ଆଜି ଆମେ ବନେଇବା ୮ ମାସରୁ ଉର୍ଦ୍ଧ ପିଲାମାନଙ୍କ ପାଇଁ ବହୁତ ସହଜ ଓ ହେଲ୍ଦି ରେସିପି । ଏହି ରେସିପିରେ ଦୁଇଟି ଜିନିଷର ବ୍ୟବହାର କରାଯାଇଛି । ଏଥିରେ ଛୁଆ ମାନଙ୍କର ଓଜନ ଓ ଶକ୍ତି ବଢାଇବା ପାଇଁ ବହୁତ ଅଧିକା ଫାଇଦା ଦେଇଥାଏ ।
ଏହି ରେସିପି କାର୍ବୋ ହାଇଡ୍ରେଟ ପ୍ରୋଟିନରେ ଭରପୁର ଅଟେ । ଏଥିରେ ଛୁଆ ମାନଙ୍କର ଓଜନ ଓ ଶକ୍ତି ବହୁତ ତେଜିରେ ବଢିଥାଏ । ଆସନ୍ତୁ ବନେଇବା ଆରମ୍ଭ କରିବା । ପିଲାମାନେ ଏହାକୁ ଖାଇବା ଦ୍ଵାରା ବହୁତ ଶକ୍ତିଶାଳୀ ହେବା ସହିତ ସୁସ୍ଥ ହୋଇଥାନ୍ତି ।
ଏହା ବହୁତ ହେଲଦି ଖାଦ୍ୟ ହୋଇଥାଏ ।ଏହାକୁ ବନେଇବା ପାଇଁ ୫ ଟି ଛୋଟ ଆଳୁନେବେ ପାଖା ପାଖି ୨ ସହ ଗ୍ରାମର । ଏହି ଆଳୁର ଚୋପା ଛଡେଇକି ଛୋଟ ଛୋଟ ଟୁକୁଡାରେ କାଟିଦେବେ । ଆଲୁକୁ ଅଧିକ ବଡ ରଖିବେନି, ଏହାକୁ ଛୁଆଙ୍କ ପାଇଁ ଦୁଇରୁ ତିନିଥର ବ୍ୟବହାର କରିପାରିବେ । ଗୋଟେ ପାତ୍ରରେ ଆଳୁ ନେଇ ଗୋଟେ ଗ୍ଲାସ ପାଣିରେ ସିଝାଇ ଦେବେ । ସିଝା ଆଳୁକୁ ପାଣିରୁ ଛାଣି ଦିଅନ୍ତୁ ।
ଗୋଟେ ବାଉଲ ରେ ଅଧା ଆଲୁ ନେଇ ତାକୁ ଭଲସେ ଚକଡି ଦିଅନ୍ତୁ । ଗୋଟେ ପାତ୍ରରେ କିଛି ଗାଈ ଘିଅକୁ ଗରମ କରି ଚକଡା ହୋଇଥିବା ଆଲୁକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ , ଆଳୁ ଯେତେବେଳେ ଭଲରେ ଭାଜୀ ହୋଇଯିବ ସେଥିରେ ଗୋଟେ ଗ୍ଲାସ କ୍ଷୀର ବା ତିନିଶହ ଏମେଲ ର କ୍ଷୀର ପକାଇ ଦୁଇରୁ ତିନି ମିନିଟ ଭଲରେ ଗୋଳେଇବେ । ଏହାକୁ ବହଳିଆ କି ପତଳା ରଖିବେ ଆପଣଙ୍କ ପିଲାର ବୟସ ହିସାବରେ , ଯଦି ଆପଣଙ୍କ ପିଲା ଦୁଇ ବର୍ଷରୁ ଛୋଟ ଅଟେ ତାହେଲେ ଲିକୁଇଡ ରଖନ୍ତୁ ।
ଯଦି ଦୁଇ ବର୍ଷରୁ ବଡ ଅଟେ ଆପଣ ଟିକେ ବହଳିଆ ରାଖୀ ପାରିବେ । ଏଥିରେ ଆମେ ଗୋଟିଏ ଚାମଚ ଚିନୀ ମିଶାଇବା ଓ ତାକୁ ଭଲରେ ଗୋଳାଇ ରାନ୍ଧିବା । ଶେଷରେ ସେଥିରେ ଅଧା ଚାମଚ ଡ୍ରାଇ ଫ୍ରୁଟସ ପାଉଡର ପକାଇବେ । ଆଳୁ ଖିରୀ ପ୍ରସ୍ତୁତ ହୋଇଗଲା ଏହାକୁ ଛୁଆକୁ ଖାଇବାକୁ ଦେବେ । ଏହା ବହୁତ ସ୍ଵାଦିଷ୍ଟ ହେବା ସହିତ ଛୁଆମାନଙ୍କ ପାଇଁ ହେଲଦି ଖାଦ୍ୟ ହୋଇଥାଏ । ପିଲାମାନେ ଏହି ଆଳୁ ଖିରିକି ବହୁତ ଖୁସିରେ ଖାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।