ଚିନ୍ତା ବଢାଉଛି କରୋନାର R ଫ୍ୟାକ୍ଟର, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

କ-ରୋ-ନାର ପ୍ରଥମ ଲହର ଗଲା ପରେ ବର୍ତ୍ତମାନ କ-ରୋ-ନାର ଦ୍ଵିତୀୟ ଲହର ବର୍ତ୍ତମାନ ପର୍ଯ୍ୟନ୍ତ ବି ଚିନ୍ତାର ବିଷୟ ହୋଇ ରହିଛି । କେତେକ ରାଜ୍ୟରେ କ-ରୋ-ନାର ଦ୍ଵିତୀୟ ଲହରର ପ୍ରଭାବ କମି ଗଲାଣି । କିନ୍ତୁ ଏବେ ବି ଦେଶରେ ଏମିତି କିଛି ରାଜ୍ୟ ଅଛି ଯେଉଁଠି କ-ରୋ-ନାର ପ୍ରଭାବ କମ ହେଉ ନାହିଁ ।

କହିବାକୁ ଗଲେ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଦେଶର ସବୁ ଅଞ୍ଚଳରେ କ-ରୋ-ନାର ମାମଲା କମ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ ଦେଶର ଏମିତି କିଛି ରାଜ୍ୟ ଅଛି ଯେଉଁଠି ପୁଣି ଥରେ କ-ରୋ-ନାର ମାମଲା ବଢିବାରେ ଲାଗିଛି । ଯାହାକୁ R ଫ୍ୟାକ୍ଟର ବୋଲି କୁହାଯାଉଛି । ଯେଉଁଥିରେ ଭା-ଇ-ର-ସ ବ୍ୟାପିବାର ଓ ସଂ-କ୍ର-ମ-ଣର ହାର ସମ୍ବନ୍ଧିତ ସମସ୍ତ ସୂଚନା ମିଳିଥାଏ ।

institute of mathematical sciences Chennaiର ବିଶ୍ଳେଷଣ ଅନୁସାରେ ଦେଶରେ କେତେକ ଅଞ୍ଚଳରେ ସଂ-କ୍ର-ମ-ଣ ପୁଣି ଥରେ ବୁଦ୍ଧି ପାଉଛି । ମହାରାଷ୍ଟ୍ର, କେରଲ ଓ ଦେଶର ଉତ୍ତର ପୂର୍ବ ରାଜ୍ୟରେ କ-ରୋ-ନା ସଂ-କ୍ର-ମ-ଣ ଦ୍ରୁତ ଗତିରେ ବୁଦ୍ଧି ପାଉଛି ବୋଲି ଏକ ବିଶ୍ଳେଷଣରୁ ଜଣା ପଡିଛି । ଯାହାକି ବର୍ତ୍ତମାନର ସବୁଠୁ ବଡ ଚିନ୍ତାର ବିଷୟ ଅଟେ ।

କହିବାକୁ ଗଲେ କିଛି ଦିନ ହେବ କ-ରୋ-ନାରେ ସଂ-କ୍ର-ମ-ଣ ହାର କମ ହେଉଛି ବୋଲି ଖ-ବ-ର ସାମ୍ନାକୁ ଆସୁଥିଲା । ଯାହାକୁ ଶୁଣି ସମସ୍ତେ ଖୁସି ହେଉଥିଲେ ଓ ଚିନ୍ତା କରୁଥିଲେ କି ବର୍ତ୍ତମାନ ସ୍ଥିତି ସାମାନ୍ୟ ହୋଇଯିବ । କିନ୍ତୁ କ-ରୋ-ନା ପଜିଟିବଙ୍କ ସଂଖ୍ୟା ସାମାନ୍ୟା ହ୍ରାସ ପାଉଥିବା ସମୟରେ କେତେକ ଲୋକମାନଙ୍କର ନିୟମ ନ ମାନିବା, ମନ ଇଚ୍ଛା କାମ କରିବା ଇତ୍ୟାଦି ଯୋଗୁ ସଂ-କ୍ର-ମ-ଣ ବଢୁଥିବାର ଆଶଙ୍କା କରାଯାଉଛି ।

ମହାରାଷ୍ଟ୍ରରେ ଜୁନ ମାସର ଶେଷ ଆଡକୁ ଓ ଜୁଲାଇ ମାସର ଆରମ୍ଭରେ ଦୈନିକ ୬୦୦୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବା ସମୟରେ ବର୍ତ୍ତମାନ ଏହି ସଂଖ୍ୟା ୮ ରୁ ୯ ହଜାର ପାର କରିସାରିଛି । ବେଳେ ବେଳେ ଏହି ସଂଖ୍ୟା ୧୦ ହଜାର ବି ପାର କରିଦେଉଛି । ସେହିଭଳି କେରଲରେ ବି ନୂଆ ମାମଲା ସମସ୍ତଙ୍କର ନିଦ ଉଡାଇ ଦେଇଛି ।

ଉତ୍ତର ପୂର୍ବ ରାଜ୍ୟ ମଣିପୁର, ଅରୁଣାଚଳ ପ୍ରଦେଶ ତଥା ତିପୁରାରେ କ-ରୋ-ନା ସଂ-କ୍ର-ମ-ଣର ହାର ଏବେ ଚିନ୍ତା ବଢାଇ ସାରିଛି । ଯଦି ଓଡିଶା ବିଷୟରେ କହିବା ତେବେ ଓଡିଶାର ପ୍ରାୟତଃ ସବୁ ଜିଲ୍ଲାରେ କ-ରୋ-ନା ସଂ-କ୍ର-ମ-ଣର ସଂଖ୍ୟା ଧୀରେ ଧୀରେ କମି ଆସିଲାଣି । ତଥାପି କେତେକ ଅଞ୍ଚଳରେ କାରୋନାର ମାମଲା ସର୍ବାଧିକ ରହୁଛି । ତଥାପି ଓଡିଶାରେ ସ୍ଥିତି କାବୁରେ ଅଛି ।

Leave a Reply

Your email address will not be published. Required fields are marked *