ଆସନ୍ତା 13 ତାରିଖ କଟକ ବନ୍ଦ, ଜାଣନ୍ତୁ କଣ ରହିଛି କାରଣ… ଶେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆଉ କିଛି ଦିନ ପରେ ହିଁ ଦଶହରା । କିନ୍ତୁ ସରକାରଙ୍କ କଟକଣା ଯୋଗୁ ଏହି ବର୍ଷ ବି ପୂର୍ବ ବର୍ଷ ଭଳି ଦଶହରା ପାଳନ କରାଯିବ । କିନ୍ତୁ ବର୍ତ୍ତମାନ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା କରିବା ନିର୍ଦେଶ ବିରୁଦ୍ଧରେ ବର୍ତ୍ତମାନ କଟକବାସୀଙ୍କ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ସାମାଜିକ ସଂଗଠନ ଓ କାର୍ଯ୍ୟକର୍ତ୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ସରକାରଙ୍କ ଏହିଭଳି ନିଷ୍ପତି ପ୍ରତି ନିଜର ଆନ୍ଦୋଳନ ଜାରି ରଖିଛନ୍ତି ।

ବର୍ତ୍ତମାନ ଏହି ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଦିନ ବିଜେପି ପକ୍ଷରୁ ମଧ୍ୟ କଟକ ବନ୍ଦ ଡାକରା ଦିଆଯାଇଛି । ପ୍ରତି ବର୍ଷ ଗଣେଶ ପୂଜା ସମୟରେ ହିଁ ଦୂର୍ଗାଙ୍କ ମୂର୍ତ୍ତି ଗଢା ପ୍ରକ୍ରିୟା ଆରମ୍ଭ ହୋଇଥାଏ । କିନ୍ତୁ ସରକାରଙ୍କ ନିଷ୍ପତି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୂର୍ତ୍ତି କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ ।

ଅନ୍ୟ ପଟେ ସରକାର ଯଦି ଏହି ନିଷ୍ପତିକୁ ନ ବଦଲାନ୍ତି ତେବେ ଆସନ୍ତା ୧୩ ତାରିଖ ଦିନ କଟକ ବନ୍ଦ ରହିବ ବୋଲି ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି । ଗଣେଶ ପୂଜା ନିମନ୍ତେ ବି କଟକଣା ଜାରି କରାଯାଇଥିଲା । କିନ୍ତୁ ଦୂର୍ଗା ପୂଜା ନିମନ୍ତେ ଯେଉଁ କଟକଣା ଜାରି କରାଯାଇଛି ତାକୁ ବର୍ତ୍ତମାନ କେହି ବି ମାନିବାକୁ ରାଜି ହେଉ ନାହାନ୍ତି । ଯେଉଁ କାରଣରୁ ଏହି ଆନ୍ଦୋଳନ ଚାଲିଛି ।

ଏହା ବି କୁହାଯାଉଛି କି ଯେଉଁ ସମୟ ପର୍ଯ୍ୟନ୍ତ ଏହି କଟକଣା ଉଠି ନାହିଁ ସେହି ସମୟ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଯେଉଁ ଦିନ ଠାରୁ ସରକାରଙ୍କ ଏହି କଟକଣା ଜାରି ହୋଇଛି ସେହି ଦିନ ଠାରୁ କଟକ ସହରର କୌଣସି ନା କୌଣସି ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳୁଛି । କଟକରେ ବର୍ତ୍ତମାନ ଏହି କଟକଣା ରାଜନୈତିକ ରୂପ ନେଇ ଯାଇଛି ଓ ଏହି ଆନ୍ଦୋଳନ ଧୀରେ ଧୀରେ ଆହୁରି ବଢିବାରେ ଲାଗିଛି ।

ଅନ୍ୟ ପଟେ ଯୁକ୍ତି ମଧ୍ୟ ରହୁଛି କି ଯଦି ରାଜନୈତିକ ସଭା ସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିୟମକୁ କୋହଳ କରାଯାଉଛି ତେବେ ମା ଙ୍କ ଯେଉଁ ୪ ଫୁଟ ମୂର୍ତ୍ତି ନିୟମରେ କାହିଁକି କୋହଳ କରାଯିବ ନାହିଁ । କିନ୍ତୁ ସରକାର ସମସ୍ତ ଦିଗକୁ ଚିନ୍ତା କରି ଏହି ନିଷ୍ପତି ନେଇଛନ୍ତି । କହିବାକୁ ଗଲେ ଏହି ଆନ୍ଦୋଳନ ୭ ଦିନ ହେବା ଚାଲିଛି ଓ ବିଜେପି ବନ୍ଦ ଡାକରା ଦେଇଛି ଏମିତିରେ ସରକାରଙ୍କ ଉପରେ ସମସ୍ତଙ୍କ ନଜର ଅଛି କି ସରକାର ଏହି ନିୟମକୁ କୋହଳ କରୁଛନ୍ତି ନା ନାହିଁ ।

Leave a Reply

Your email address will not be published. Required fields are marked *