Coolie No-35 ରାତିରେ କୁଲି କାମ, ଦିନରେ ପିଲାଙ୍କୁ ପଢାନ୍ତି ପାଠ… ଦେଖନ୍ତୁ କଣ କହୁଛନ୍ତି Nagesh

ଦର୍ଶକ ବନ୍ଧୁ ବ୍ରହ୍ମପୁର ରେଳ ଷ୍ଟେସନର ବାସ ଗୋଟିଏ ନାଁ ହିଁ ତାଙ୍କର ପୁରା ପରିଚୟ । କିଏ ତାଙ୍କୁ କୁଲି କହି ଡାକେ ତ ଆଉ କିଏ ବୋଝ ବୋହିବାକୁ କହି ପାଉଣା ଦି ଟଙ୍କା ଦିଏ । ହେଲେ ଜୀବନ ଜଞ୍ଜାଳ ଭିତରେ ପେଟ ପୋଷିବା ପାଇଁ ପ୍ଲାଟଫର୍ମ ୩ ଓ ୫ ନମ୍ବର ପରିଚୟ ନେଇ ସାରା ସହର ର ବୋଝକୁ ମୁଣ୍ଡାଇ ଆଗେଇ ଛାଇଛନ୍ତି ନାଲି ସାର୍ଟ ପିନ୍ଧା ଯୁବକ ନାଗେଶ ବତ୍ରା । ନାଗେଶ ବତ୍ରା ବ୍ରହ୍ମପୁର ରେଳ ଷ୍ଟେସନର କୁଲି ନମ୍ବର ୩୫ ।

ରାତିରେ ଯେଉଁ ଯୁବକ ଜଣକ କୁଲି ବେଶରେ ରହିଥାନ୍ତି ସେ ଦିନରେ ସାଜନ୍ତି ଜଣେ ଶିକ୍ଷକ । ଅନ୍ୟର ବୋଝ ବହି ଜୀବନ ବଞ୍ଚୁଥିବା ଯୁବକ ସକାଳ ହେଲେ ଶିକ୍ଷକ ବାଣୀ ଯାଇଥାନ୍ତି । ରାତି ସରିଗଲେ କୁଲି ଜୀବନରୁ ବ୍ରେକ ନେଇ କୁନି କୁନି ପିଲାଙ୍କ ଶିକ୍ଷକ ହି ବିଦ୍ୟା ବାଣ୍ଟିଥାନ୍ତି । ନାଗେଶଙ୍କ ଘର କୁକୁଡାହାଣ୍ଡି ବ୍ଲକ ମନୋହର ଗାଁ ରେ । ବାପା ଦିନ ମଜୁରିଆ ଆଉ ମା ଘର କାମ ଦେଖାରେଖା କରନ୍ତି । ୨୦୦୬ରେ ନାଗେଶ ଯେବେ ଦଶମରେ ପଢୁଥିଲେ ସେତେବେଳେ କାହିଁକି କେଜାଣି ପାଠ ଛାଡି ସୁରଟ ଚାଲିଗଲେ ।

ସୂତା କଳରେ କାମ କରିଲେ ସତ ହେଲେ ମନ ଲାଗିଲା ନାହି । ୨ ବର୍ଷ ସୁରଟରେ କାମ କରିବା ପରେ ହାଇଦ୍ରାବାଦ ଚାଲିଗଲେ ନାଗେଶ । ହେଲେ ସେଠାରେ ବି କାମଦାମ ଠିକ ଲାଗିଲା ନାହି । ଭାଗ୍ୟକୁ ୨୦୧୧ରେ ବ୍ରହ୍ମପୁର ଷ୍ଟେସନରେ କୁଲି ପାଇଁ କାମ ବାହାରିଲା ଆଉ ନାଗେଶ ଟେଷ୍ଟରେ ପାସ ବି ହେଲେ । ବାସ ସେବେ ଠାରୁ ସଞ୍ଜ ହେଲେ ସେ ପଳାଇ ଯାଆନ୍ତି କୁଲି ନମ୍ବର ୩୫ । ଆଉ ସକାଳ ହେଲେ ସେ ସାହିତ୍ଯ ଶିକ୍ଷକ ହୋଇ ଯାଆନ୍ତି ।

ପେଟ ପାଇଁ ପ୍ଲାଫର୍ମ କାମ କରୁଥିବା ନେଗେଶ ବୋଝକୁ ବୋହିବା ସହ ବହି ସହ ବନ୍ଧୁତା ବାନ୍ଧି ଥିଲେ । ୨୦୧୨ ରେ ମାଟ୍ରିକ ଓ ତା ପରେ ଯୁକ୍ତ ୨ ଓ ଯୁକ୍ତ ୩ ପାସ କରି ଫିଜି ପଢୀଥିଲେ । ହେଲେ ଏତିକିରେ ତାଙ୍କର ଯାତ୍ରା ଶେଷ ହୋଇ ନ ଥିଲା । ଗରିବ ପିଲାଙ୍କୁ ସାହାଜ୍ଯ କରିବା ଲାଗି ସେ ଖୋଲିଥିଲେ ଷ୍ଟୁଡେଣ୍ଟ ଏକାଡେମି । ଯେଉଁଠି ଆଜି ବି ସେ ୫୦-୫୫ ରୁ ପିଲାଙ୍କ କ୍ଯାରିୟର ଗଢୁଛନ୍ତି । ପେଟ ପାଇଁ ଜୀବନର ପ୍ଲାଟଫର୍ମ ରେ କୁଲି ବନିଥିବା ନାଗେଶ ସୁ ଅନେକ ବୋଝ ବୋହି ସାରିଲେଣି ।

୩୫ ନମ୍ବର ରେ ସେ ଅନେକ ଦିନ କାଟି ବି ସାରିଲେଣି । ଟ୍ରେନକୁ ଅପେକ୍ଷା କରି ସେ ରାତି ରାତି ଅନିଦ୍ରା ରହିଛନ୍ତି ସତ ହେଲେ ସୋଇ ନ ଥିବା ଏହି ଆଖି ଦୁଇଟି ରେ କେତେ ଯେ ସ୍ଵପ୍ନ ସାଇତା ହୋଇ ରହିଛି ତାହା ସେ ହିଁ କହି ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ନାଗେଶ ଙ୍କ ଜୀବନର ସଂଘର୍ଷ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *