Special Story: ଚଉଠିର ଅଧା ହୋମରୁ ଉଠି ଦାନ କଲେ ରକ୍ତ, ପୁରା ଘଟଣା ଜାଣିବା ପରେ ଆପଣଙ୍କ କରିବେ ପ୍ରଶଂସା

ବର୍ତ୍ତମାନର ପରିସ୍ଥିତି ବିଷୟରେ ଆପଣ ସମସ୍ତେ ଅବଗତ ଅଛନ୍ତି । ଅର୍ଥାତ ଏହି ମ-ହା-ମା-ରୀ ସମୟରେ ସମସ୍ତେ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାହାର ସମ୍ପର୍କୀୟ କ-ରୋ-ନାରେ ମୃ-ତ୍ୟୁ ବରଣ କରୁଛି ଅନ୍ୟ କାହାକୁ କ-ରୋ-ନାରେ ପୀଡିତ ହେବା ପରେ ବେଡ ମିଲୁନି ତ କାହାକୁ ଅକ୍ସିଜେନ ମିଳୁ ନାହିଁ ।

କିନ୍ତୁ ଆମ ସମାଜରେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି କ-ରୋ-ନା ଭଳି ସ୍ଥିତିରେ ବି ନିଜ ଜୀବନ ପ୍ରତି ଭୟ ନ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନଙ୍କର ସାହାର୍ଯ୍ୟ କରୁଛନ୍ତି । କେତେକ ସମାଜସେବୀ ତ କ-ରୋ-ନା ଭଳି ସ୍ଥିତିରେ ଖାଦ୍ୟ ପାଉ ନ ଥିବା କିଛି ଗରିବ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ ବି କରୁଛନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ କି କାରୋନା ଭଳି ସ୍ଥିତିରେ ଘରେ ନିଜର ବାହାଘର ମଧ୍ୟରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ରକ୍ତ ଦାନ କରିଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ ଏହି ବ୍ୟକ୍ତିଙ୍କ ଚର୍ଚା ଚାଲିଛି ଓ ସମସ୍ତେ ତାଙ୍କର ପ୍ରଶଂସା ବି କରୁଛନ୍ତି । କିଛି ଦିନ ତଳେ ହିଁ ହିତେଶ କୁମାର ଚୌଧରୀଙ୍କ ବାହାଘର ଠିକ ହୋଇଥିଲା । ଏମିତିରେ ଘରେ ବାହାଘର ଚାଲିଥିଲା । ବାହାଘର ପରେ ହିତେଶ ନିଜର ନୂତନ ବିବାହିତ ପତ୍ନୀଙ୍କୁ ଘରକୁ ଆସିଥିଲେ । ଏହା ପରେ ବାହାଘରର ସମସ୍ତ ନିୟମ ଶେଷ ହେବା ପରେ ଘରେ ଚତୁର୍ଥୀ ହୋମର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ହୋମରେ ଉଭୟ ହିତେଶ ଓ ତାଙ୍କର ପତ୍ନୀ ବସିଥିଲେ ।

ଏହି ସମୟରେ ହଠାତ ବର ହିତେଶ କୁମାର ଚୌଧରୀଙ୍କୁ ଗୋଟିଏ ଫୋନ କଳ ଆସିଲା । ସେ ଏହାକୁ ଉଠାଇବା ପରେ ଜାଣି ପାରିଲେ କି ତାହା କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହା ବିଦ୍ୟାଳୟ ଏବଂ ଚିକିତ୍ସାଳୟ କୋବିଡ କ୍ଷତ୍ରିୟ ଅଧିକାରୀଙ୍କ ଅଟେ । ସେ ହିତେଶକୁ କହିଲେ କି ହିତେଶ ଭାଇ ଅର୍ଜେଣ୍ଟ ରକ୍ତ ଦରକାର ଅଛି । ରୋ-ଗୀ ଜଣକ ଗୁରୁତ୍ଵ ଅବସ୍ଥାରେ ଅଛନ୍ତି । ଏହା ଶୁଣିବା ମାତ୍ରେ ହିଁ ହିତେଶ ମାନବିତାକତା ଦ୍ରୁଷ୍ଟିରୁ ତାଙ୍କୁ ରକ୍ତ ଦେବ ବୋଲି ହଁ କହିଦେଲେ ।

ଏହା ପରେ ହିତେଶ ସଙ୍ଗେ ସଙ୍ଗେ ହୋମର ସମସ୍ତ ବିଧି ଶେଷ କରି ହସ୍ପିଟାଲ ଗଲେ । ହସ୍ପିଟାଲ ଯାଇ ଦେଖିଲେ କି ବାଇପାରିଗୁଡା ବ୍ଲକ ମାଠପଡା ପଞ୍ଚାୟତର ତେନ୍ତୁଳୀପଦ ଗ୍ରାମର ବାଟିମାଥୋପଡିଆ ନାମକ ଜଣେ ବ୍ୟକ୍ତି ଗୁରୁତ୍ଵ ରୋ-ଗରେ ଆ-କ୍ରା-ନ୍ତ ହୋଇ ହସ୍ପିଟାଲରେ ଚିକିତ୍ସତିତ ହେଉଛନ୍ତି । କହିବାକୁ ଗଲେ ଏହି ବ୍ୟକ୍ତିକୁ ହିଁ ଏବି ପଜିଟିବ ରକ୍ତ ଦରକାର ଥିଲା । ଏମିତିରେ ପ୍ରାୟତଃ ରକ୍ତର ଅଭାବ ଦେଖାଯାଏ ଓ ସେହି ସମୟରେ ବି ସେହି ହସ୍ପିଟାଲରେ ଏହି ବ୍ଲଡ ଗ୍ରୁପର ରକ୍ତ ନ ଥିଲା ।

କିନ୍ତୁ ହିତେଶ ଭଗବାନ ହୋଇ ଏହି ବ୍ୟକ୍ତିକୁ ରକ୍ତଦାନ କରିଥିଲେ । କହିବାକୁ ଗଲେ ହିତେଶଙ୍କ ଉଦାର ଗୁଣ ଯୋଗୁ ଆଜି ଜଣେ ରୋ-ଗୀକୁ ରକ୍ତ ମିଳିଛି । ଜରୁରୀ ସମୟରେ ଜଣଙ୍କୁ ନିଜର ଚତୁର୍ଥୀ ହୋମକୁ ପଛରେ ପକାଇ ରକତ ଦେବା ଘଟଣା ବହୁତ ପ୍ରଶଂସନାୟୟ ଅଟେ ।

Leave a Reply

Your email address will not be published. Required fields are marked *