ଏବେ ଚୀନ୍ ରେ ମିଳିଛି କରୋନା ଭାଇରସ ଠୁ ବି ଅଧିକ ଭୟଙ୍କର ହନ୍ତା ଭାଇରସ, ଜାଣନ୍ତୁ କାରଣ, ଲକ୍ଷଣ ଓ ଚିକିତ୍ସା

ଚୀନରେ ଏବେ କରୋନା ଭାଇରସର ବିପଦ କମ ହେଇଛି କି ନାହିଁ ଏହା ମଧ୍ୟରେ ଏକ ନୂଆ ଭାଇରସ ଜନ୍ମ ନେଇସାରିଲାଣି । ଏହି ଭାଇରସର ନାମ ହନ୍ତା ଭାଇରସ । ଏହା ଯୋଗୁଁ ଚୀନର ୟୁନାନ ସହରରେ ଏକ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏମିତିରେ ବି ଲୋକଙ୍କ ମଧ୍ୟରେ ଚହଳ ପଡିଗଲାଣି । ଏହି ଭାଇରସ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଚାର ସୃଷ୍ଟି ହୋଇଗଲାଣି । ଏଇ ସ୍ଥିତିରେ ଲୋକମାନେ ଟ୍ବିଟରରେ ଏହାକୁ ନେଇ ବାରମ୍ବାର ଟ୍ଵିଟ କରୁଛନ୍ତି ଓ ସମସ୍ତଙ୍କର ଏହି ଡର ଯେ ଏହା କରୋନା ଭାଇରସ ପରି ମହାମାରୀର ରୂପ ନ ନେଉ ।

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବେନ୍ସନ ଅନୁସାରେ, ଏହା ମୂଷା ବା ଗୁଣ୍ଡୁଚି ମୂଷା ସଂସ୍ପର୍ଶରେ ଆସିଲେ ବ୍ୟାପୁଛି ।

ଯେବେ ମୂଷା ଘର ଭିତର ଓ ବାହାର ଯିବା ଆସିବା କରେ ତେବେ ଏହି ହନ୍ତା ଭାଇରସ ସଂକ୍ରମଣ ହେବାର ସମ୍ଭାବନା ଅଧିକ ବଢିଯାଏ । ଏମିତିରେ ବି ଯଦି ଗୋଟେ ଭଲ ମଣିଷ ତାଙ୍କ ସଂସ୍ପର୍ଶରେ ଆସିବେ ତ ସେମାନେ ବି ଏହାଦ୍ବାରା ସଂକ୍ରମିତ ହେବାର ସମ୍ଭାବନା ଅଧିକ ହୋଇଯାଏ ।

ହନ୍ତା ଭାଇରସ କଣ ଅଟେ

ପ୍ରି ପ୍ରେସ ଜର୍ନାଲଙ୍କ ଅନୁସାରେ, ହନ୍ତା ଭାଇରସ୍, (HPS) ହନ୍ତା ଭାଇରସ ପମ୍ଲୋନରୀ ସିଣ୍ଡ୍ରୋମର କାରଣ ହୋଇଥାଏ । ଏହା ବିଶେଷ ଭାବରେ ମୂଷା ଦ୍ଵାରା ବ୍ୟାପୁଥିବା ଜୀବାଣୁ ଦ୍ଵାରା ଗୋଟେ ପରିବାରରୁ ସାରା ଦୁନିଆରେ ଲୋକ ମାନଙ୍କୁ ବିଭିନ୍ନ ରୋଗରେ ପୀଡିତ କରିଥାଏ । ଏହା କେତେକ ପ୍ରକାର ର ହୋଇଥାଏ ଓ ପ୍ରତ୍ୟେକ ହନ୍ତା ଭାଇରସରେ ମୂଷାଙ୍କ ବିଶିଷ୍ଟ ପ୍ରଜାତି ହୋଇଥାଏ ଓ ଏହା ଏରୋସୋଲିଜ୍ଡ ଭାଇରସ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ବ୍ୟାପେ, ଯାହା ମୂତ୍ର, ମଳ ଓ ଛେପ ଜରିଆରେ ବ୍ୟାପିଥାଏ ।

ଭାରତରେ ହନ୍ତା ଭାଇରସର ଇତିହାସ

ଭାରତରେ ପ୍ରଥମ ହନ୍ତା ଭାଇରସ୍ ର କିଛି ଘଟଣା ସାମ୍ନା କୁ ଆସିଛି । 2008 ରେ ଏହା ଇରୁଲ୍ସ, ସାପ ଓ ମୂଷା ଧରିବା ଲୋକଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ 2016 ରେ ମୁମ୍ବାଇ ରେ 12 ବର୍ଷ ର ଗୋଟେ ପିଲା ର ହନ୍ତା ଭାଇରସରେ ମୃତ୍ୟୁ ହୋଇଥିଲା ।

ଏହାର କାରଣ

କୁହାଯାଏ କି ମୂଷାର ମୂତ୍ର, ମଳ ଜରିଆରେ ଏହି ଭାଇରସ ବ୍ୟାପିଥାଏ । ଯେଉଁଠି ଆବର୍ଜନାରେ ରହୁଥିବା ମୂଷା ଆସି ଖାଦ୍ୟରେ ନିଜ ଲାଳ ପକାଏ, ବା ସେହି ମୂଷା କାମୁଡ଼ିଲେ ମଧ୍ୟ ଏହି ଭାଇରସ ହୋଇଥାଏ ।

ଏହାର ସଂକେତ ଓ ଲକ୍ଷଣ

ଏହାର ଲକ୍ଷଣ 8 ସପ୍ତାହ ଯାଏ ରହିଥାଏ । ଏହାର ମୁଖ୍ୟ ଲକ୍ଷଣ ହେଉଛି ଜର, ଥକ୍କାପଣ, ମାଂସପେଶୀ ରେ ଯନ୍ତ୍ରଣା, ଜଙ୍ଘ, ପିଠି ଓ ବାହୁରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଥଣ୍ଡା ଲାଗିବା, ପେଟରେ ଯନ୍ତ୍ରଣା, ଇତ୍ୟାଦି ।

ଏହାର ମୃତ୍ୟୁ ସଂଖ୍ୟା

HPS ର ମୃତ୍ୟୁ ସଂଖ୍ୟା 38% , ଯାହା କରୋନା ଭାଇରସ ତୁଳନାରେ ଅଧିକ ଭୟଙ୍କର ଅଟେ ।

ଏହାର ନିଦାନ ଓ ଉପଚାର

ଏହାର ଚିକିତ୍ସା କଷ୍ଟକର ହୋଇଥାଏ । ଏହାର ଲକ୍ଷଣ ଇନଫ୍ଲୁଏନଜା ପରି, ଯେମିତି କରୋନା ଭାଇରସ ଫ୍ଲୁର ଲକ୍ଷଣ ପରି ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ପାଖରେ ଜର, ଥକ୍କାପଣ ଲକ୍ଷଣ ଦେଖାଯାଏ ଓ ସେମାନେ ମୂଷା ସଂସ୍ପର୍ଶରେ ଆସନ୍ତି, ତ ସେମାନଙ୍କ ଟେଷ୍ଟ କରିବା ଉଚିତ ।

ଏହାର ନିବାରଣ

ଏକ୍ସପର୍ଟ ଙ୍କ କହିବା ଅନୁସାରେ, ଏଥିରୁ ବଞ୍ଚିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ମୂଷାଙ୍କ ସଂସ୍ପର୍ଶରେ ଆସିବାରୁ ବଞ୍ଚନ୍ତୁ । ସେହି ସ୍ଥାନ କୁ ଭଲରେ ସଫା ରଖନ୍ତୁ ଯେଉଁଠି ମୂଷା ରହିବାର ଭୟ ରହିଛି ।

(Source- Lokmat News, Amar Ujala)

Leave a Reply

Your email address will not be published. Required fields are marked *