ହେ ଭଗବାନ! ଚୀନରୁ ପୁଣି ଆସିଲା ଆଉ ଏକ ନୂଆ ରୋଗ, ୪୦ ବର୍ଷ ହେଲା ଆସୁନି ନିଦ… ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ମହିଳା ଙ୍କ କାହାଣୀ ନେଇ ଆସିଛୁ ଯାହାକୁ ଏକ ଅଜଣା ରୋଗ ହୋଇଛି । ଗତ ୪୦ ବର୍ଷ ହେବ ସେହି ମହିଳାଙ୍କୁ ନିଦ ହେଉନି । ବର୍ତ୍ତମାନ ପୁରା ବିଶ୍ଵ ରେ କୋରୋନା ମହାମାରି କୁ ନେଇ ଚିନ୍ତିନ୍ତ ଥିବା ବେଳେ ଏହି ମହିଳାଙ୍କର ଏ ଭଳି ଅଜଣା ରୋଗ ବିଷୟରେ ସୂଚନା ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଏହି ରୋଗ ଏତେ ଭୟଙ୍କର ଯେ ଯେଉଁ ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି ତାଙ୍କୁ ଜମା ନିଦ ହେଉ ନାହି ।

ସୂଚନା ଅନୁସାରେ ଜଣେ ୪୫ ବର୍ଷର ମହିଳା ଏହି ନୂତନ ରୋଗର ଶିକାର ହୋଇଛନ୍ତି ଯାହା ଏବେ ସାମନାକୁ ଆସିଛି । ଜାତୀୟ ଗଣ ମାଧ୍ୟମ ରୁ ମିଳିଥିବା ଖବର ମୁତାବକ ଚୀନ ର ହେନାନ ସହରରେ ରହୁଥିବା ଲିଜ ଜାନିନ ନିଦ ଆସୁ ନ ଥିବା ଭଳି ଏକ ନୂତନ ରୋଗରେ ପୀଡିତ ହୋଇଛନ୍ତି ।

୪୫ ବର୍ଷୀୟା ମହିଳା ଲିଜ ଜାନିନ କହିଛନ୍ତି ଯେ ଗତ ୪୦ ବର୍ଷ ହେବ ତାଙ୍କୁ ନିଦ ଆସୁନି । ସେ ଗୋଟେ ମୂହୁର୍ତ୍ତ ଶୋଇ ନାହାନ୍ତି । ତାଙ୍କ କହିବା ମତରେ ସେ ଶେଷ ତାହର ପାଇଁ ଯେବେ ଶୋଇଥିଲେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା । ଏହା ପରେ ସେ ଆଉ ଶୋଇ ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ନିଦ ମେଡିସନ ଖାଇଲେ ମଧ୍ୟ ଏହି ମହିଳା ଙ୍କୁ ନିଦ ହେଉନି ।

ଏହି ମହିଳା ଜଣକ ନିଜ ଗାଁ ସମେତ ଅନ୍ୟ ସ୍ଥାନରେ ଏବେ ଚର୍ଚ୍ଚା ରେ ରହିଛନ୍ତି । କିଛି ଲୋକ ମାନେ ଏ କଥାକୁ ବିଶ୍ଵାସ କରୁ ନ ଥିଲେ । ସେଥିପାଇଁ ଲୋକ ମାନେ ତାଙ୍କ ଘରେ ତାଙ୍କୁ ଜଗି ରହୁଥିଲେ ଏୟା ଦେଖିବା ପାଇଁ କି ଲିଜ ରାତିରେ ଶୋଉଛନ୍ତି କି ନାହି । ଲିଜ ତାଙ୍କୁ ହୋଇଥିବା ଏ ଭଳି ଅଜଣା ରୋଗର ଚିକିତ୍ସା ପାଇଁ ଅନେକ ଡାକ୍ତର ସମେତ ବିଶେଷଜ୍ଞ ମାନଙ୍କର ପରାମର୍ଶ ନେଇଥିଲେ ମଧ୍ୟ କୌଣସି ସୁଫଳ ଦେଖାଯାଇ ନାହି ।

ଡାକ୍ତର ମାନେ ଏହି ରୋଗର ନା ଚିହ୍ନଟ କରି ପାରୁଛନ୍ତି ନା ଏହାର ସମାଧାନ କଣ ତାହା କହି ପାରୁଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ସମୟରେ ଲୋକ ମାନେ କହିଛନ୍ତି ଯେ ଆଉ ଏକ ନୂତନ ରୋଗର ଠିକଣା ବନି ଯାଇଛି ଚୀନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *