ସାଧାରଣତ ଛୋଟ ପିଲାଙ୍କ ଠାରେ ଦାନ୍ତ ପୋକ ଖାଇବା ଭଳି ସମସ୍ଯା ଦେଖା ଯାଇଥାଏ । ଏହାର କାରଣ ହେଉଛି ପିଲା ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ବା ପିଜା ଆଦି ଖାଇବା ଦ୍ଵାରା ଦାନ୍ତରେ ବ୍ୟାକ୍ଟେରିୟା ସୃଷ୍ଟି ହୋଇଥାଏ । ଦାନ୍ତରେ ଗୋଟେ ଶିରା ରହିଥାଏ ଯାହାର ନାଁ ହେଉଛି ପାଲକ । ଦାନ୍ତର ଶିରାରେ ପାଲକ ଜମା ହୋଇଗଲେ ଦାନ୍ତ ଦରଜ ବା ବିନ୍ଧା ହୋଇଥାଏ । ଦାନ୍ତରେ ଛୋଟ ଛୋଟ ହୋଲ ଆସିଯାଏ ଯଦି ଶିରାରେ ଖାଦ୍ୟ ଜମା ହୋଇଯାଏ ।
ଅଧିକ ଆଇସକ୍ରିମ ବା ଚକଲେଟ ଖାଇବା ଦ୍ଵାରା ଦାନ୍ତରେ ଦରଜ ବା ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଏହାର ଠିକ ସମୟରେ ଚିକିତ୍ସା ନ କରାଯାଏ ତେବେ କିଛି ଦିନ ଭିତରେ ଦନ୍ତ କଳା ରଙ୍ଗ ହୋଇ ପୂଜା ବାହାରିଥାଏ । ଏହାର ଚିକିତ୍ସା ପାଇଁ ପ୍ରଥମେ ଦାନ୍ତର ଶିରା ବାହାର କରାଯାଇ ଦାନ୍ତ ଉପରେ ସିଲିଙ୍ଗ କରାଯାଏ ।
ଯଦି ଦାନ୍ତ ମଝିରେ ଫାଙ୍କ ସୃଷ୍ଟି ହୋଇଥାଏ ତେବେ ଦାନ୍ତର ଫିଲିଙ୍ଗ କରାଯାଇ ତାହା ଉପରେ କ୍ୟାପ ଦିଆଯାଏ । ଯାହା ଦ୍ଵାରା ଦାନ୍ତ ସମାନ ହୋଇଯାଏ । ଯଦି ଛୋଟ ପିଲା ମାନେ ଦାନ୍ତରେ କ୍ୟାପ ଲଗାଇବା ସମୟରେ ଆମିଷ ବା କୌଣସି ତାନ ଜାତୀୟ ଖାଦ୍ଯ ଖାଇବେ ତେବେ ଦାନ୍ତରେ ଯେଉଁ କ୍ୟାପ ଲାଗିଥାଏ ତାହା ବାହାରି ଯିବାର ସମ୍ଭାବନା ରହିଥାଏ ।
ଯଦି ପିଲାଙ୍କ ତହରେ ଦାନ୍ତ ସମସ୍ଯା ଛୋଟ ଆକାରରେ ହୋଇଛି ବା ପ୍ରାଥିମ ଭାବେ ହୋଇଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଆରମ୍ଭ କରିବା ଉଚିତ । ଡାକ୍ତରଙ୍କ ଚିକିତ୍ସା ଏତେ ଦାମ ହୋଇ ନ ଥାଏ କିନ୍ତୁ ଅବହେଳା କରିଲେ ବହୁତ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ ।
ଦାନ୍ତ ପୋକ ଖାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଏହି କ୍ଷେତ୍ର ରେ ଦାନ୍ତ ଫିଲିଙ୍ଗ କରିବା ନିଆହତି ଜରୁରୀ ଅଟେ । ଏଥିପାଇଁ ପାଖାପାଖି ୨୦୦୦ ଟଙ୍କା ଚାର୍ଜ ପଡିଥାଏ । କିନ୍ତୁ ଯଦି ଆପଣ ଅବହେଳା କରନ୍ତି ତେବେ ବର୍ଷକ ପରେ ଏହାର ଚିକିତ୍ସା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ତେଣୁ ପ୍ରତେକ ଦିନ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ପ୍ରତି ଦିନ ଦୁଇ ଥର ବ୍ରସ କରିବା ଉଚିତ । ଏହା ସହ ଯଦି ଆପଣ ଜଙ୍କ ଫୁଡ ବା ଅନ୍ୟ କୌଣସି ଭାରି ଖାଦ୍ୟ ଖାଇଥାନ୍ତି ତେବେ ଗର୍ଗଲିଙ୍ଗ ବା ନରମାଲ ପାଣି ରେ ଭଲ ଭାବେ ମାଉଥ ୱାଶ କରିବା ଉଚିତ ।
ଯଦି ମାଢି ରେ ରକ୍ତ ପଡେ ତେବେ ରୁଟିନ ଚେକଅପ ପାଇଁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ରାତି ସମୟରେ କୌଣସି ହେଭି ଖାଦ୍ୟ ବା ମିଠା ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ । ଯଦି ଆପଣ କୌଣସି ମିଠା ଖାଦ୍ୟ ଖାଉଛନ୍ତି ତେବେ ଖାଇବା ପରେ ନରମାଲ ପାଣିରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।