ଘରେ ଥିଲେ କରୋନା ରୋଗୀ କଣ କରିବେ ?

ବନ୍ଧୁଗଣ, ଏହି ଦ୍ଵିତୀୟ ଲହରୀ ରେ ଏକା ସହିତ ଅନେକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ମାତ୍ର ଅତି ଗୁରୁତ୍ଵର ହେବା ଅଥବା ଆଇସିଉ ଆବଶ୍ୟକ କରିବା ରୋଗୀଙ୍କ ସଂଖ୍ୟା ଆଗ ଅପେକ୍ଷା କମ ଅଛି । ଅନେକ ରୋଗୀ ଆମ୍ଭର ଏକାନ୍ତ ବାସ ଅଥବା ହୋମ-ଆୟୁସୁଲେସନରେ ରହୁଛନ୍ତି । ଏବଂ ଅନେକ ଜାଣି ପାରୁ ନାହାନ୍ତି କଣ କରିବେ କଣ ନ କରିବେ । ବନ୍ଧୁଗଣ ଆପଣ ଏହି ନିୟମ ପାଳନ କରନ୍ତୁ । ଆପଣ ଏହି ପରିସ୍ଥିତିରେ ଘରେ ଗୋଟିଏ ରୁମ, ଯେଉଁଠାକୁ ଅନ୍ୟ କୌଣସି ବ୍ୟକ୍ତି ମାନଙ୍କର ଯାତାୟତ ନଥିବ ।

ସେମାନଙ୍କ ପାଇଁ ସେପାରେଟ ୱାସରୁମ ଥିବ । ସେହି ଜାଗାରେ ସଂକ୍ରମିତ ରୋଗୀ ରହିବେ । ବନ୍ଧୁଗଣ ଏହି ରୋଗୀ ମାନେ ସେହି ଘର ଭିତରେ ରହି ଲାପଟପ ତଥା କମ୍ପ୍ୟୁଟର ବ୍ୟବାହାର କରି ପାରିବେ ।

ମାତ୍ର ଧ୍ୟାନ ରଖିବେ, ଯେ ସେହି ଘରୁ ଆପଣ ଯେପରି ବାହାରନ୍ତୁ ନାହିଁ । ସେହି ଘରକୁ ଯେପରି ଛୋଟ ପିଲା ତଥା ଅନ୍ୟ ବ୍ୟକ୍ତି ନ ଆସନ୍ତି । ପ୍ରତ୍ୟକ ଦିନ ସେମାନଙ୍କ ବ୍ଲଡ଼ ପ୍ରେସର, ତେମ୍ପ୍ରେଚର, ହାର୍ଟ ରେଟ, ଅକ୍ସିଜେନ ଶେଚୁରେସନ କୁ ଅକ୍ସିମିଟର ଦ୍ଵାରା ମାପିବେ । ଯଦି ଆପଣଙ୍କୁ ଜର ଆସିଲା ତେବେ ପାରାସିଟାମୋଲ ଟାବ୍ଲେଟ କୁ ନିଅନ୍ତୁ ।

ବନ୍ଧୁଗଣ ଯେଉଁ ମାନଙ୍କର ଲକ୍ଷଣ ଅଛି, ମାତ୍ର ସେମାନଙ୍କର କିଡ୍ନି ତଥା ଲିଭର ର ପ୍ରୋବ୍ଲେମ ନାହିଁ ସେମାନଙ୍କୁ ଫେବୀପିରାବିକ ବଟିକା ମଧ୍ୟ ଯୋଗାଇ ଦିଆଯାଉଅଛି । ବନ୍ଧୁଗଣ ଆପଣ ଏହି ସମୟରେ ଯଥେଷ୍ଟ ପାଣି ପିଅନ୍ତୁ । ଏହାଛଡା ଯଦି ଆପଣ ଅନ୍ୟ କୌଣସି ଲକ୍ଷଣ ଦେଖନ୍ତି, ଯଥା ମୁଣ୍ଡ ବୁଲାଇବା, ବ୍ଲଡ଼ ପ୍ରେସର କମିଯିବା, ହାର୍ଟରେଟ ବଢିଯିବା ଇତ୍ୟାଦି । ଆପଣ ଅକ୍ସିମିଟର ଦ୍ଵାରା ଘରେ ରହି ନିଜର ପଲ୍ସ କୁ ମାପନ୍ତୁ ଯଦି, ୯୫ ରୁ କମ ପରିମାଣ ରହୁଅଛି ଅମ୍ଳଜାନ ର ତେବେ ଆପଣଙ୍କୁ ଆଡମିଟ ହେବା ଆବଶ୍ୟକ ।

ବନ୍ଧୁଗଣ ଦ୍ଵିତୀୟ ଲହରୀ ର ପ୍ରକୋପ ବର୍ତ୍ତମାନ ଅଧିକ ଭୟାନକ ଅଛି । ଏଥିରେ ଅନେକଙ୍କ ପାଖରେ ଲକ୍ଷଣ ଦେଖାଯାଉ ନାହିଁ ମାତ୍ର ସେମାନେ ପଜେଟିଭ ଅଟନ୍ତି । ବନ୍ଧୁଗଣ ଦ୍ଵିତିୟ ଲହରୀ କେଉଁ ବର୍ଗ ର ଲୋକଙ୍କୁ ଆକ୍ରାନ୍ତ କରିବ ?  ତାହା ମଧ୍ୟ ଭିନ୍ନ ଭିନ୍ନ ରହୁଅଛି । ବନ୍ଧୁଗଣ ଏହି ଲୋକ ମାନଙ୍କୁ ନିୟମିତ ଭାବରେ ସତର୍କ ରହିବା ଆବଶ୍ୟକ । କାରଣ ଏହି ସଂକ୍ରମଣ ଅତ୍ୟନ୍ତ କ୍ଷିପ୍ର ଗତିରେ ବଢି ଚାଲିଛି । ଏହା ଅତ୍ୟନ୍ତ ଭୟଙ୍କର ଭାବରେ ଲୋକଙ୍କୁ ଆକ୍ରାନ୍ତ କରୁଛି ।

ବନ୍ଧୁଗଣ ବର୍ତ୍ତମାନ ଆମ୍ଭକୁ ସତର୍କତାର ସହିତ ଜୀବନ ବିତେଇବାକୁ ହେବ । ମାସ୍କ ବ୍ୟଭାର କରନ୍ତୁ । ସାମାଜିକ ଦୂରତା ରଖନ୍ତୁ । ନିଜ ହାତକୁ ସର୍ବଦା ସେନିଟାଇଜ କରନ୍ତୁ । ବନ୍ଧୁଗଣ ଦ୍ଵିତୀୟ ଲହରୀ ବହୁତ ଭୟାନକ ହୋଇଥିଲା ବେଳେ ଜନତାଙ୍କ ମନରେ ଆତଙ୍କ ଖେଳି ଚାଲିଛି । ସବୁବେଳେ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *