Special Story: ସାବଧାନ! ତଥ୍ୟ ଚୋରୀ କରୁଛି ଚାଇନାର ଏହି ମୋବାଇଲ….. ଆପଣ ବ୍ୟବହାର କରୁ ନାହାନ୍ତି ତ ?

ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ । ବୁଢା ଠାରୁ ଆରମ୍ଭ କରି ଛୋଟ ପିଲାମାନେ ବର୍ତ୍ତମାନ ସମସ୍ତେ ସ୍ମାର୍ଟ ମୋବାଇଲ ଧରିବା ଆରମ୍ଭ କରିଦେଲେଣି । ସମସ୍ତେ ନିଜର ମହତ୍ଵ ପୂର୍ଣ ତଥ୍ୟ ବି ମୋବାଇଲରେ ରଖୁଛନ୍ତି । କିନ୍ତୁ ବର୍ତ୍ତମାନ ସତର୍କ ହୋଇ ଯାଆନ୍ତୁ କାରଣ ଚୀନ ଆପଣଙ୍କର ସମସ୍ତ ଫୋନର ଡାଟା ଚୋରୀ କରୁଛି । ସେମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନଙ୍କ ହାତରେ ଚାଇନା କମ୍ପାନୀର ମୋବାଇଲ ଅଛି ।

ଆପଣ ସମସ୍ତେ ସାବଧାନ ହୋଇ ଯାଆନ୍ତୁ ଓ କାରଣ ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଉଛି କି ଚାଇନା ଆପଣଙ୍କ ଫୋନର ସମସ୍ତ ଡାଟା ଚୋରୀ କରି ନେଉଛି । ଏକ ଯାଞ୍ଚରେ ଜଣା ପଡିଛି କି ଚୀନ ଦ୍ଵାରା ତିଆରି ମୋବାଇଲରେ ସେନ୍ସର ଚିପ ଅଛି ।

ଯାହା ଦ୍ଵାରା ଆପଣଙ୍କ ମୋବାଇଲରେ ଯାହା ବି ସବୁ ତଥ୍ୟ ଅଛି ତାହା ସବୁ ଚୋରୀ ହୋଇଯିବ । ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଚାଇନା ମୋବାଇଲ ବ୍ୟବହାର କରୁଥିବା ଲୋକମାନଙ୍କର ଚିନ୍ତା ବଢି ଯାଇଛି । ଲିଟୁନିଆ ଦେଶରେ ସରକାର ଲୋକମାନଙ୍କୁ ଏହି ସମ୍ବନ୍ଧରେ ସତର୍କ କରାଇ ଦେଇଛି । ଏହା ସହିତ ଯେଉଁମାନେ ଚାଇନା ଜିନିଷ ବିଶେଷ କରି ଚାଇନା ମୋବାଇଲ ରଖିଛନ୍ତି ସେହି ସମସ୍ତ ମୋବାଇଲକୁ ଫୋପାଡି ଦେବା ପାଇଁ ବି ଏହି ଦେଶର ସରକାର କହିଛନ୍ତି ।

ଲିଟୁନିଆ ସାଇବର ସୁରକ୍ଷା ପକ୍ଷରୁ ଏହିଭଳି ସତର୍କ ସୂଚନା ଜାରି କରାଯାଇଛି । ଲିଟୁନିଆ ଦେଶ ଅନୁସାରେ ଚୀନ ଦ୍ଵାରା ନିର୍ମିତ ଯେ କୌଣସି ବି ମୋବାଇଲରେ ଫଟୋ, ଭିଡିଓ ଓ କିଛି ମହତ୍ଵ ପୂର୍ଣ ତଥ୍ୟ ତାହା ସୁରକ୍ଷିତ ନୁହେଁ ବୋଲି ଲିଟୁନିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନରେ ଥିବା ସରଭରରେ ଏହା ସ୍ଟୋର କରାଯାଉଛି ବୋଲି ସୂଚନା ମିଳିବା ପରେ ନିଜର ନାଗରିକମାନଙ୍କ ପାଇଁ ଲିଟୁନିଆଆ ନିର୍ଦେଶ ଜାରି କରିଛି ।

ଏହା ଛଡା କେବଳ ମୋବାଇଲ ନୁହେଁ ଚାଇନା ଦ୍ଵାରା ନିର୍ମିତ କୌଣସି ବି ଜିନିଷରେ ଆପଣଙ୍କ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ସେହି ଦେଶର ସାଇବର ସେଲ ତରଫରୁ କୁହାଯାଇଛି । କହିବାକୁ ଗଲେ ଚୀନ ଦ୍ଵାରା ନିର୍ମିତ ଫୋନକୁ ଯେତେ ଜଲ୍ଦି ଦୂରେଇ ଦେବା ପାଇଁ ଏହି ଦେଶ ସରକାର ଘୋଷଣା କରିଛନ୍ତି । କହିଦେଉଛୁ କି ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଆମେରିକା ସରକାର ଚୀନର ଏହିଭଳି କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି ।

କିନ୍ତୁ ଭାରତ ସରକାର ଚୀନ ମୋବାଇଲକୁ ନେଇ କୌଣସି ବି ପ୍ରକାରର ନିର୍ଦେଶନାମା ଜାରି କରି ନାହାନ୍ତି । କିନ୍ତୁ ଆସନ୍ତା ଦିନରେ ଏହାକୁ ନେଇ କୌଣସି ବି ତଥ୍ୟ ସାମ୍ନାକୁ ଆସିଲେ ତାହା ଉପରେ ବିଚାର କରାଯାଇସଠିକ ପଦକ୍ଷେପ ନିଆଯିବ ବୋଲି ଭାରତ ସରକାର ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *