ସାବାସ ଭାଇଭଉଣୀ ! ଚିଠି ଲେଖିଥିଲେ, ପୋଲ ତିଆରି ହେଲା…. କଣ ସମ୍ପୁର୍ଣ୍ଣ ଘଟଣା ଜାଣନ୍ତୁ

ଆମ ଗାଁର ରୁହୁନାଳି ନାଳ । ଆମ ପାଠ ପଢାକୁ ଧୂଳିସାତ କରୁଛି । ଆସନ୍ତା ବର୍ଷ ମୋ ସାନ ଭଉଣୀ ମଧ୍ୟ ପାଠ ପଢିବାକୁ ଯିବ । ଗାଁ ଲୋକେ ଏହି ନାଳ ପାଇଁ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ପୋଲଟି ନିର୍ମାଣ ହେଲେ ଗାଁ ଲୋକେ ଉପକୃତ ହୁଅନ୍ତେ । ଏମିତି କିଛି ଲେଖି ୨୦୧୩ରେ ଭାଇ ଭଉଣୀ ଚିଠି ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ଆୟୁଷ ଓ ଭଉଣୀ ଆଦ୍ୟାସା ।  ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଆୟୁଷ  ରଞ୍ଜନ ରାଉତ ଓ ଆଦ୍ୟାସା ରାଉତ ।

ଯାହା ସରାକରଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଏବେ ପୋଲ କାମ ସରିବା ନେଇ ଗାନ ଲୋକେ ସୁବିଧା ପାଇ ପାରୁଛନ୍ତି । ଏହି ପୋଲ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାକୁ ଯୋଡୁଛି । ଏହାର ସବୁ ଶ୍ରେୟ ଯାଉଛି ଦୁଇ ଭାଇ ଭଉଣୀଙ୍କୁ । ଆଦ୍ୟାସା ଓ ଆୟୁଷ ନିଜ ମତରେ କହିଛନ୍ତି ଯେ ଦୁହେଁ ମିଶି ପ୍ରଧାନମନ୍ତ୍ରୀଙ୍କୁ ପୋଲ ନିର୍ମାଣ ପାଇଁ ଚିଠି ଲେଖିବା ପରେ ଉତ୍ତର ଆସିଥିଲା ।

ଏହା ପରେ ପୋଲ କାମ ଆରମ୍ଭ ହୋଇଥିଲେ । ଯାହା ପାଇଁ ଆଜି ଦୁହିଙ୍କର ସ୍ଵପ୍ନ ପୂରଣ ହୋଇ ପାରିଛି । ଏଠାରେ ଜଙ୍ଗଲ ଘେରି ରହିବା ସହ କୁଢାନାଳୀ ଗାଁର ୫ ଖଣ୍ଡ ଅଞ୍ଚଳ ରହିଛି । ଆୟୁଶ୍ସ ମାତ୍ରା ୬ବର୍ଷ ଓ ଆଦ୍ୟାସା ୩ବର୍ଷର ହୋଇଥିବା ବେଳେ ପୋଲ କାମ ପାଇଁ ଚିଠି ଲେଖିଥିଲେ ।

ସେହି ସମୟରେ ଆୟୁଷ ପ୍ରଥମ ଶ୍ରେଣୀରେ ପଡୁଥିଲେ । ପ୍ରଥମେ ୨୦୧୩ରେ ରାଜ୍ଯପାଳ ଓ ମୁଖ୍ୟମନ୍ତଗ୍ରୀ, ୨୦୧୪ରେ ମାନବ ଅଧିକାର କମିଶନ, ୨୦୧୬ରେ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭାଇ ଭଉଣୀ । ଯାହା ପାଇଁ ଆଜି ଗାଁ ଲୋକ ମାନେ ଯିବା ଆସିବା ପାଇଁ ଯେଉଁ ପ୍ରକାରର ସମସ୍ୟାର ସମୁଖିନ୍ନ ହେଉଥିଲେ ତାହା ଆଜି ଦୂର ହୋଇପାରିଛି ।

ଆଜି ଗାଁ ଲୋକେ ମାନେ ବହୁତ ଖୁସି ଥିବାର ପ୍ରକାଶ କରିଛନ୍ତି । ଆମ ଦେଶ ସ୍ଵାଧିନତା ହେବାର ଏତେ ବର୍ଷ ପରେ ଆଜି ଏ ସଫଳତା ହାସଲ କରିଛନ୍ତି ଦୁଇ ଭାଇ ଭଉଣୀ । ଜିଲ୍ଲା ସୀମା ବିବାଦ ଯୋଗୁ ପୋଲ କାମ ଆରମ୍ଭ ହୋଇପାରୁ ନ ଥିଲା । ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶରେ ବିଭାଗୀୟ ଟେଣ୍ଡର କାମ ଆରମ୍ଭ ହୋଇଥିଲା ।

ଏବେ ପୋଲ କାମ ସରି ଯାଇଛି । ଏବେ ପ୍ରଶଂସା ଉପରେ ପରଶଂସା ଚାଲିଛି ଆୟୁଷ ଓ ଆଦ୍ୟାସାଙ୍କର । ବର୍ତ୍ତମାନ କେବଳ ପୋଲ ଉଦ୍ଘାଟନ ହେବାର ବାକି ରହିଛି । ଏହି ପୋଲର ନାଁ ଦୁଇ ଭାଇ ଭଉଣୀ ଆୟୁଷ ଓ ଆଦ୍ୟାସାଙ୍କ ନାଁ ରେ ନାମକରଣ କରିବାକୁ ଦାବି କରିଛନ୍ତି ଗାଁ ଲୋକେ । ଗାର୍ଣ ର ଏହି ଦୁଇ ପିଲା ଏମିତି କାମ କରି ଦେଖାଇଛନ୍ତି ଯାହା ପାଇଁ ସଫଳତା ଆଜି ତାଙ୍କ ହାତ ମୁଠାରେ ରହିଛି । ତେବେ ଦୁଇ ଭାଇ ଭଉଣୀଙ୍କ ପ୍ରଶଂସା ନ କରିଲେ ରହି ହେବ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଦୁଇ ଭାଇ ଭଉଣୀଙ୍କ କାମ ପାଇଁ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *