ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୋଷ୍ଟ ଅଫିସରେ ଅନେକ ପ୍ରକାରର ସ୍କିମ ରହିଥାଏ ସାଧାରଣ ଜନତା ମାନଙ୍କ ପାଇଁ । ଆଉ ଏହି ସ୍କିମ ରେ କିଛି ବିଶେଷ ଫାଇଦା ମଧ୍ୟ ରହିଥାଏ । ଯାହା ଅନେକ ଗ୍ରାହକ ଙ୍କୁ ସୁବିଧା ଯୋଗାଇ ଥାଏ । ସେଥିପାଇଁ ତ କୁହାଯାଏ କି ପୋଷ୍ଟ ଅଫିସରେ ତାଙ୍କ ରଖିବା ସୁରକ୍ଷିତ ହୋଇଥାଏ । ଏଠାରେ ଟଙ୍କା ଜମା କରିବା ସହ ସୁଧ ମଧ୍ୟ ସେହି ଅନୁସାରେ ମିଳିଥାଏ ଗ୍ରାହକ ଙ୍କୁ ।
ତେବେ ପୋଷ୍ଟ ଅଫିସରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସ୍କିମ ବାହାରି ଥାଏ । ଯାହାକୁ ଅନେକ ଗ୍ରାହକ ମାନେ ବ୍ୟବହାର କରିଥାଏ । ଆଉ ଏହାର ଲାଭ ଉଠାଇ ଥାନ୍ତି । କିନ୍ତୁ ପୋଷ୍ଟ ଅଫିସରେ ଟଙ୍କା ରଖିବା କେତେ ଯେ ସୁରକ୍ଷିତ ତାହା ବର୍ତ୍ତମାନର ଏହି ଘଟଣାରୁ ସ୍ପଷ୍ଟ ହେଉଛି । ହଁ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଖବର ସାମନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ର ଭୁଇଁପୁରା ଉପ ଡାକଘର ରେ ଟଙ୍କା ଜମା ରଖିଥିବା ଶତାଧିକ ଗ୍ରାହକ ନିଜ ଜମା ଟଙ୍କା ଫେରି ପାଉ ନ ଥିବା ଅଭିଯୋଗ କରିଛନ୍ତି । ଏମିତିଇ ସେମାନେ ପାସ ବୁକରେ ରଖିଥିବା ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ।
ଗତ 2 ବର୍ଷ ହେଲା ପୋଷ୍ଟ ମାଷ୍ଟର ଓ ଡାକ ବିଭଗର ସୁପର ଟେଣ୍ଡେଡ ଙ୍କ ପାଖକୁ ଦୌଡି ଦୌଡି କିନ୍ତୁ ଏହି ଘଟଣାର କିଛି ବି ସମାଧାନ କରାଯାଉ ନାହି । ଏହାର ସମାଧାନ ନ କରାଗଲେ ଜମାକାରୀ ମାନେ ଆତ୍ମ ଆହୁତି ଦେବାକୁ ଚେତାବନୀ ଦେଇଛନ୍ତି । ତେବେ ସ୍ଥାନୀୟ ଲୋକେ କହିଛନ୍ତି ଯେ ଆମେ ପୋଷ୍ଟାଲ ରେ ଟଙ୍କା ରଖିଥିଲୁ କିନ୍ତୁ କମ୍ପ୍ୟୁଟର ରେ ସୋ କରୁ ନାହି ଆମ ଟଙ୍କା ଅଛି ବୋଲି ।
ଆଉ କେହି କହୁଛନ୍ତି ଯେ ମୁଁ ମୋ ଝିଅ ନାଁ ରେ ସୁକନ୍ୟା ଯୋଜନା କରିଥିଲି ପୋଷ୍ଟାଲ ରେ । କିନ୍ତୁ ଏବେ କହୁଛନ୍ତି ମୋର କିଛି ବି ଟଙ୍କା ନାହି ପୋଷ୍ଟାଲ ରେ । ଆଉ ଜଣେ କହୁଛନ୍ତି ପୋଷ୍ଟାଲ କର୍ମଚାରୀ ମାନେ ମୋତେ 15 ହଜାର ଟଙ୍କା ଦେଲେ କିନ୍ତୁ ମୋ ଘରକୁ ଆସି ସବୁ ପଇସା ନେଇଗଲେ । ଆଉ କହିଲେ ତୁମ ଟଙ୍କାର ବିବରଣୀ କମ୍ପୁଟର ରେ ସୋ କରୁ ନାହି ।
ତେବେ ଏ ନେଇ ପୋଷ୍ଟାଲ କର୍ମଚାରୀ ଜଣକ କହିଛନ୍ତି ଯେତେ ବି ଲୋକଙ୍କର ଟଙ୍କା ରଖା ଯାଇଛି ବୋଲି କୁହା ଯାଉଛି ସେମାନଙ୍କର ଅନଲାଇନ ସୋ କରୁ ନାହି । ତେଣୁ ଆମେ କେମିତି ଟଙ୍କା ସେମାନଙ୍କୁ ଦେବୁ ? ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।