କୋଭିଡ଼ ସମୟରେ ଲୋକଙ୍କ ପାଇଁ ସହାୟତା ର ହାତ ବଢାଇଲେ, ଓଡିଆ ଅଭିନେତ୍ରୀ “Barsha Priyadarshini”

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନ ରହିଛନ୍ତି । ସାଧାରଣତ ଓଡିଶା ବାସୀ ମାନେ ଓଡିଆ ଚଳଚିତ୍ର ଦେଖିବାକୁ ଭଲ ପାଇଥାନ୍ତି । ଆପଣ ମାନେ ସମସ୍ତେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଜାଣିଥିବେ । ସେ ଗୋଟିଏ ପରେ ଗୋଟିଏ ହିଟ ଚଳଚିତ୍ର ରେ ଅଭିନୟ କରି ପ୍ରଶଂସା ର ଯୋଗ୍ୟ ହୋଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସେ ଏକ ମହତ କାର୍ଯ୍ୟ ରେ ଯୋଗଦାନ ଦେଇ ଗରିବ ଲୋକ ମାନଙ୍କୁ ସାହାୟତା ର ହାତ ବଢାଇଦେଇଛନ୍ତି । ବନ୍ଧୁଗଣ ଗତବର୍ଷ କୋରୋନା ସାରା ବିଶ୍ଵ ବାସୀଙ୍କୁ ନାନା ପ୍ରକାରର ଅସୁବିଧାରେ ପକାଇବା ସହିତ ବ୍ୟକ୍ତି ବିଶେଷ ମାନଙ୍କର ଜୀବନ ମଧ୍ୟ ନେଇ ଚାଲିଛି । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ର ଦ୍ଵିତୀୟ ଲହରୀ ଆସି ଛୋଟ ଛୋଟ ପିଲା ମାନଙ୍କ ପାଇଁ ବିପଦ ଘେନି ଆସିଛି ।

ବନ୍ଧୁଗଣ, ଗତବର୍ଷ ଏହା କେବଳ ବୟସ୍କ ଲୋକଙ୍କୁ ସଂକ୍ରମିତ ହେଉଥିବା ସମୟରେ ବର୍ତ୍ତମାନ ଏହା ଛୋଟ ଛୋଟ ପିଲାଙ୍କୁ ବହୁଳ ଭାବରେ ସଂକ୍ରମିତ ହୋଇ ଚାଲିଛି । ବନ୍ଧୁଗଣ ଏହି ସଂକ୍ରମଣ କାରଣରୁ ଅନେକ ବ୍ୟକ୍ତିଙ୍କ ଜୀବନ ଶୈଳୀ ଉପରେ ବାଧା ସୃଷ୍ଟି ହୋଇଛି । ଗରିବ ଲୋକେ ଅନାହାରରେ ଜୀବନ ବିତାଉଛନ୍ତି । ବନ୍ଧୁଗଣ, ସବୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଓଡିଆ ଅଭିନେତ୍ରୀ “ବର୍ଷା ପ୍ରିୟଦର୍ଶନୀ” ଗରିବ ଲୋକଙ୍କୁ ସହାୟତାର ହାତ ବଢାଇ ଦେଇଛନ୍ତି ।

ବନ୍ଧୁଗଣ ପୁଣିଥରେ ଚର୍ଚ୍ଚା କୁ ଆସି ଲୋକଙ୍କୁ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବାଣ୍ଟିବାର ଦୃଶ୍ୟ ସୋଲିଆଲ ମିଡିଆରେ ଘୁରି ବୁଲୁଛି । ବନ୍ଧୁଗଣ ଯେଉଁଠାରେ ବଡବଡ ନେତା ମାନେ ଦେଖା ଯାଉନାହାନ୍ତି, ସେଠାରେ ଓଲିଉଡ ଅଭିନେତ୍ରୀ ସହାୟତା ର ହାତ ବଢାଇଦେଇଛନ୍ତି । ବନ୍ଧୁଗଣ ମହାମାରୀ ଦ୍ଵାରା ଏହି ଅସହାୟ ସଂପ୍ରଦାୟ ମାନଙ୍କୁ ସହଯୋଗ ର ହାତ ବଢାଇବା ଅତ୍ୟନ୍ତ ଜରୁରୀ ଅଟେ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି ।

ସେ କହିଛନ୍ତି ଯେ, ଭୁବନେଶ୍ଵରରେ ରହୁଥିବା ଦୃଷ୍ଟିହୀନ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଏକ ସମୂହ କୁ ସାକ୍ଷାତ କରିବା ନିମନ୍ତେ ଯାଇଥିଲି । ସେଠାରେ ଯାଇ ପରିସ୍ଥିତି କୁ ଦେଖି ମତେ ଅତ୍ୟନ୍ତ ଦୁଖ ଲାଗିଲା ଏହା ସହିତ ମୁଁ ଚେଷ୍ଟା କରି ମୋର ପାରୁପାର୍ଜ୍ୟ ପର୍ଯ୍ୟନ୍ତ ସେମାନଙ୍କୁ ସାହାର୍ଯ୍ୟ କରିବି ବୋଲି ନିର୍ଦ୍ଧାରିତ କଲି । ସେମାନଙ୍କ ମଧ୍ୟରୁ କିଛି ମଞ୍ଚଗାୟକ ତଥା ମଞ୍ଚ କଳାକାର ମଧ୍ୟ ଥିଲେ ।

ବର୍ଷା କହିଥିଲେ ଯେ, ମୋର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ସନ୍ନମାନିତ ମାଧ୍ୟମରେ ମୁଁ ସେମାନଙ୍କୁ ସହାୟତା କରିପାରୁଥିବାରୁ ମୁଁ କୃତଜ୍ଞ । ସେ କହିଥିଲେ, ମୋର ମିଳିତ ପ୍ରୟାସ ଦ୍ଵାରା କୌଣସି ପରିବାର ଭୋକ ରେ ନ ରୁହନ୍ତି ବୋଲି ମୋର ପ୍ରୟାସ । ବନ୍ଧୁଗଣ ଭୁବନେଶ୍ଵର ର ବିଭିନ୍ନ ଗଳିକନ୍ଦିରେ ଯାଇ ସେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗୁଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *