କରୋନା ଭାଇରସ ଠାରୁ ଛୁଆ ଓ ବୃଦ୍ଧ ଲୋକଙ୍କୁ କେମିତି ବଞ୍ଚାଇବେ ? ମନେ ରଖନ୍ତୁ ଏହି ୧୦ଟି କଥା

କରୋନା ଭାଇରସ ପୁରା ଦେଶରେ ବ୍ୟାପୀ ସାରିଲାଣି ବର୍ତମାନ ରେ ୬୦୦ରୁ ଅଧିକା ଲୋକ ଏହା ଦ୍ଵାରା ପୀଡିତ ଅଛନ୍ତି, କରୋନା ଭାଇରସ ଦ୍ଵାରା ସବୁଠାରୁ ଅଧିକ ପୀଡିତ ମହାରାଷ୍ଟ୍ର ହୋଇଛି, ଏଠାରେ ୧୧୯ ଲୋକ କରୋନା ଦ୍ଵାରା ପୀଡିତ ଅଛନ୍ତି, ଓ କେରଳ ରେ ୧୧୦ଟି କେସ ସାମ୍ନାକୁ ଆସିଛି, କୋରୋନା କାରଣ ପାଇଁ ୩୦ ରାଜ୍ୟ ଓ କେନ୍ଦ୍ରୀୟ ଶାସିତ ପ୍ରଦେଶ ଲକଡାଉନ ଜାରି କରିବା ପାଇଁ ଘୋଷଣା କରିଛନ୍ତି ।

କୋରୋନା ଭାଇରସ ଠାରୁ ସବୁଠାରୁ ଅଧିକ ଭୟ ବୃଦ୍ଧ ଲୋକଙ୍କୁ ଅଟେ, ଏମିତି ସମୟରେ ଛୁଆଙ୍କର ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ ଅଟେ ।

ଛୁଆ ଓ ବୁଢା ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା କମ ହୋଇଥାଏ, ଏହି ସମୟରେ ଏହି ଭାଇରସ ଏମିତି ଲୋକଙ୍କୁ ନିଜ ଶିକାର ବନେଇଥାଏ ଯାହାର ରୋଗ ପ୍ରତିରୋଧକ କ୍ଷମତା କମ ଅଟେ । ତେବେ ଆସନ୍ତୁ ଜାଣିବା କେମିତି ରହିବା ସତର୍କ :

– ଛୁଆ ଓ ବୁଢା ଲୋକଙ୍କୁ ଘରୁ ବାହାର ଯିବାକୁ ଦିଅନ୍ତୁ ନାହିଁ, ଯଦି କୌଣସି କାରଣ ପାଇଁ ଯିବାକୁ ପଡେ ତେବେ ତାଙ୍କୁ ମାସ୍କ ଅବଶ୍ୟ ପିନ୍ଧେଇବା ଉଚିତ ।

– ଛୁଆଙ୍କୁ ବାରମ୍ବାର ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ପାଇଁ କୁହନ୍ତୁ, ଏହା ଛଡା ଘରେ ବା ବାହାର କୌଣସି ଜିନିଷ ଛୁଇଁଲା ପରେ ଭଲ ଭାବରେ ହାତ ଧୋଇବା ପାଇଁ କୁହନ୍ତୁ ।

– ଯଦି ଘରେ କେହି ପୀଡିତ ଅଛନ୍ତି ତେବେ ଛୁଆ ଓ ବୁଢା ଲୋକଙ୍କୁ ତାଙ୍କ ଠାରୁ ଦୂରେଇ ରଖିବା ଉଚିତ । ଅଜଣା ଲୋକଙ୍କ ଠାରୁ ୩ ରୁ ୬ ଫିଟ ଦୂରତା ରଖନ୍ତୁ ।

– ଛୁଆ ଓ ବୁଢା ଲୋକଙ୍କ ନଖ ଭୁଲରେ ବି ବଢିବା ପାଇଁ ଦିଅନ୍ତୁ ନାହିଁ, ଏମିତି ଜାଗାରେ ଜୀବାଣୁ ବହୁତ ସହଜ ରେ ବାସ କରନ୍ତି ।

– ଛୁଆ ଓ ବୁଢା ଲୋକଙ୍କୁ ସାର୍ବଜନୀକ ଜାଗାରେ ଯିବାକୁ ଦିଅନ୍ତୁ ନାହିଁ ଏବଂ ନିଜେ ମଧ୍ୟ ଏହି ଭଳି ଭିଡ ଜାଗାରେ ଯିବାରୁ ବଞ୍ଚନ୍ତୁ ।

– ଘରର ଏଭଳି ଜିନିଷ ଯାହାକୁ ଆପଣ ବାରମ୍ବାର ଛୁଞ୍ଚନ୍ତି ତାକୁ ବାରମ୍ବାର ସାନିଟାଇଜର ଦ୍ଵାରା ସଫା କରବା ଉଚିତ ।

– କରୋନା ଭାଇରସ ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଛୁଆ ଓ ବୁଢା ଲୋକଙ୍କୁ ସାମାନ୍ୟ ହାଇଜିନ ଅଭ୍ଯାସ କରିବା ଉଚିତ ।

– ଛୁଆ ଓ ବୁଢା ଲୋକଙ୍କୁ ଖାଦ୍ୟ ରେ ପୌଷ୍ଟିକ ତତ୍ଵ ଅବଶ୍ୟ ଦିଅନ୍ତୁ ଓ କଞ୍ଚା ମାଂସ ବା କଞ୍ଚା ପନି ପାରିବା ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *