ଚୀନ୍ ରେ ମାରଣାତ୍ମକ ଭାଇରସକୁ ନେଇ ଭାରତରେ ସତର୍କ ଜାରି- ଏୟାରପୋର୍ଟ ରେ ମଧ୍ୟ ଯାତ୍ରୀ ମାନଙ୍କର ହେଉଛି ଥର୍ମାଲ ସ୍କାନିଂ

ଚୀନ୍ ରେ ଏକ ରହସ୍ୟମୟ ଭାଇରସ୍ ବ୍ୟାପିଛି । ଏଥିପାଇଁ ଲୋକ ଙ୍କ ମଧ୍ୟରେ ବହୁତ ଅଶାନ୍ତି ବଢ଼ିବାରେ ଲାଗିଛି । ଭାରତ ମଧ୍ୟ ଏ ରହସ୍ୟମୟ ଭାଇରସ୍ କୁ ନେଇ ସତର୍କ ହେଇଗଲାଣି ଓ ଏହାର ବିପତ୍ତି କୁ ଦେଖି ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନେସେନାଲ୍ ଏୟାରପୋର୍ଟ (ସି.ଏସ୍.ଏମ୍.ଆଇ.ଏ) ରେ ୭ ଆମ୍ବୁଲାନ୍ସ, ୪ ଆଡଭାନ୍ସ ଲାଇଫ ସପୋର୍ଟ ଓ ୩ ବେସିକ ଲାଇଫ ସପୋର୍ଟ କୁ ଯୋଗାଡ଼ କରାଯାଇଛି ।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରେ ସଫା ସଫା ଜଣାଇଛନ୍ତି ଯେ ଚୀନ୍ କୁ ଆସୁଥିବା ଯାତ୍ରୀ ମାନଙ୍କୁ ଏବେ ଠୁ ପରୀକ୍ଷଣ କରିବାକୁ ହେବ ।

ବିମାନ ଯାତ୍ରୀ ଙ୍କୁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନବନ୍ଦର ରେ ଥର୍ମାଲ ଯାଞ୍ଚ୍ କରାଯିବ, ଏ ନିଷ୍ପତ୍ତି ଚୀନ୍ ର ବୁହାନ୍ ସହର ରେ ନିମୋନିଆ ବେମାରୀ ଅଧିକ ମାତ୍ରା ରେ ବଢିବା କାରଣ ରୁ ନିଆ ଯାଇଛି ।

ଚୀନ୍ ପରେ ଭାରତ ଓ ଆମେରିକା ସତର୍କତ୍ତା ଅବଲମ୍ବନ କଲେ ଆସିଗଲା ମରଣାତ୍ମକ ଭାଇରସ

ଅନୁମାନ କରାଯାଉଛି ଯେ ଏଇ ବେମାରୀ ପାଇଁ ନୋବେଲ କୋରୋନା ଭାଇରସ ଦାୟୀ ଅଟେ । ଏ ବେମାରୀ ରେ ଅତ୍ୟଧିକ ଜର ହୁଏ, ନିଶ୍ବାସ ନେବାକୁ ବି କଷ୍ଟ ହୋଇଥାଏ । ଏ ବେମାରୀ ରେ ୧୭୦୦ ରୁ ଅଧିକ ଲୋକ ପୀଡ଼ିତ ହେଇ ସାରିଛନ୍ତି । ଦୁଇ ଏସୀୟ ଦେଶ ଥାଇଲାଣ୍ଡ ଓ ଜାପାନ ରେ ଭାଇରସ ର ଅନ୍ୟ ଦୁଇ ମାମଲା ସାମ୍ନା କୁ ଆସିଛି । ପ୍ରଥମ ଥର ୩୧ ଡିସେମ୍ବର ରେ କୋରୋନା ଭାଇରସ ର ଚିହ୍ନଟ କରାଯାଇଥିଲା ଓ ୯ ଜାନୁୟାରୀ ରେ ପ୍ରଥମ ମୃତ୍ୟୁ ହେଇଥିଲା।

ଚୀନ୍ କୁ ଆସିବା ଯାତ୍ରୀ ଙ୍କ ପାଇଁ ମୁମ୍ବାଇ ରେ ଏୟାରପୋର୍ଟ ହେଲ୍ଦ ଅର୍ଗାନାଇଜେସନ୍ ର ଟିମ୍ ତରଫ ରୁ ହେଲ୍ଦ କାଉନ୍ଟର ଆରମ୍ଭ କରାଯାଇ, ଥର୍ମାଲ ସ୍କାନର ଲଗାଯାଇଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫ ରୁ ଉପଦେଶ ଜାରି କରାଯାଇଛି । ଚୀନ୍ ରୁ ମୁମ୍ବାଇ ଯାଉଥିବା ଲୋକ ଙ୍କ ପରୀକ୍ଷଣ କରାଯିବ ।

ଯଦି ଯାତ୍ରୀ ଦେହରେ ଏ ଭାଇରସ ର ଲକ୍ଷଣ ମିଳେ ତାକୁ ଶୀଘ୍ର ହସ୍ପିଟାଲ୍ ନିଆଯିବ । ଗତ ବୁଧବାର ଦିନ ଚୀନ୍ ର ୬୯ ବର୍ଷ ବ୍ୟକ୍ତି ର ଏଥିପାଇଁ ମୃତ୍ୟୁ ହେଇଥିଲା । ଯେଉଁଥିପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ  ହର୍ଷବର୍ଦ୍ଧନ ଏହାର ସମୀକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *