Weather Update: ଆସୁଛି ବଡ଼ ବର୍ଷା! ୧୪ ଯାଏଁ ପ୍ରବଳ ବର୍ଷିବ…. ଏହାର ପ୍ରଭାବରେ ଆସିପାରେ ବନ୍ୟା, ରୁହନ୍ତୁ ସତର୍କ

ମୌସୁମୀ ପ୍ରଭାବରେ ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାରେ ଲାଗିଛି ଓ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଏହି ବର୍ଷା କାରଣରୁ ନଦୀ ଗୁଡିକରେ ବନ୍ୟାର ପରିସ୍ଥିତି ମଧ୍ୟ ଦେଖାଯାଇ ପାରେ ।

ଏଥର ମୌସୁମୀ ପ୍ରଭାରେ ଅତି ଭୟଙ୍କର ରୂପରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି କୁହାଯାଇଛି । ପାଣି ପାଗ ବିଭାଗରେ ପୂର୍ବାନୁମାନ ଅନୁଯାୟୀ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରୁ ଆଜି ଠାରୁ ଅର୍ଥାତ ୧୧ ତାରିଖ ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଏହି ଲଘୁଚାପ କାରଣରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହା ସହିତ ପାଣି ପାଗ ବିଭାଗ ତରଫରୁ ଓଡିଶାର କେଉଁ ସମସ୍ତ ଜିଲ୍ଲାରେ କେବେ ବର୍ଷା ହେବ ସେହି ବିଷୟରେ ବି କୁହାଯାଇଛି ।

କହିଦେଉଛୁ କି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହ ପୁର ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ଆଜି ଓ ଆସନ୍ତା କାଲି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନନବରଙ୍ଗପୁର, ବରଗଡ, ବଲାଙ୍ଗୀର, ସୁବର୍ନପୁର ଇତ୍ୟାଦି ଜିଲ୍ଲାରେ ପ୍ରାୟତଃ ସବୁ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହେବ ।

ଏହି ସମୟରେ ରାସ୍ତାରେ ପାଣି ଜମିବା ସହ କିଛି ରାସ୍ତା ଧସି ଯାଇ ପାରେ ବୋଲି ବି କୁହାଯାଉଛି । ଏହି ବର୍ଷା କାରଣରୁ ନଦୀ ଗୁଡିକରେ ବନ୍ୟା ଭଲି ସ୍ଥିତି ବି ଉପୁଜି ପାରେ । ପାଣି ପାଗ ବିଭାଗ ଏହି ମୌସୁମୀକୁ ଆଖି ଆଗରେ ରଖି ଆଜି ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଲାଗି ୨୦ ଟି ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ଜାରି କରିଛନ୍ତି । ସମସ୍ତ ସ୍ଥିତିର ମୁକାବିଲା ପାଇଁ ରିଲିଫ ଅଫିସରଙ୍କ ତରଫରୁ ସମସ୍ତ ଜିଲ୍ଲାକୁ ଚିଠି ମଧ୍ୟ ଲେଖା ଯାଇଛି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଦେଶଦୁନିଆର ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *