ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଅଛି ଏହି ସବୁ ଔଷଧୀୟ ଗୁଣ, ଯାହା ଭଲକରେ ଅନେକ ବଡ ବଡ ରୋଗ- କେବଳ ଖାଇବାର ତରିକା ଜାଣିନିଅନ୍ତୁ

ଡାଳିମ୍ବ ଏହାକୁ ସମସ୍ତେ ଭଲରୂପେ ଜାଣିଛନ୍ତି । ଏହି ଗଛ ସର୍ବତ୍ର ଅଛି । ପରିଚୟ ଲେଖିବା ଅନାବଶ୍ୟକ । ଏହାକୁ ଉକ୍ରଳରେ ଡାଳିମ୍ବ, ବେଦାନା, ବଙ୍ଗଳାରେ ଦାଡିମ୍‌ ଓ ଡାଳିମ୍ବ, ହିନ୍ଦିରେ ଅନାର, ତେଲୁଗୁରେ ଡାନିମ ଚେଟ୍ଟୁ, ସଂସ୍କୃତରେ କରକ, ଦାଡିମ୍ବ ରକ୍ତବୀଜ ଏବଂ ଇଂରାଜୀରେ ପ୍ରୋମେଗ୍ରାନେଟ୍‌ କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଡାଳିମ୍ବ ଉପରେ କିଛି ଖାସ କଥା କହିବୁ । ଆପଣ ମାନେ ଜାଣି ନଥିବେ ଯେ ଏହି ଡାଳିମ୍ବରେ ଭରି ରହିଛି ଔଷଧୀୟ ଗୁଣ । ଯାହା ଆମ ଶରୀରରେ ଥିବା ଅନେକ ରୋଗକୁ ସମୂଳେ ନାସ କରିବାରେ ସାହାଯ୍ୟ କରେ ।

ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ର

ଏହାର ପତ୍ର ଓ ଛେଲି  କଷାୟ ରସ । ଫଳକଷାୟ ମିଶ୍ରିତ ଅମ୍ଳ ଓ ଅଳ୍ପ ମଧୁର ରସ, ଶକ୍ରବର୍ଦ୍ଧକ, ବଳକାରକ, ମେଧାଜନକ, ତୃପ୍ତିକର ଓ ଜ୍ୱର, ତୃଷ୍ଣା, ଅତିସାର ଦାହ, ତ୍ରିଦୋଷ, କ୍ଷତ, ମୁଖରୋଗ ଓ କ୍ଳାନ୍ତି ନିବାରକ ଅଟେ । ମାତ୍ରା ଏକଅଣାରୁ ଆଠଅଣା ।

ରୋଗରେ ବ୍ୟବହାର ବିଧି

୧. ଏହାର ପତ୍ରକୁ ଛେଚି ରସ ବାହାର କରି ସେହି ରସରେ ଅଳ୍ପ ଗୋଲମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ପ୍ରବଳ ଅତିସାର ନିବାରିତ ହୁଏ ।

୨. ଡାଳିମ୍ବ ଫଳର ଚୋପାକୁ ଆଣି ଜଳରେ ବାଟି କେବଳ ତିନିଥର ସେବନ କଲେ ମନ୍ଦାଗ୍ନି ଦୂର ହୋଇ ଜୀର୍ଣ୍ଣଶକ୍ତି ବଢ଼େ ।

୩. କସିଡାଳିମ୍ବ ରସ ସଙ୍ଗରେ ତେନ୍ତୁଳପତ୍ର ରସ ମିଶାଇ ସେଥିରେ ଅଳ୍ପ ମହୁ ପ୍ରକ୍ଷେପ ଦେଇ ସେବନ କରିଲେ ନାଳରକ୍ତ ଝାଡ଼ା ଭଲ ହୁଏ ।

୪. ପାଚିଲା ଡାଳିମ୍ବ ରସ ଖାଇଲେ ଦୃଷ୍ଟିଶକ୍ତି ବଢ଼େ, କଣ୍ଠରୋଗ ନାଶ ହୁଏ, ଅତିସାର ଜ୍ୱର ପ୍ରଭୃତି ନିବାରିତ ହୁଏ ।

୫. ଏହି ଗଛର ଛେଲିକୁ ଜଳ ସଙ୍ଗରେ ବାଟି ସେଥିରେ ଅଳ୍ପ ମହୁ ପ୍ରକ୍ଷେପ ଦେଇ ଶିଶୁମାନଙ୍କୁ ସେବନ କରାଇଲେ ସେମାନଙ୍କର ଉଦରସ୍ଥ କୃମିସବୁ ମିରିଯାନ୍ତି । ଝାଡ଼ା ନିବାରିତ ହୁଏ ।

୬. ଡାଳିମ୍ବ ଫଳ ଚୋପାକୁ ଜଳରେ ଘର୍ଷଣ କରି ମାତୃସ୍ତନ୍ୟ କ୍ଷୀରରେ ମିଶାଇ ଅତି ଛୋଟ ଶିଶୁକୁ ସେବନ କରାଇଲେ ସେ ଶିଶୁର ସମସ୍ତ ପ୍ରକାର ଝାଡ଼ା ଓ ବାନ୍ତି ନିବାରିତ ହୁଏ ।

୭. ଡାଳିମ୍ବଫଳ ରସ ସଙ୍ଗରେ ମିଶ୍ରିଗୁଣ୍ଡ ମିଶାଇ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳୁ ସେବନ କରିଲେ ସବୁ ପ୍ରକାର ଅର୍ଶ ଭଲ ହୁଏ । ଏଥିରେ ମଧ୍ୟ ଧାତୁପୁଷ୍ଟି ହୁଏ, ବଳ ବଢ଼େ ଏବଂ ଉଦରର ଯାବତୀୟ ବେଦନା ନିବାରିତ ହୁଏ ।

୮. ଡାଳିମ୍ବ ପତ୍ରର ରସରୁ କିଛି କିଛି ପିଲାମାନଙ୍କୁ ପ୍ରତ୍ୟେହ ସେବନ କରାଇଲେ ସେମାନଙ୍କର ପେଟରୁ ସମସ୍ତ କୃମି ଝାଡ଼ା ଭଲ ହୋଇଯାନ୍ତି । ପିଲାମାନଙ୍କ କୃମି ନିମନ୍ତେ ଏହା ପ୍ରସିଦ୍ଧ ଉପାୟ ।

୯. ଡାଳିମ୍ବ ଫଳର ଚୋପାକୁ କୁଟି ଚୂର୍ଣ୍ଣକରି ସେ ଚୂର୍ଣ୍ଣକୁ ଉପଦଂଶ ବା ଗରମଘା ଉପରେ ବାରମ୍ବାର ପକାଇଲେ ତାହା ଶୁଖିଯାଏ ।

୧୦. ଅଳାଇଚ, ଯଷ୍ଟିମଧୁ ଓ ଡାଳିମ୍ବ ଚୋପାକୁ ଏକତ୍ର ସମାନ ପରିମାଣରେ ଆଣି ଜଳରେ ସିଝାଇ ସେହିଜଳକୁ ପାନ କରାଇଲେ ସମସ୍ତଙ୍କର ବାନ୍ତି ଝାଡ଼ା ଓ ହିକ୍‌କା ନିବାରିତ ହୁଏ ।

୧୧. ପିଆଜ, ଦୂବ, ଆମ୍ବଡାଳପତ୍ର ଓ ଡାଳିମ୍ବ ଫୁଲ ଏସବୁ ଦ୍ରବ୍ୟର ରସକୁ ଏକତ୍ରକରି ସେଥିରୁ କିଛି କିଛି ନାକରେ ପକାଇଲେ ପିନସ୍‌ ରୋଗ ଅର୍ଥାତ୍‌ ନାସାକ୍ଷତ, ନାସାଦୁର୍ଗନ୍ଧ  ଓ ନାସାସ୍ରାବ ପ୍ରଭୃତି ଭଲହୁଏ ।

ତାନ୍ତ୍ରିକ ପ୍ରୟୋଗ ବିଧି

୧୨. ଏହି ଗଛର ମଲାଙ୍ଗକୁ ଜ୍ୟେଷ୍ଠାନକ୍ଷତ୍ର ହୋଇଥିବା ଦିନ ଆଣି ପିଲାମାନଙ୍କ ଦେହରେ ଧାରଣ କରାଇଲେ ସେମାନଙ୍କଠାରୁ ସବୁରୋଗ ଦୂର ହୁଏ ।

୧୩. ଏ ଗଛର ପତ୍ର, ଫୁଲ, ଫଳ ଓ ଚେରକୁ ଆଣି ଏକତ୍ର ମିଶାଇ ବାଟି ନାରୀମାନେ ନିଜ ଶରୀରରେ ଲେପନ କରିଲେ ତାର ସବୁ କାମରେ ଯଶ ହୁଏ ଏବଂ ସମସ୍ତେ ତାର ବଶୀଭୂତ ହୁଅନ୍ତି । ଆଉ ସମସ୍ତ ବିପଦ ଦୂରହୁଏ ।

୧୪. ଶନିବାର ଦିନ ସକାଳୁ ଡାଳିମ୍ବ ଗଛରୁ ପୂର୍ବପାଖରୁ ଚେର ଖଣ୍ଡେ ନେଇ ଗୃହରେ ରଖିଲେ ସେ ଗୃହରେ ଆକସ୍ମିକ ଭାବରେ ସମ୍ପଦ ବୃଦ୍ଧି ହୁଏ ।

୧୫. ପୁଷ୍ୟାନକ୍ଷତ୍ରରେ ଡାଳିମ୍ବ ପତ୍ରରସ ନସ୍ୟଗ୍ରହଣ ଏବଂ ଚକ୍ଷୁରେ ଅଞ୍ଜନ ଗ୍ରହଣ କରିବା ଦ୍ୱାର ଭବିଷ୍ୟତ ଦୃଶ୍ୟ ହୁଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *