Special Story: ଚୀନ ପ୍ରସ୍ତୁତ କରୁଛି ମଶା, ପଛରେ ଅଛି ଏହି ବଡ କାରଣ !

ମଶା ଏକ ଏମିତି ଜୀବ ଯାହାର ନାଁ ଶୁଣିବା ମାତ୍ରେ ହିଁ କିଛି ଲୋକ ଭୟଭୀତ ହୋଇ ଯାଆନ୍ତି । କାରଣ ମଶା କା-ମୁ-ଡି-ବା ଯୋଗୁ ବ୍ୟକ୍ତି ବହୁତ ରୋଗ ହୋଇଥାଏ । କେବଳ ଏତିକି ନୁହେଁ କେତେକ ଲୋକମାନଙ୍କ ଜୀବନ ମଧ୍ୟ ଚାଲିଛି ଓ ବର୍ତ୍ତମାନ କେତେକ ବ୍ୟକ୍ତି ଏଥିରେ ଚିକିତ୍ସତି ହେଉଛନ୍ତି । କେବଳ ଡେଙ୍ଗୁ ନୁହେଁ ମଶା କା-ମୁ-ଡି-ବା କାରଣରୁ ଅନ୍ୟ ବହୁତ ପ୍ରା-ଣ-ଘା-ତୀ ରୋଗ ମଧ୍ୟ ହେଉଛି । ଯେଉଁଠି ସବୁ ଦେଶ ମଶାମାନଙ୍କୁ ମୂଳରୁ ସମାପ୍ତ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଚୀନ ଏହାର ଓଲଟ କରୁଛି ।

ଚୀନ ମଶାମାନଙ୍କୁ ମା-ରିବା ପରିବର୍ତ୍ତେ ମଶାର ଚାଷ କରୁଛି । ଚୀନର ନିଜ ଦେଶର ସମସ୍ତ ଜନତାଙ୍କୁ ମଶାରୁ ମୁକ୍ତି ଦେବା ପାଇଁ ଏହିଭଳି କିଛି କାର୍ଯ୍ୟ କରୁଛି । ଚୀନର କହିବା ଅଟେ କି ମଶା ହିଁ ମଶାକୁ ମା-ରିବ ।

ଚୀନ ଫ୍ୟାକ୍ଟରି ତିଆରି କରି ମଶା ଚାଷ କରୁଛି । ଯେଉଁ ମଶାମାନେ ରୋଗ ସୃଷ୍ଟି କରୁଥିବା ମଶାମାନଙ୍କୁ ମା-ରିବେ ବୋଲି କୁହାଯାଉଛି । ଚୀନର ଦକ୍ଷିଣ ଅଞ୍ଚଳରେ ଏକ ସ୍ଥାନରେ ମଶା ଉତ୍ପାଦନ କରିବାର ଏକ ଫ୍ୟାକ୍ଟେରି ହୋଇଛି । ମଶା ତିଆରି କରିବାରେ ଚୀନର ଏହି ଫ୍ୟାକ୍ଟରୀ ଦୁନିଆର ସବୁଠୁ ବଡ ଫ୍ୟାକ୍ଟରୀ ବୋଲି କୁହାଯାଉଛି । ୩୫୦୦ ବର୍ଗ ମିଟରରେ ଥିବା ଏହି ଫ୍ୟାକ୍ଟରୀରେ ୪ ଟି ବଡ ୱାର୍କସାପ ରହିଛି । ପ୍ରତି ୱାର୍କସପରୁ ସପ୍ତାହକୁ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି ।

ଏହି ହିସାବରେ ସପ୍ତାହକୁ ୪ ଟି ୱାର୍କସପରୁ ୨ କୋଟି ମଶା ଉତ୍ପାଦନ କରାଯାଉଛି । ଚୀନ ଉତ୍ପାଦନ କରୁଥିବା ମଶା ଏକ ପ୍ରକାରର ବ୍ୟକ୍ଟେରିୟାରୁ ସୃଷ୍ଟି ହେଉଛି । ଯେଉଁମାନେ କି ବିଭିନ୍ନ ରୋଗ ବଢାଉଥିବା ମଶାଙ୍କ ସହ ମିଶି ସେମାନଙ୍କ ପ୍ରଜନନନ କ୍ଷମତାକୁ ନାସ କରିଦେଇଥାନ୍ତି । ଏହା ଦ୍ଵାରା ରୋଗ ସୃଷ୍ଟି କରୁଥିବା ମଶାଙ୍କ ସଂଖ୍ୟା କମ ହେବାର ଆଶଙ୍କା କରାଯାଉଛି । ଏକ ପ୍ରକାରର ବ୍ୟକ୍ଟେରିୟାରୁ ତିଆରି ହେଉଥିବା ଏହି ମଶାଙ୍କୁ ଫ୍ୟାକ୍ଟେରିରେ ଉତ୍ତପାଦନ କରାଯିବା ପରେ ମଶା ଅଧିକ ଥିବା ସ୍ଥାନରେ ଛାଡି ଦିଆଯାଏ ।

ସେହି ସ୍ଥାନରେ ମଶା ମାନଙ୍କ ସଂଖ୍ୟା ଧୀରେ ଧୀରେ କମ ହେବାରେ ଲାଗେ । ଏହା ସହିତ ସେହି ସ୍ଥାନରେ ମଶା ମାନଙ୍କ ଦ୍ଵାରା ହେଉଥିବା ରୋଗ ଗୁଡିକ ମଧ୍ୟ ଧୀରେ ଧୀରେ କମ ହେବାରେ ଲାଗିଛି । ମଶାମାନଙ୍କ ଉପରେ ବହୁତ ଗବେଷଣା କରିବା ପରେ ମଶା ଏହିଭଳି କିଛି ନୀତି ଆପଣାଇଛି । ଚୀନର କହିବା ଅଟେ କି ଆସନ୍ତା କିଛି ବର୍ଷ ମଧ୍ୟରେ ପୁରା ଦେଶ ମଶା ମୁକ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *