ଦର୍ଶକ ବନ୍ଧୁ ବର୍ତ୍ତମାନ ଚାରି ଆଡେ ଖାଲି ଗୋଟେ ଚର୍ଚ୍ଚା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ନେଇ । ତାଙ୍କ ମୃ-ତ୍ୟୁ ଖବର ପାଇବା ପରେ ସମସ୍ତେ ଦୁଖ ପ୍ରକାଶ କରିଛନ୍ତି ଆଉ ତାଙ୍କ ବିଷୟରେ କିଛି ନା କିଛି ମତ ଦେଉଛନ୍ତି । ଏହାରି ମଧ୍ୟରେ ପିଣ୍ଟୁଙ୍କ ସାଙ୍ଗଙ୍କ ସ୍ତ୍ରୀ ଗଣମାଧ୍ୟମରେ ତାଙ୍କ ବିଷୟରେ କିଛି କହିଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ମହିଳା ଜଣକ କହିଛନ୍ତି ଯେ “ସମସ୍ତଙ୍କର ଆଶା ଥିଲା ପିଣ୍ଟୁ ଠିକ ହୋଇ ଆସିବ । କିନ୍ତୁ ମୁଁ ଏବେ ବି ଭାବି ପାରୁ ନାହି କି ପିଣ୍ଟୁ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛି । ମୁଁ ସେହି ସମୟରେ ଭୁବନେଶ୍ଵର ରେ ନ ଥିଲି । ପିଣ୍ଟୁ ଙ୍କୁ ମୁଁ ୱ୍ହାଟସପ ରେ କଥା ହୋଇଥିଲି । ସେତେବେଳେ ସେ ଭୁବନେଶ୍ଵର ରେ ଚିକିତ୍ସାଧୀନ ହୋଇଥିଲା । ମୁଁ ଓଡିଶାର ଖବର ଏତେ ପାଇ ପାରିଲା ନାହି । ମୁଁ ମୋର ଶୁଟିଙ୍ଗରେ ବ୍ୟସ୍ତରେ ଥିଲି ।
ମୁଁ ଗତ 3 ମାସ ଭିତରେ ପିଣ୍ଟୁ ସହ 3ଟା ଫିଲ୍ମ କରିଛି । ମୁଁ ଆଶ୍ଚର୍ଯ୍ୟ ହେଉଛି ହଠାତ ପିଣ୍ଟୁ କେମିତି ଚାଲିଗଲା । ଏତେ ଭଲ ମଣିଷ ଟା ଏମିତି କେମିତି ହୋଇଯିବ । ଆମେ ଜାଣିଛୁ ଦିଲ୍ଲୀ ଯାଇଛି ଚିକିତ୍ସା ହେବ ଠିକ ହୋଇଯିବ । କିନ୍ତୁ ହଠାତ ଏମିତି ଖବର ଆସିବ ଶୁଣିବା ପାଇଁ ଦୁଖ ଲାଗିଲା । ଆଉ ଗୋଟେ କଥା କହିବି ତାଙ୍କ ପରିବାରକୁ ଆମେ ଆମେ ଖାଲି ସମବେଦନା ଦେଇ ପାରିବୁ । କିନ୍ତୁ କଷ୍ଟ କଣ ମୁଁ ଜାଣିଛି ।
କାରଣ ସେ ଛୁଆ ଉପରେ କଣ ବିତୁଥିବ ଯିଏ ଦଶମ ପରୀକ୍ଷା ଦେଉଛି । ଟା ଉପରେ କଣ ବିତୁଥିବ । ସେ ଛୋଟ ପୁଅ ଟା ଟା ସହ ମୁଁ ଭିଡିଓ କଲ ରେ ଶୁଟିଙ୍ଗ ସମୟରେ କଥା ହେଉଥିଲୁ । ମୋତେ ଏବେ ବି ଅନୁଭବ ହେଉଛି ଏତେ ସୁନ୍ଦର ପରିବାର ମୁଁ ବିଶ୍ଵାସ କରିପାରୁ ନାହି । ସେ କହେ ମୁଁ ଭଲ ପରିବାର ପାଇଥିଲି ।
ମୁଁ ମୋ ସ୍ତ୍ରୀ କୁ ଟିକେ ଟାଇମ ଦେଇ ପାରିଲି ନାହି ସେଥିପାଇଁ ଅସୁବିଧା ହୋଇଗଲା ବୋଲି ପିଣ୍ଟୁ ମୋତେ କହୁଥିଲା । ସେ ମୋତେ ଭାଉଜ ଡାକେ । ସେ ମୋ ସ୍ଵାମୀଙ୍କ ବନ୍ଧୁ । ମୁଁ ତାକୁ ସବୁବେଳେ କହେ ପିଣ୍ଟୁ ତୁ ଏତେ ବିନ୍ଦାସ ରହୁଛୁ ସଦାବେଳେ କଣ ହସୁଛୁ । ସେ ଭାଉଜ କହେ ଆମେ କଣ ନେଇକି ଆସିଛୁ କଣ ନେଇକି ଯିବା ।
ପିଣ୍ଟୁ ସବୁବେଳେ କହେ ମୁଁ ଯଦି 5 ଜଣଙ୍କୁ ଖୁସି ଦେଇ ପାରୁଛି ତା ହେଲେ ଆଉ ବଡ ଏହା ଠାରୁ କଣ ହୋଇପାରେ । ମଣିଷ ଜୀବନ ତ ଏୟା । କାହିଁକି ନା ତା କାମ ହେଲା ମେକପ ହେବା ପରେ ସେ ଯେଉଁ ଚରିତ୍ରରେ ଥିବ ତାହା ଦେଖାଇବ । କିନ୍ତୁ ତା ବ୍ୟକ୍ତିଗତ ଜୀବନରେ କଣ ଘଟୁଛି ତାହା କ୍ୟାମେରା ଆଗରେ ଦେଖାଇ ପାରିବ ନାହି” । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।