ଛୋଟ ପିଲାଙ୍କର ମନ ବହୁତ ଅସ୍ଥିର ହେବା । ଏହା ଏକ ସାଧାରଣ ଅବସ୍ଥା ନା ସ୍ଵାସ୍ଥଗତ ସମସ୍ଯା ! Dr Sambit Nanda

ବନ୍ଧୁଗଣ କିଛି ପିଲାଙ୍କର ଅତି ଚଞ୍ଚଳ ଭାବ ଯୋଗୁଁ ପାଠପଢା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ଭୁଲ କରି ବସିଥାନ୍ତି । ଏହାକୁ ପିଲାଟି ବହୁତ ଦୁଷ୍ଟ ହେଉଛି ବୋଲି ପରିବାର ଲୋକେ ଭାବିଥାନ୍ତି । ହେଲେ ଛୋଟ ପିଲାଙ୍କ ଠାରେ ଅସ୍ଥିର ମନ କିମ୍ବା ଚଞ୍ଚଳପଣ ଏକ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ହୋଇପାରେ । ଏ ସମ୍ପର୍କରେ ବିଶିଷ୍ଟ ମନୋବିଜ୍ଞାନୀ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା । ଆଜିକାଲି ପିଲାଙ୍କ ଠାରେ ମାନସିକ ସମସ୍ଯା ଦେଖାଯାଉଛି । ଯାହାକି  ଛୋଟବେଳୁ ତାଙ୍କ ବିକାଶରେ ମଧ୍ୟ ବାଧାପ୍ରାପ୍ତ କରାଇଥାଏ ।

ପିଲା ଅସ୍ଥିର ହେବା, କୌଣସି କାର୍ଯ୍ୟରେ ମନ ନଦେବା କିମ୍ବା ଚଞ୍ଚଳ ହେବା ଆଦି ସମସ୍ଯାକୁ ଏଡିଏଚଡି ଆଟେନସନ ଡେଫିସିଟ ହାଇପରଆକ୍ଟିଭ ଡିଜଅର୍ଡର କୁହାଯାଏ । ଗର୍ଭାବସ୍ଥା ସମୟରେ ପିତା କିମ୍ବା ମାତା ସ୍ମୋକିଂ କିମ୍ବା ଡ୍ରିଙ୍କିଙ୍ଗ କରୁଥିଲେ । ତେବେ ପିଲାଠାରେ ଏଭଳି ସମସ୍ଯା ଦେଖା ଦେଇପାରେ । ପିଲାର ବ୍ରେନରେ ଯଦି କିଛି ସମସ୍ଯା ହୁଏ କିମ୍ବା ଜିନ ଯୋଗୁଁ ମଧ୍ୟ ଏପରି ସମସ୍ଯା ପିଲାଠାରେ ଦେଖା ଦେଇପାରେ ।

ଜନ୍ମ ସମୟରେ ଓଜନ କରିବା ଏବଂ ଅତ୍ୟଧିକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ ମଧ୍ୟ ପିଲାକୁ ଏପରି ହୋଇପାରେ । ଏହି ସମସ୍ଯାକୁ ଯେତେ କମ୍ ବୟସରୁ ଚିକିତ୍ସା କରାଯାଇ ପାରିବ ତାହା ଉଭୟ ପିଲା ଏବଂ ବାପା ମା’ଙ୍କ ପାଇଁ ଭଲ ହେବ । କାରଣ ଏଥିପାଇଁ ନିର୍ଦ୍ଦିଷ୍ଟ ଥେରାପି ଆବଶ୍ୟକ । ଏହି ସମସ୍ଯା ଯୋଗୁଁ ପିଲାର ଭଲ ବୁଦ୍ଧି ଥିଲେ ମଧ୍ୟ ସେ କିଛି ଭଲରେ ଶିକ୍ଷାଗ୍ରହଣ କରିପାରେ ନାହିଁ ।

ଭୁଲ ହେଉ ଠିକ ହେଉ ଶୀଘ୍ର ପାଠ ଶେଷ କରିଦେବାକୁ ଚେଷ୍ଟା କରନ୍ତି କିମ୍ବା ଅସ୍ଥିରତା ଯୋଗୁଁ ଅନେକ ସମୟ ନିଅନ୍ତି । ଏପରି ପିଲାଙ୍କ ପାଇଁ ନିୟମ ମାନିବା ମଧ୍ୟ ଖୁବ କଷ୍ଟକର ହୋଇଥାଏ । ତେଣୁ ପିତାମାତା ମାନେ ଏହି ସବୁ ଲକ୍ଷଣକୁ ଧ୍ୟାନ ଦେଇ ପିଲାକୁ ଉପଯୁକ୍ତ ଥେରାପି ଦେବା ଆବଶ୍ୟକ । ଯାହାଦ୍ଵାର ପିଲାଟି ଧ୍ୟାନ ଦେବା ଶିଖିବ, ଗୋଟିଏ ସ୍ଥାନରେ ବସି ରହିବା ଶିଖିବ, ଅସ୍ଥିରତା କମିବ ଓ ସାଧାରଣ ବ୍ୟବହାର କରିବାକୁ ପାରିବ ।

ବିଭିନ୍ନ ପ୍ରକାର ଖେଳକୁଦ ଓ ଟାସ୍କ ମାଧ୍ୟମରେ ପିଲାକୁ ଏହି ଥେରାପି ସବୁ ଦିଆଯାଏ । ପିଲାକୁ ସ୍କୁଲ ଯିବା ପୂର୍ବରୁ ଏହି ସବୁ ଥେରାପି ପିତାମାତା କି ପରିବାରର ଅନ୍ୟ ସଦସ୍ୟ ଦେଇପାରିଲେ ବହୁତ ଭଲ କଥା ଅଟେ । କାରଣ ସ୍କୁଲ ଯିବାପରେ ଏହିସବୁ ଶିକ୍ଷା ପିଲାକୁ ଅନେକ ସାହାଯ୍ୟ କରିବ । ବୁଝିବା, ମନ ରଖିବା, ମନଯୋଗ କରିବା, ଯୋଜନା କରିବା ଆଦି ପ୍ରକ୍ରିୟା ପିଲା ଶିଖିବା ଆବଶ୍ୟକ ।

ବିଭିନ୍ନ ମାଧ୍ୟମ ଦ୍ଵାରା ବିଭିନ୍ନ ଖେଳଣା, ରଙ୍ଗ ଦେବା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାର ଚିକିତ୍ସା କରିବାକୁ ପଡିଥାଏ । ତେବେ ପିଲାକୁ ସ୍ଥିର କରିବାରେ ପିତାମାତାଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ପିଲା ପ୍ରତି ଯେତେ ଧ୍ୟାନ ଦେବେ ସେତେ ସେମାନଙ୍କ ପାଇଁ ଭଲ ହେବ । ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ପସନ୍ଦ ଆସିଥିବ । ପେଜକୁ ଲାଇକ୍ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *