ଚୀନର 38 ଟି ଲଢାକୁ ବିମାନ ପଶିଲେ Taiwanର ଡିଫେନ୍ସ ଜୋନରେ… ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ଚୀନର ବାୟୁସେନା ନିଜର ନ୍ୟାସନାଲ ଡେ ରେ ଶକ୍ତି ପ୍ରଦର୍ଶନ କରି ଶୁକ୍ରବାର ଓ ଶନିବାର ଦିନ ସକାଳେ ତାଇୱାନର ଦେଶ ମଧ୍ୟକୁ ୩୮ ଟି ଫାଇଟର ଜେଟ ପଠାଇଛି । ଚୀନ ତରଫରୁ ଦୁଇଟି ଚରଣରେ କରାଯାଇଥିବା ଏହା ବର୍ତ୍ତମାନର ସବୁଠୁ ବଡ ସୀମା ଉଲଂଘନ କାର୍ଯ୍ୟ ଥିଲା । ଏହାର ଜବାରେ ତାଇୱାନ ଏୟାରଫୋର୍ସ ବି ସଙ୍ଗେ ସଙ୍ଗେ ଏକସନ ନେଇ ଚୀନକୁ ଜବାବ ଦେବା ପାଇଁ ନିଜର ଫାଇଟର ଜେଟକୁ ବି ଉଡିବା ପାଇଁ ଅନୁମତି ଦେଇ ଦେଲା ।

ଚୀନ ନିଜର ଦାଦାଗିରି ଦେଖାଇ ତାଇୱାନ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ଗତ ୧.୫ ବର୍ଷ ହେବ ଲଗାତାର ଆକାଶମାର୍ଗ ଦେଇ ତାୱିବାନ ଦେଶ ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଚୀନର ଏହି ଫାଇଟର ଜେଟ ପ୍ରାୟତଃ ତାଇୱାନର ନିୟନ୍ତ୍ରଣ ବାଲା ପ୍ରତାସ ଦ୍ଵୀପ ସମୂହ ବାୟୁ ରକ୍ଷା କ୍ଷେତ୍ର ପାଖାପାଖି ଦେଇ ଯାଇଥାଏ ।

ତାଇୱାନ ରକ୍ଷା ମନ୍ତ୍ରାଳୟ ଅନୁସାରେ ଚୀନ ନିଜର ୧୮ ଟି ଜେ – ୧୬, ୪ ଟି ସୁଖୋଇ – ୩୦ ବିମାନ ଓ ଦୁଇଟି ପରମାଣୁ ବଡ ରଖିବାର କ୍ଷମତା ରଖୁଥିବା ଏଚ – ୬ ବମ୍ବର ପଠାଇ ଥିଲା । ଏହା ଛଡା ଗୋଟିଏ ଏନ୍ଟି ସବମରିନ ଏୟାର କ୍ରାଫ୍ଟ ବି ଚୀନର ବେଡେରେ ସାମିଲ ଥିଲା ।

ଏହାର ଜବାବରେ ତାଇୱାନ ବି ନିଜର ଲଢାକୁ ବିମାନକୁ ଉଡାଇଲା । ତାଇୱାନ ରକ୍ଷା ମନ୍ତ୍ରାଳୟ କହିଲେ କି ଶନିବାର ସକାଳେ ଚୀନର ୧୩ ଟି ଫାଇଟର ଜେଟ ପୁଣି ଥରେ ତାଇୱାନ ବାୟୁ ରକ୍ଷା କ୍ଷେତ୍ର ଦେଇ ଯାଇ ଥିଲେ ।

ଏଥିରେ ୧୦ ଟି ଜେ – ୧୬, ୨ ଟି ଏଚ – ୬ ବମ୍ବର ଓ ଗୋଟିଏ ଅର୍ଲୀ ୱର୍ନିଂଗ ଏୟାରକ୍ରାଫ୍ଟ ବି ସାମିଲ ଥିଲା । ସେ କହିଲେ କି ତାଇୱାନର ଲଢାକୁ ବିମାନ ଚୀନ ବିମାନକୁ ଚେତାବନୀ ବି ଦେଇଛନ୍ତି, କିଛି ମିସାଇଲକୁ ଚୀନ ବିମାନ ଉପରେ ନଜର ରଖିବା ପାଇଁ ବି କୁହାଯାଇ ଥିଲା । ଚୀନ ବିମାନ ଗୁଡିକର ପ୍ରଥମ ଗ୍ରୁପ ପ୍ରତାସ ଦ୍ଵୀପ ସମୂହ ପାଖ ଦେଇ ଗଲା ଓ ଦ୍ଵିତୀୟ ଗ୍ରୁପ ବାଶି ଚ୍ୟାନେଲ ଦେଇ ଗଲା । ଯାହା ତାଇୱାନକୁ ଫିଲୀପୀନ୍‍ସକୁ ଅଲଗା କରିଥାଏ ।

ଏହା ପ୍ରଶାନ୍ତ ମହାସାଗର ଓ ବିବାଦିତ ସାଉଥ ଚାଇନା ସମୁଦ୍ରକୁ ସଂଯୋଗ କରିଥାଏ । ଚୀନ ନିଜର ଏହି କାମକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଏହା ପୂର୍ବରୁ ଚୀନ କହିଥିଲା କି ଏହି ଲଢାକୁ ବିମାନ ଗୁଡିକର ଉଡାଣ ଦେଶକୁ ରକ୍ଷା କରିବା ପାଇଁ ଅଟେ । ଏହା ପୂର୍ବରୁ ଚୀନ ଜୁନ ମାସରେ ଏକା ସହିତ ୨୮ ଟି ବିମାନକୁ ନିଜ ଆଡୁ ପଠାଇ ଶକ୍ତି ପ୍ରଦର୍ଶନ କରିଥିଲା । ଚୀନ ତାଇୱାନକୁ ନିଜର ଆଧିତ୍ଵକୁ ସ୍ଵୀକାର କରିବା ପାଇଁ ସୈନ୍ୟ ବଳ ଓ ରାଜନୈତିକ ଚାପ ପକାଇବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *