ଛୁଆ ଜନ୍ମ ହେଉ ହେଉ କାନ୍ଦନ୍ତି କାହିଁକି ? କଣ ଅଟେ ଏଆ ପଛର ରହସ୍ୟ! Krishna Vani

ଭାରତରେ ବହୁତ ପୁରାଣ ଆଉ ଶାସ୍ତ୍ର ଲେଖା ହୋଇଛି ତେବେ ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଏହି ପୁରାଣ ଶାସ୍ତ୍ରରେ ମିଳିଯିବ । ତେବେ ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଆସିଥାଏ ଯେ ଛୁଆ ଜନ୍ମ ହେଲା ପରେ ପ୍ରଥମେ କଣ ପାଇଁ କ୍ରନ୍ଦନ କରନ୍ତି । ତେବେ ଗରୁଡ ପୁରାଣରେ ଲେଖା ହୋଇଛି ଯେ ଯେତେବେଳେ ନୂଆ ଜୀବ ଆତ୍ମା କୌଣସି ଶରୀର ରୂପରେ ଜନ୍ମ ନେଇଥାଏ ସେତେବେଳେ ସେ ଭଗବାନଙ୍କୁ ଏହା ପଚାରିଥାଏ ଯେ ମତେ ଏହି ପାପୀ ଦୁନିଆରେ କଣ ପାଇଁ ପଠାଇଲେ କାହିଁକିନା ଜନ୍ମ ହେଲା ପରେ ମଣିଷର ପାପ ପୂଣ୍ୟ ଲେଖା ଆରମ୍ଭ ହୋଇଥାଏ ।

ତେବେ ଯିଏ ଆଜି ଜୀବିତ ଅଛି ତାକୁ କାଲୀ ଯିବାକୁ ହବ ଆଉ ଯିଏ ଆଜି ଚାଲି ଯାଇଛି ତାକୁ ଆର ଜନ୍ମ ନବାକୁ ହବ ଏହା ବିଧିର ବିଧାନ ଅଟେ ଯାହାକୁ କେହି ବଦଳେଇ ପାରିଲେ ନାହିଁ । ତେବେ ଆସନ୍ତୁ ଜାଣିବା କଣ ପାଇଁ ଛୁଆ ଜନ୍ମ ହେଲା ପରେ କ୍ରନ୍ଦନ କରିଥାନ୍ତି ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଶିଶୁ ଯେତେବେଳେ ନିଜ ମା ଗର୍ଭରେ ରହିଥାଏ ସେତେବେଳେ ମା ଦ୍ଵାରା ନିଆ ହୋଇଥିବା ନିଶ୍ଵାସ ଆକ୍ଷିଜିନ ଛୁଆ ବଡିକୁ ଯାଇଥାଏ ଏହି ଭଳି ୯ ମାସ ପର୍ଯ୍ୟନ୍ତ ହୋଇଥାଏ ତେବେ ମା ଗର୍ଭରେ ରହିଲା ବେଳେ ଛୁଆ ଚାରି କଦରେ ଗୋଟେ ସୁରକ୍ଷା କବଚ ହୋଇଥାଏ ଯାହା ପାଣି ଦ୍ଵାରା ନିର୍ମିତ ହୋଇଥାଏ ତେବେ ଜନ୍ମ ହେଲା ପରେ ଛୁଆଙ୍କ ଚଟିରେ ଏହି ପାଣି ରହି ଯାଇଥାଏ ଯାହାକୁ ଡକ୍ଟର ମାନେ ପ୍ରସବ ସମୟରେ ବାହାର କରିଥାନ୍ତି ଆଉ ଛୁଆ କାନ୍ଦିବା ଆରମ୍ଭ କରିଥାନ୍ତି ।

ତେବେ ଗରୁଡ ପୁରାଣ ଅନୁଯାଇ ଛୁଆଙ୍କ କାଣ୍ଡିବାର ଗୋଟେ କାହାଣୀଅଛି । ଶାସ୍ତ୍ର ଅନୁଯାଇ ଭଗବାନ ବ୍ରମ୍ହା ସମସ୍ତଙ୍କ ଭାଗ୍ୟ ଲେଖନ୍ତି ଔ ତାଙ୍କ ଲେଖା ଭଗବାନ ମାନେ ମଧ୍ୟ ମାନିଠାନ୍ତି । ତେବେ ଏହି କଥା ବିଚାର କରି ବ୍ରମ୍ହା କହିଲେ ମୁଁ ଯଦି ଏତେ ଜ୍ଞାନୀ ତେବେ ମୋ ପୁତ୍ର କେଉଁ ଭଳିଆ ହବ । ଏହି କଥା ଭାବୁ ଭାବୁ ବହୁତ ଦିନ ବୀତି ଗଲା ଆଉ ଦିନେ ସେ ନିଜ ନାଭି ଦ୍ଵାରା ଗୋଟେ ପୁଟରକୁ ଜନ୍ମ ଦେଲେ ଯାହା ନୀଳ ରଙ୍ଗର ହୋଇଥିଲା ତେବେ ପୁତ୍ର ଜନ୍ମ ହେଲା ପରେ ଏପଟ ସେପଟ ରହି କାଣ୍ଡିବାକୁ ଲାଗିଲା ଗୋଟେ ଜାଗାରେ ସ୍ଥିର ହେଲା ନାହିଁ ଯାହା ପରେ ବ୍ରମ୍ହା ସେହି ପୁତ୍ର ନାମ ରୁଦ୍ର ଦେଇଥିଲେ ଆଉ ଏହା ପରେ ପୃଥିବୀରେ ଜନ୍ମ ହେଇଥିବା ସବୁ ଛୁଆ ଆଗ କାନ୍ଦନ୍ତି ତା ପରେ ଆଖି ଖୋଲନ୍ତି ।

Leave a Reply

Your email address will not be published. Required fields are marked *