ଡ୍ରଗ୍ସ ମାମଲାରେ ଫସିଲେ Comedian ଭାରତୀ ସିଂହ! ଘରେ NCBର Raid

ଡ୍ରଗ ମାମଲାରେ ଏନସିବୀର ଯାଞ୍ଚ ଚାଲିଛି । ଗୋଟେ ପରେ ଗୋଟେ ନୂଆ ନାଁ ସାମନାକୁ ଆସୁଛି ଯାହାକୁ ଏନସିବୀ ତାର ଅକ୍ତିଆରକୁ ନେଇଛି । ଏବେ ଏନସିବୀ ଦେଶର ପ୍ରସିଦ୍ଧ କମେଡିଆନ ଭାରତୀ ସିଂହର ଅନ୍ଧେରି ସ୍ଥିତ ଘରେ ଛାପା ମାରି ଚାଲିଛି । ଏହା ସହିତ ଏନସିବୀ ଭାରତୀ ସିଂହ ଓ ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିଆଙ୍କୁ ସମନ ପଠେଇଛି । ବହୁତ ସାରା ଷ୍ଟାର ଡ୍ରଗ ମାମଲାରେ ଏନସିବୀର ନଜରରେ ରହିଛନ୍ତି । ଏହା ସହିତ ଅର୍ଜୁନ ରାମପଲଙ୍କ ସହିତ ମଧ୍ୟ ଏନସିବୀ ଲମ୍ବା ପଚରା ପଚାରି କରିଛି ଓ ତାଙ୍କ ଘରେ ମଧ୍ୟ ଛାପା ମାରି ହୋଇଥିଲା । ସୂଚନା ଅନୁସାରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହୋଇଛି ।

ଜଣେ ଡ୍ରଗ ପେଡଲରଙ୍କୁ ପଚରା ଉଚରା ସମୟରେ ସେ ଭାରତୀୟ ସିଂହ ନାମ ନେଇଥିଲେ । ଆଜି ସକାଳେ ହଠାତ ଭାରତୀଙ୍କ ଘରେ ପହଞ୍ଚିଥିଲେ ଏନସିବୀର ଅଧିକାରୀ । ଘରେ ଭାରତୀ ଓ ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିଆ ଘରେ ଉପସ୍ଥିତ ଥିଲେ, ଏହି ସମୟରେ ଚଢାଉ ହୋଇଥିଲା ।

ଭାରତୀ ସିଂହ କମେଡି ଦୁନିଆର ଦିବାନୀ ଅଟେ । ଏହି ସମୟରେ ସେ ‘ ଦ କପିଲ ଶର୍ମା ସୋରେ ହିସା ଅଛନ୍ତି ଓ ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ସମସ୍ତଙ୍କରା ମନୋରଞ୍ଜନ ମଧ୍ୟ କରୁଛନ୍ତି । ଭାରତୀ ଘରେ ଛାପା ମାରି ଖବର ନିଶ୍ଚିତ ଭାବେ ଦର୍ଶକଙ୍କୁ ନୀରାସ କରିବ । ଭାରତୀ ଓ ହର୍ଷ ଘରର ତଲାସି ନିଆଯାଇଛି । ଦୁଇଜଣଙ୍କୁ ଏନସିବୀ ଦ୍ଵାରା ସମନ ମଧ୍ୟ ପଠାଯାଇଛି ।

ସର୍ବ ପ୍ରଥମେ ରିଆକୁ ହିରାଶତରେ ନିଆ ଯାଇଥିଲା, ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏନସିବୀ ଦ୍ଵାରା ଇନଭେଷଷ୍ଟିଗେସନ ଆରମ୍ଭ ହେବ ପରେ ବଲିଉଡ ଷ୍ଟାରଙ୍କ ଉପରେ ନଜର ରଖିଛନ୍ତି । ସର୍ବ ପ୍ରଥମେ ରିୟା ଚକ୍ରବର୍ତୀ ଓ ଭାଇ ଶୌଭିକ ଚକ୍ରବର୍ତୀଙ୍କୁ ଏନସିବୀ ଆରେଷ୍ଟ କରିଛି ।

ପାଖାପାଖି ଗୋଟେ ମାସପରେ ରିୟା ବାହାରକୁ ଆସିଲା । ତାଙ୍କଛଡା ଦୀପିକା ପାଦୁକୋଣ, ରାକୁଲ ପ୍ରୀତ, ସାରା ଅଲ୍ଲୀ, ସହିତ ବହୁତସାର ନାମୀ ଅଭିନେତ୍ରୀଙ୍କୁ ଏନସିବୀ ସମନ ପଠେଇଛି ଓ ବିସ୍ତାର ରୂପରେ ପଚରା ପଚାରି କରିଛି । ଆଗକୁ ଏହି କେସରେ କଣ ହେବ ତାହା ଜାଣିବା ବାକି ରହିଲା ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *