ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାତାପିତା ହେବା ପ୍ରତ୍ୟେକ ଙ୍କ ଜୀବନ ର ସ୍ବପ୍ନ ରହିଥାଏ । କିଛି ଯୋଡ଼ି ଏଭଳି ଅଛନ୍ତି ଯେଉଁମାନେ ଏହି ସୁଖରୁ ବଞ୍ଚିତ ରୁହନ୍ତି ଏବଂ ସେମାନେ ଜୀବନ ସାରା ଦୁଃଖ ରେ ରୁହନ୍ତି । କିନ୍ତୁ କିଛି ଯୋଡ଼ି ଏଭଳି ଅଛନ୍ତି ଯେଉଁମାନେ ଛୁଆ ଆଡପ୍ପଟ କରିବାର ନିଷ୍ପତ୍ତି ନେଇଥାନ୍ତି ଏବଂ ସେହି ଛୁଆ ମାନଙ୍କ ସାହାରା ରେ ନିଜର ପୁରା ଜୀବନ ବିତାଇ ଦିଅନ୍ତି । ତେବେ ଟିଭି ଇଣ୍ଡଷ୍ଟ୍ରୀ ରେ ମଧ୍ୟ କିଛି ଏଭଳି କଳାକାର ଅଛନ୍ତି ଯେଉଁମାନେ ଛୁଆ ଆଡପ୍ପଟ କରିଛନ୍ତି ଏବଂ ତାଙ୍କ ଜୀବନ କୁ ସୁଧାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ସମ୍ବନ୍ଧରେ ।
୧. ମନ୍ଦିରା ଙ୍କ ତାରା- ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ମନ୍ଦିରା ବେଦୀ’ ଜଣେ କନ୍ୟା ସନ୍ତାନ କୁ ୪ ବର୍ଷ ବୟସ ରେ ଆଡପ୍ପଟ କରିଥିଲେ ଏବଂ ସେହି ଝିଅ ର ନାମ ରଖିଥିଲେ ‘ତାରା’ । ମନ୍ଦିରା ଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି ଓ ତାଙ୍କ ନାଁ ହେଉଛି ‘କୁଶଲ ବେଦୀ’ । ଜଣେ କନ୍ୟା ସନ୍ତାନ କୁ ଆଡପ୍ପଟ କରି ଅଭିନେତ୍ରୀ ନିଜର ପରିବାର ପୁରା କରିଛନ୍ତି ଏବଂ ହସଖୁସିରେ ନିଜ ଜୀବନ ବିତାଉଛନ୍ତି ।
୨. ସନୀ ଲିଓନୀ- ଅଭିନେତ୍ରୀ ସନୀ ଲିଓନୀ ଏବଂ ଡେନିଆଲ ବିବର ଜଣେ କନ୍ୟା ସନ୍ତାନ କୁ ଆଡପ୍ପଟ କରିଛନ୍ତି । ପ୍ରାୟ ସମୟ ଏହି ଯୋଡି ତାଙ୍କ ଝିଅ ଙ୍କ ସହ ସୋସିଆଲ ମିଡିଆ ରେ ଫଟୋ ମଧ୍ୟ ସେୟାର କରନ୍ତି । ଏହି ଯୋଡ଼ିଙ୍କ ଯାଆଁଳା ପୁଅ ମଧ୍ୟ ଅଛନ୍ତି ।
୩. ନିଲମ କୋଠାରୀ ଓ ସମୀର ସୋନି- ଅଭିନେତ୍ରୀ ନିଲମ କୋଠାରୀ ଏବଂ ସମୀର ସୋନି ୨୦୧୩ ମସିହାରେ ଜଣେ କନ୍ୟା ସନ୍ତାନ ଙ୍କୁ ଆଡପ୍ପଟ କରିଥିଲେ ଏବଂ ତାଙ୍କ ନାମ ରଖିଥିଲେ ‘ଆହାନା’ । ଏହି ଯୋଡ଼ି ନିଜ ଝିଅ ଆହାନା ଙ୍କ ସହିତ ବହୁତ ଖୁସି ରେ ଅଛନ୍ତି ।
୪. ପ୍ରୀତି ଜିଣ୍ଟା- ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଯେବେ ୩୪ ବର୍ଷ ବୟସର ଥିଲେ ସେ ସେତେବେଳେ ଉତ୍ତରାଖଣ୍ଡ , ହୃଷିକେଶ ସ୍ଥିତ ମଦର ମିରାକେଲ ସ୍କୁଲ ରୁ ଜଣେ ବା ଦୁଇ ଜଣ ନୁହେଁ ବରଂ ୩୪ ଜଣ ଝିଅ ଙ୍କୁ ଆଡପ୍ପଟ କରିଥିଲେ । ସେହି ଝିଅ ମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ଅଭିନେତ୍ରୀ ବହନ କରିଥିଲେ । ବର୍ତ୍ତମାନ ମଧ୍ୟ ପ୍ରୀତି ଜିଣ୍ଟା ଏହି ଝିଅ ମାନଙ୍କ ପାଳନ ପୋଷଣ କରୁଛନ୍ତି ଏବଂ ତାଙ୍କ ସହିତ ରହୁଛନ୍ତି । ସେମାନଙ୍କୁ ଏହି ଅଭିନେତ୍ରୀ ବହୁତ ଭଲ ପାଆନ୍ତି ।
୫. ଜୟ ଭାନୁଶାଲୀ ଓ ମାହି ଭିଜେ- ଟିଭି ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କଳାକାର ଜୟ ଭାନୁଶାଲୀ ଏବଂ ମାହି ଭିଜେ ଙ୍କ ନାମ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛି । ଏହି ଯୋଡ଼ି ୨୦୧୧ ମସିହାରେ ନିଜର କେୟାର ଟେକର ଙ୍କ ପୁଅ ଓ ଝିଅ ଙ୍କୁ ଆଡପ୍ପଟ କରିଥିଲେ । ତାଙ୍କ ନାମ ରାଜବୀର ଏବଂ ଖୁସି ଅଟେ । ଏହି ଯୋଡ଼ି ଉଭୟଙ୍କ ଦାୟିତ୍ୱ ବହନ କରିଛନ୍ତି ଏବଂ ତାଙ୍କ ସହିତ ଖୁସି ରେ ନିଜର ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ ଏହି ଯୋଡି ଏକ କନ୍ୟା ସନ୍ତାନ ଙ୍କ ମାତାପିତା ହୋଇସାରିଛନ୍ତି ଓ ତାଙ୍କ ଝିଅ ଙ୍କ ନାମ ‘ତାରା’ ଅଟେ ।