Success Story: କନେଷ୍ଟବଳ ରୁ IPS ଅଫିସର, ଯୁବକଙ୍କ ସଂଘର୍ଷର କାହାଣୀ- ସମସ୍ତଙ୍କ ପାଇଁ ବନିଲେ ଉଦାହରଣ

କହିବାକୁ ଗଲେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳ ନିଜର କଠିନ ପରିଶ୍ରମ ଓ ଇଛାଶକ୍ତି ବଳରେ ଦେଶର ସର୍ବୋଚ୍ଚ ପରୀକ୍ଷା UPSCକୁ ପାସ କରିଛନ୍ତି । ଏହି କାହାଣୀ ହେଉଛି ଦିଲ୍ଲୀ ପୋଲିସ PCR ୟୁନିଟରେ କାର୍ଯ୍ୟରତ ଥିବା କନେଷ୍ଟବଳ ଫିରୋଜ ଆଲାମଙ୍କ ଅଟେ ।

ଯିଏକି ବର୍ତ୍ତମାନ ହିଁ UPSC ପରୀକ୍ଷା ପାସ କରିଛନ୍ତି ଓ ବର୍ତ୍ତମାନ ସେ ଦିଲ୍ଲୀ ପୋଲିସରେ ACPର ପୋଷ୍ଟିଙ୍ଗ ପାଇଁ ଟ୍ରେନିଙ୍ଗ ନେଉଛନ୍ତି । କହିବାକୁ ଗଲେ କନେଷ୍ଟବଳରୁ ଆସିଷ୍ଟାଣ୍ଟ ପୋଲିସ କମିଶନର ହେବା କୌଣସି ଫିଲ୍ମର କାହାଣୀ ଭଲି ଲାଗୁଛି । କିନ୍ତୁ ଫିରୋଜ ଆଲାମ ଏହାକୁ ସତ୍ୟ ପ୍ରମାଣିତ କରିଏଇଛନ୍ତି । ଫିରୋଜ ଆଲାମ ଦୀର୍ଘ ୧୦ ବର୍ଷ ହେବ ଦିଲ୍ଲୀ ପୋଲିସରେ କନେଷ୍ଟବଳ ପଦରେ ଚାକିରି କରୁଥିଲେ । ଏହା ସହିତ ସେ ଲଗାତାର UPSC ପରୀକ୍ଷା ପାଇଁ ପ୍ରସ୍ତୁତ ବି ହେଉଥିଲେ ।

ସେ ଦେଶର ପ୍ରତିଷ୍ଠିତ UPSCର ପ୍ରସ୍ତୁତି ଓ ପରୀକ୍ଷାକୁ ପାସ କରି ସେ ଏହା ପ୍ରମାଣିତ କରିଦେଇଛନ୍ତି କି ପରିଶ୍ରମ ନିଶ୍ଚିତ ରୂପରେ ଆପଣଙ୍କୁ ସଫଳତା ଦେଇଥାଏ । ତାଙ୍କର ପରିଶ୍ରମର ଫଳ ସ୍ଵରପ ସେ ଆଜି ଦିଲ୍ଲୀ ପୋଲିସର କନେଷ୍ଟବଳରୁ ACP ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ଟ୍ରେନିଙ୍ଗ ସେଣ୍ଟରରେ ଟ୍ରେନିଙ୍ଗ ନେଉଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତାଙ୍କର ପୋଷ୍ଟିଙ୍ଗ ବି ହୋଇଯାଇପାରେ ।

ଫିରୋଜ ମୂଳ ରୂପରେ ହାପୁଡ଼ ପିଲଖୁୱାର ବାସିନ୍ଦା ଅଟନ୍ତି । ତାଙ୍କର ଜନ୍ମ ହାପୁଡ଼ ପିଲଖୁୱାର ଆଜମପୁର ଦେହରା ଗ୍ରାମରେ ହୋଇଥିଲା । ମୋହମ୍ମଦ ଶହାଦତ ଓ ମୁନ୍ନୀ ବାନୋଙ୍କ ଘରେ ଜନ୍ମ ଗ୍ରହଣ କରିଥିବା ଫିରୋଜ + ୨ ପାସ କରିବା ପରେ ୨୦୧୦ରେ ଦିଲ୍ଲୀ ପୋଲିସରେ କନେଷ୍ଟବଳ ଚାକିରି ଆରମ୍ଭ କରିଥିଲେ । ଫିରୋଜଙ୍କ ପାଞ୍ଚ ଜଣ ଭାଇ ଓ ତିନି ଜଣ ଭଉଣୀ ଅଛନ୍ତି ।

ଫିରୋଜ କହିଲେ କି ବର୍ଷ ୨୦୧୦ରେ ଦିଲ୍ଲୀ ପୋଲିସରେ ଜୟେନ କରିବା ପରେ ମୁଁ ନିଜର ସିନିୟର ଅଫିସରର କାମକାର୍ଯ୍ୟ ଦ୍ଵାରା ବହୁତ ପ୍ରଭାବିତ ହୋଇଥିଲି । ତାଙ୍କୁ ଦେଖି ମୁଁ ବି ଠିକ କରି ନେଲି କି ମୋତେ ବି ଅଫିସର ହେବାର ଅଛି ଓ ଏହାର ଏକମାତ୍ର ଜରିଆ UPSC ଥିଲା । ଏମିତିରେ କନେଷ୍ଟବଳର ଚାକିରି ସହ UPSCର ପ୍ରସ୍ତୁତିରେ ବି ଲାଗିଗଲି ।

ଫିରୋଜ କହିଲେ କି UPSC ପରୀକ୍ଷାକୁ ପାସ କରିବାକୁ ମୁଁ ଯେଉଁଭଲି ଭାବରେ ଚିନ୍ତା କରିଥିଲି ତାହା ଏତେ ବି ସହଜ ନ ଥିଲା । ମୁଁ ଲଗାତର ଫେଲ ହୋଇଥିଲି । କହିଦେଉଛୁ କି ଫିରୋଜ ୫ ଥର ଏହି UPSC ପରୀକ୍ଷାରେ ଅସଫଳ ହେବା ପରେ ସେ ଅଫିସର ହେବାର ସ୍ଵପ୍ନ ଦେଖିବା ଛାଡି ଦେଇଥିଲେ । କିନ୍ତୁ ମୁଁ ପୁଣି ଥରେ ଷଷ୍ଠ ଥର ପ୍ରୟାସ କରିଲି ଓ ବର୍ଷ ୨୦୧୯ରେ ମୁଁ ୬୪୫ ପୋଜିସନ ସହ UPSC ପରୀକ୍ଷା ପାସ କରିଛି ।

Leave a Reply

Your email address will not be published. Required fields are marked *