ଦୁନିଆରେ ଲକ୍ଷ ଲକ୍ଷ ଲୋକମାନଙ୍କ ଜୀବନ ନେଇସାରିଥିବା ଏହି କରୋନା ମହାମାରୀ ସ୍ଵାଭାବିକ ରୂପରେ ଜନ୍ମ ହୋଇ ନାହିଁ । ଅଥବା ଏହାକୁ ଚୀନ ଦ୍ଵାରା ୱୁହାନ ଲ୍ୟାବରେ ଚିନୀ ବୈଜ୍ଞାନିକମାନେ ତିଆରି କରିଛନ୍ତି ବୋଲି ଏକ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି ।
ଚିନୀ ବୈଜ୍ଞାନିକମାନେ ଭାଇରସର ଇଞ୍ଜିନିୟରିଙ୍ଗ ଭର୍ଜନକୁ ଲୁଚାଇବା ପ୍ରୟାସ କରିଥିଲେ ଯାହା ଦ୍ଵାରା ସମସ୍ତଙ୍କୁ ଏହା ଲାଗିବ କି ଏହା ବାଦୁଡି ଶରୀରୀରୁ ସ୍ଵାଭାବିକ ରୂପରେ ଜନ୍ମ ହୋଇଛି । ବ୍ରିଟିଶ ଖବର କାଗଜ ଡେଲି ମେଳର ଏକ ରିପୋର୍ଟ ଅନୁସାରେ ଗୋଟିଏ ବୈଜ୍ଞାନିକ ଟିମ ନିଜର ୨୨ ଟି ପୃଷ୍ଠାରେ ୱୁହାନ ଲ୍ୟାବରେ ବର୍ଷ ୨୦୦୨ରୁ ୨୦୧୯ ମଧ୍ୟରେ ହୋଇଥିବା ସମସ୍ତ ଫରେଂସିକ ବିଶ୍ଳେଷଣ ବିଷୟରେ ଲେଖିଛନ୍ତି ।
ଏହା ପରେ ସେମାନେ ଜାଣିପାରିଲେ କି SARS କାରୋନା ଭାଇରସ – ୨ କୌଣସି ପ୍ରକୃତିକ ପୂର୍ବଜ ନୁହେଁ, ଏହା ଦ୍ଵାରା ଏହା ପ୍ରମାଣିତ ହେଉଛି କି ଭାଇରସକୁ ୱୁହାନ ଲ୍ୟାବରେ ତିଆରି କରାଯାଇଛି । ଏହି ରିପୋର୍ଟକୁ ବ୍ରିଟେନ ଓ ନରବେର ବୈଜ୍ଞାନିକମାନଙ୍କ ଗୋଟିଏ ଟିମ ତିଆରି କରିଛନ୍ତି । ବୈଜ୍ଞାନିକମାନଙ୍କ ଅନୁସାରେ ଅଧ୍ୟୟନରେ ଯେଉଁ ଶ୍ୟାମ୍ପୁଳ ମିଳିଥିଲା ତାହା ଉପରେ ଏକ ଭିନ୍ନ ପ୍ରକାରର ଫିଂଗରପ୍ରିଂଟ ବି ମିଳିଛି ।
ଡେଲିମେଳ ରିପୋର୍ଟ ଅନୁସାରେ ବୈଜ୍ଞାନିକମାନଙ୍କୁ ଏହି ରିସର୍ଚ ସମୟରେ ଅନ୍ୟ କିଛି ତଥ୍ୟ ବି ସାମ୍ନାକୁ ଆସିଛି । ଯେଉଁଥିରୁ ଜଣା ପଡୁଛି କି ଏହି ଭାଇରସକୁ ଲ୍ୟାବରେ ହିଁ ତିଆରି କରାଯାଇଛି । ରିପୋର୍ଟ ଅନୁସାରେ ଏହି ଅଧ୍ୟୟନ ଏଚଆଇଭି ଭ୍ୟାକସିନ ଉପରେ ସଫଳତାପୂର୍ବକ କାମ କରିସାରିଥିବା ବ୍ରିଟିଶ ପ୍ରୋଫେସର ଏଂଗସ ଡଲ୍ଗଲିଶ ଓ ନରୱେର ବୈଜ୍ଞାନିକ ଡା. ବିର୍ଗର ସୋରେନସେନ ଏହି କରିଛନ୍ତି ।
ଏଥିରେ ଏହା ବି କୁହାଯାଇଛି କି ଚୀନ ୱୁହାନ ଲ୍ୟାବରେ ପ୍ରୟୋଗ ସହ ଜଡିତ ଅନ୍ୟ କିଛି ତଥ୍ୟକୁ ଜାଣି ଶୁଣି ନଷ୍ଟ କରିଦେଇଛି ଓ ଏହା ସହିତ ଏହାକୁ ଲୁଚାଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କରୋନା ଭାଇରାସ ଆରମ୍ଭ ହେବା ଦିନ ଠାରୁ ହିଁ ଆମେରିକା ଓ ଚୀନ ମଧ୍ୟରେ ତିକତା ନଜର ଆସିଥିଲା । ଏମିତିରେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପୁଣି ଥରେ ଆମେରିକା ଓ ଚୀନ ଆମନା ସାମ୍ନା ହୋଇଛନ୍ତି ।
ଏକ ଆମେରିକାର ମିଡିଆ ରିପୋର୍ଟ ଅନୁସାରେ କୁହାଯାଇଛି କି ଏମିତି କିଛି ପ୍ରମାଣ ଅଛି, ଯାହା ଇଙ୍ଗିତ କରୁଛି କି ଏହି ଭାଇରସ ଚୀନର ପ୍ରୟୋଗଶାଲାରେ ରୁ ହିଁ ଲିକ ହୋଇଛି ଓ ଦେଖୁ ଦେଖୁ ଏହା ମହାମାରୀରର ରୂପ ନେଇଗଲା । ଏହା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡନ ନିଜର ଖୁଫିୟାଏଜେନ୍ସିକୁ ୯୦ ଦିନ ମଧ୍ୟରେ ଏହି ଭାଇରସ କେଉଁ ସ୍ଥାନରୁ ଜନ୍ମ ହୋଇଛି ଜାଣିବା ପାଇଁ କହିଛନ୍ତି ।