ଯଦି ଆପଣଙ୍କ ବି ଚାହୁଁଛନ୍ତି ଲମ୍ବା କଳା ଓ ଘନ ଚୁଟି, ତେବେ ନିଶ୍ଚୟ ଆପଣାନ୍ତୁ ଏହି ଉପାୟ

ଚୁଟି ମଣିଷ ଶରୀରର ସୁନ୍ଦରତାର ବିଶେଷ ଅଂଶ । ମଣିଷର ମୁଖ ମଣ୍ଡଳ ଯେତେ ସୁନ୍ଦର ହେଇଥିଲେ ମଧ୍ୟ ଚୁଟି ନଥିଲେ ସବୁ ଅସାର । ବିଶେଷ କରି ମହିଳାମାନେ ଏହାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ସେମାନଙ୍କୁ କଳା-ଘନ ଚୁଟି ସହ ଲମ୍ବା ଚୁଟି ମଧ୍ୟ ଆବଶ୍ୟକ ହେଇଥାଏ । ଏପରି ଆକର୍ଷଣୀୟ ଚୁଟି ପାଇବା ପାଇଁ ସେ ଅନେକ କିଛି ଉପାୟ ଆପଣେଇଥାଏ । କିନ୍ତୁ ଏହି ସବୁ ଉପାଯରେ ସେ ଅସନ୍ତୁଷ୍ଟ କାରଣ ତାକୁ ଏଥିରୁ କିଛି ସୁଫଳ ମିଳିନଥାଏ ।

କିନ୍ତୁ ଚିନ୍ତା କରିବାର କୌଣସି କାରଣ ନହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ ସୁଫଳ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।

 

ପିଆଜର ରସ :-

ଆପଣ ଶୁଣି ଚକିତ ହେବେ ପିଆଜର ରସ ଚୁଟି ଝାଡିବାକୁ ଅଟକାଇଥାଏ । ପିଆଜର ରସ ଚୁଟି ସମ୍ବଧୀୟ ସମସ୍ତ ସମସ୍ଯା ଦୂର କରିଥାଏ ଏବଂ ଚୁଟି କୁ ପ୍ରଚୁର ପୋଷଣ ଯୋଗାଇଥାଏ । ପିଆଜକୁ କାଟି ସେଥିରୁ ରସ ବାହାର କରନ୍ତୁ ଏବଂ ଏହାକୁ ନିଜର ଚୂଟିର ମୂଳରେ ଭଲରେ ଲଗାଇ ଦିଅନ୍ତୁ । ରସ ଲଗାଇବାର ୧୫ ମିନିଟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ।

କ୍ୟାଷ୍ଟର ତେଲ :-

ଏହି ତେଲରେ ଜରୁରୀ ଫେଟି ଅମ୍ଳ ରହିଥାଏ । ଏହାସହ ଏଥିରେ ଭିଟାମିନ ଇ ପ୍ରଚୁର ପରିମାଣରେ ରହିଥାଏ । ଉଷୁମ କ୍ୟାଷ୍ଟର ତେଲକୁ ନିଜ ମୁଣ୍ଡରେ ଭଲରେ ମାଲିସ କରି ତାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ଏହା ପରେ ନିଜ ମୁଣ୍ଡକୁ କପଡାରେ ଘୋଡାଇ ରଖନ୍ତୁ । ତେଲର ଅଠାପଣ ଦୂର କରିବାପାଇଁ ଆପଣ ଏଥିରେ ଦୁଇ ବୁନ୍ଦା ଲେମ୍ବୁ ମିଶାଇ ପାରିବେ ।

ମେହେନ୍ଦି :-

ପ୍ରଥମେ ମେହେନ୍ଦି ପାଉଡରକୁ ଦହିରେ ମିଶ୍ରଣକରି ଏହାରା ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଚୁଟିରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଚୁଟିରେ ଲାଗିଥିବା ପେଷ୍ଟ ଶୁଖିଗଲା ପରେ ଏହାକୁ ସାମ୍ପୁରେ ଧୋଇ ଦିଅନ୍ତୁ ।

ଆଲୋବେରା :-

ଆଲୋବେରାକୁ କାଟି ତା ଭିତରର ଦ୍ରବ୍ଯ ବା ଜେଲକୁ ନିଜର ଚୁଟିରେ ଲଗାନ୍ତୁ । ଜେଲ ଲଗାଇବାର ୧ଘଣ୍ଟା ପରେ ନିଜର ଚୁଟି ସାମ୍ପୁରେ ଧୋଇ ଦିଅନ୍ତୁ ।

ଅଣ୍ଡା :-

କଞ୍ଚା ଅଣ୍ଡକୁ ଫେଣ୍ଟି ଚୁଟିରେ ଲଗାନ୍ତୁ ଏବଂ କିଛି ସମୟ ପରେ ସାମ୍ପୁରେ ଧୋଇ ଦିଅନ୍ତୁ ।

ଉପର ଲିଖିତ ପଦ୍ଧତି ଅବଲମ୍ବନ କଲେ ଆପଣଙ୍କ କେଶ ସମ୍ବଧିତ ସମସ୍ୟା ଦୂର ହେଇଯିବ ।

Leave a Reply

Your email address will not be published. Required fields are marked *