ ବ୍ୟବସ୍ଥା ବାଧ୍ୟ କରିଛି ସେଥିପାଇଁ ରୁଚିକାଙ୍କ ମା ନ୍ୟାୟ ପାଇଁ ବସିଛନ୍ତି । ଯଦି ରୁଚିକାଙ୍କୁ ନ୍ୟାୟ ନ ମିଳେ ତେବ ଆହୁରି ରୁଚିକା ତିଆରି ହେବେ ଯାହା ବ୍ୟବସ୍ଥା ଦ୍ଵାରା ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଛାତ୍ରନେତା କହିଛନ୍ତି ।
ସରକାର କଲଜେରେ ହେଉଥିବା ରାଗିଙ୍ଗ ପ୍ରତି କୌଣସି ସଠିକ ପଦକ୍ଷେପ ନେଉ ନାହାନ୍ତି ଯାହା ପାଇଁ ରୁଚିକାଙ୍କ ଭଳି ଝିଅମାନେ ଏମିତି ପଦକ୍ଷେପ ନେଉଛନ୍ତି । ୨୦୨୧ରୁ ୨୦୨୨୨ ବର୍ଷ ମଧ୍ୟରେ ଆମ ରାଜ୍ୟରେ ପ୍ରାୟ ୬୦ଟି କେସ ରହିଛି ଯେଉଁଠି ରାଗିଙ୍ଗ ପାଇଁ ଛାତ୍ରଛାତ୍ରୀଙ୍କର ଜୀବନ ଯାଉଛି । କିନ୍ତୁ ଗୋଟେ ପିଲାକୁ ଆଜି ଯାଏଁ ନ୍ୟାୟ ମିଳି ନାହିଁ ଯାହା ଆମ ଦେଶ ପାଇଁ ନିନ୍ଦନୀୟ ଘଟଣା ଅଟେ ।
ଗତ କାଲୀ ବିଧାନସଭକୁ ଯାଇଥିଲେ ଶିକ୍ଷାମନ୍ତ୍ରୀ କିନ୍ତୁ ପରେ ଜଣା ପଡିଲାକି ତାଙ୍କୁ କୋଭିଡ଼ ହୋଇ ଯାଇଛି । କେତେବେଳେ ଶିକ୍ଷାମନ୍ତ୍ରୀଙ୍କୁ କେତେବେଳେ କେଉଁଠି ଟେଷ୍ଟ କାରଗଲା କେହି ଜାଣି ନାହାନ୍ତି । ଶିକ୍ଷାମନ୍ତ୍ରୀ ଯଦି ଭାବୁଛନ୍ତି କି ରାଜରାସ୍ତାରେ ଆଜି ସେମାନେ ବସିଛନ୍ତି ଆଉ ଦୁଇ ଦିନ ପରେ ଉଠିଯିବେ ତାହା ସପୂର୍ଣ୍ଣ ଭୁଲ ଧାରଣା ।
ସରକାରୀ ସଚିବରେ ଯେଉଁମାନେ ଅଛନ୍ତି ସେମାନେ ଆସି ଥରେ ରୁଚିକାଙ୍କ ମାଙ୍କୁ ଦେଖନ୍ତୁ ତା ହେଲେ ଜାଣିବେ ଗୋଟେ ଝିଅକୁ ହରାଇଲେ କେତେ କଷ୍ଟ ଲାଗିଥାଏ । ଛାତ୍ରନେତା କହିଛନ୍ତି କି ସେ କଲେଜରେ ପଢିବା ବେଳେ ସିନିୟରମାନଙ୍କୁ ସମ୍ମାନ ଦେବା ବାହନରେ ତାଙ୍କୁ ରାଗିଙ୍ଗ କରାଯାଉଥିଲା । ବିଧାନସଭାରେ ଯେଉଁ ସେଶନ ଚାଲିଛି ରାଗିଙ୍ଗକୁ ନେଇ ଆଇନ ପ୍ରଣୟନ କରାଯାଉ ବୋଲି ସେ କହିଛନ୍ତି ।
ହଷ୍ଟେଲରେ ଯେଉଁ ପିଲାମାନେ ରହୁଛନ୍ତି ସେମାନଙ୍କ ପାଇଁ ଆଣ୍ଟି-ରାଗିଙ୍ଗ ସେଲ କରାଯାଉ ଯେଉଁଠି ଜଣେ ପ୍ରତିନିଧି ରହିବା ସହ ଆଣ୍ଟି ରାଗିଙ୍ଗ ହେଲ୍ପଲାଇନ ରହୁ ଯେଉଁଠି ପିଲାମାନେ ସହଜରେ ଅଭିଯୋଗ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।