ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା: ଅଜଣା ନମ୍ବର କାହର ? ଦେଖନ୍ତୁ Video କଣ କହୁଛନ୍ତି Dean

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହ ଜଣକ ମୃ-ତ୍ୟୁ ପରେ ପରିବାର ଲୋକମାନେ ପୋ-ଲି-ସ ସାମ୍ନାରେ ଅ-ଭି-ଯୋ-ଗ କରିଛନ୍ତି । କିନ୍ତୁ ଏହି ମାମଲାରେ ସେହି କଲେଜର ଡିନ ଡା. ସବିତା ମହାପାତ୍ର କହିଲେ କି ଯେତେବେଳେ ମୁଁ ଖବର ପାଇଲି ତେବେ ମୁଁ ଦୌଡି ଗଲି ତେବେ ସମସ୍ତେ କହିଲେ କି ସବୁ ଶେଷ ହୋଇ ଯାଇଛି । ଆମେ ସମସ୍ତ ଆଶ୍ଚର୍ଯ୍ୟ ହୋଇଗଲୁ ।

ଆମେ ଜାଣିବାକୁ ପାଇଲୁ ଯେ ନିରୁପମା ନନ୍ଦ ସନ୍ଧ୍ୟା ସମୟରେ ତାର ପାଖ ରୁମରେ ସାଙ୍ଗମାନ ସହ ମିଶି ଖୁସିରେ କଥାବାର୍ତ୍ତା କରୁଥିଲା ଓ ସେହି ସମୟରେ କେହି ବି ଚିନ୍ତା କରି ନ ଥିଲେ କି ଏହିଭଳି କିଛି ହେବ । ସମସ୍ତେ ୯ ଟା ବେଳେ ଖାଇବାକୁ ଗଲେ ଓ ଖାଇବା ପରେ ସମସ୍ତେ ନିଜ ନିଜ ରୁମକୁ ଚାଲି ଗଲେ ।

ପାଖ ରୁମରେ ଥିବା ଗୋଟିଏ ଝିଅକୁ ଅଜଣା ନମ୍ବରରୁ ଫୋନ ଆସିଲା କି ଯାଇ ଦେଖନ୍ତୁ କି ନିରୁ କେମିତି ଅଛି । ସେହି ଝିଅ ଦୌଡି ଗଲା ଓ କବାଟକୁ ବାଡାଇଲା କିନ୍ତୁ କେହି ନ ଖୋଲିବାରୁ ସେ ନିଜର ଅନ୍ୟ କିଛି ସାଙ୍ଗମାନଙ୍କୁ ଡାକି ବହୁତ ଚେଷ୍ଟା ପରେ କବାଟ ଖୋଲିଲା । ସେମାନେ ଦେଖିଲେ କି ରୁମ ଅନ୍ଧାର ହୋଇଛି ଓ କିଏ ଗୋଟିଏ ପଛ କରି ବସିଛି । ରୁମର ଲାଇଟ ଅନ କରି ଦେଖିଲେ ନିରୁପମା ବେକରେ ଗ୍ରୀ ରଙ୍ଗର ଓଢଣି ଝରକା ସାହାର୍ଯ୍ୟରେ ବନ୍ଧା ହୋଇଛି ।

ସେମାନେ ଦୌଡି ଖୋଲି ତାକୁ ଯେତେବେଳେ ଶୁଆଇ ଦେଲେ ତେବେ ସେମାନେ ଦେଖିଲେ କି ସେ ନିଜର ଜିଭକୁ କାମୁଡି ଦେଇଛି ଓ ନିଶ୍ଵାସ ପ୍ରଶାସ ବି ନେଉ ନ ଥିଲା । ଆମେ ସମସ୍ତେ ବହୁତ ଚେଷ୍ଟା କରିଲୁ କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ସବୁ ସରି ଯାଇ ଥିଲା ।

କିନ୍ତୁ ସେହି ସମୟରେ ସେହି ସ୍ଥାନରୁ କିଛି କେମିକାଳର ଗନ୍ଧ ବି ଆସୁଥିଲା । ବର୍ତ୍ତମାନ ପ୍ରଶ୍ନ ଆସୁଛି କି ଜଣେ ବାହାର ଲୋକ କେମିତି ଜାଣିଲା କି ନିରୁପମା ଏମିତି କିଛି କରିଛି ଓ ସେଠୁ କେମିକାଳ ଗନ୍ଧ କାହିଁକି ଆସୁଥିଲା ।

ଏମିତିରେ ଜଣା ପଡୁଛି କି ନିରୁପମା ଆତ୍ମହତ୍ୟା କରିବା ପୂର୍ବରୁ କାହା ସହ କଥାବାର୍ତ୍ତା ହେଉଥିଲା ଓ ତାଙ୍କ ମଧ୍ୟରେ ଝଗଡା ହେବା ପରେ ସେ ଏହିଭଳି ପଦକ୍ଷେପ ନେଇଛି । ଏମିତିରେ ଯାଞ୍ଚ ପରେ ହିଁ ଜଣା ପଡିବ କି ଏହି ରହସ୍ୟ ପୂର୍ଣ ଆତ୍ମହତ୍ୟାର ଅସଲ କାରଣ ।

Leave a Reply

Your email address will not be published. Required fields are marked *