ଆଜିକାଲି ଦୁନିଆ ରେ ଖାଇବା ପିଇବା ଏମିତି ହେଲାଣି ଯେ, ଯାହାର ପ୍ରଭାବ କେବଳ ଶରୀର ଉପରେ ନୁହେଁ ଦାନ୍ତ ଉପରେ ମଧ୍ୟ ପଡୁଛି । ଅଧିକାଂଶ ଦାନ୍ତ ପୋକ ଲାଗିବା କାରଣରୁ ଏହାକୁ ଆମେ ଓପାଡି ଦେଇଥାଉ । ଯଦି ଆପଣ ଏଇ ଉପାୟ ଗ୍ରହଣ କରିବେ ତ କେବେ ଦାନ୍ତ ଉପାଡିବାକୁ ପଡ଼ିବନି । ସର୍ବ ପ୍ରଥମେ ଜାଣନ୍ତୁ ଯେ ଦାନ୍ତ ରେ ସମସ୍ୟା କାହିଁକି ଦେଖାଯାଏ ଏହାର କାରଣ କଣ । ଥରେ ଥରେ ଆମେ ଚିନି ରେ ତିଆରି ଅଧିକ ମିଠା ଖାଦ୍ୟ ଖାଇଥାଉ ଯାହା ଦାନ୍ତ ମୂଳ ରେ ରହିଯାଇଥାଏ ।
ଏ ସମସ୍ୟା ଅଧିକ ଛୋଟ ପିଲା ମାନଙ୍କ ପାଖରେ ଦେଖା ଦେଇଥାଏ । କାରଣ ପିଲାମାନେ ଜିଦି କଲେ ବାପ ମାଆ mane ସେମାନଙ୍କୁ ଚକୋଲେଟ ଦେ଼ଇ ବୁଝାଇଥାନ୍ତି । ଯାହା କାରଣ ରୁ ଆଗକୁ ଦାନ୍ତ ପୋକ କାଟି ଥାଏ ।
ଯଦି ଆପଣ ଦାନ୍ତ ସମସ୍ୟା ରୁ ମୁକ୍ତି ଚାହାନ୍ତି ତ ପ୍ରଥମେ ଏ ସବୁ ଖାଇବା ବନ୍ଦ କରନ୍ତୁ ଯଦି ନିଶାଦ୍ରବ୍ୟ କି ତମାଖୁ ଖାଉଛନ୍ତି ସେସବୁ ମଧ୍ୟ ଖାଇବା ବନ୍ଦ କରନ୍ତୁ । ଏଥିରେ ବି ଦାନ୍ତ ଖରାପ ହୋଇଥାଏ । ଆମ ଦାନ୍ତ ଗଠନ ରେ ମିନେରାଲ, ଭିଟାମିନ A,D, ଏବଂ କାଲସିଅମ ର ମୁଖ୍ୟ ଭୂମିକା ରହିଥାଏ । ଦାନ୍ତ କୁ ତୁଥପେଷ୍ଟ୍ ରେ ଘଷିବା ବଦଳରେ ମଞ୍ଜନ୍ ବ୍ୟବହାର କରନ୍ତୁ ।
ଏହାକୁ ଆଙ୍ଗୁଠି ରେ ନେଇ ଦାନ୍ତ ଚାରିପଟେ ୧୦ ମିନିଟ୍ ଯାଏ ଘଷି ରଖନ୍ତୁ ଏହାଦ୍ବାରା ସେଥିରୁ ଖରାପ ପାଣି ବାହାରିଯିବ । ନଚେତ୍ ଏମିତି ବି କରିପାରିବେ ନଡ଼ିଆ ତେଲ କୁ ୧୦ ମିନିଟ୍ ଯାଏ ପାଟି ରେ କୁଳି କରି ୧୦ ମିନିଟ୍ ପରେ ବହାରକରିଦେବେ । ଦିନ ଓ ରାତି ରେ ମଧ୍ୟ ଏମିତି କରିପାରିବେ ।
ଆଜିକାଲି ବଜାର ରେ ମିଳୁଥିବା ଫଳ ଓ ପରିବା ରେ କେମିକାଲ ଦିଆଯାଉଛି । ତେଣୁ ସେସବୁ କୁ ରାତି ରେ ପାଣିରେ ଏକ ଚାମଚ ଲେମ୍ବୁରସ କି ଭିନେଗାର ମିଶାଇ ଭିଯାଇଦିଅନ୍ତୁ । ଏହାଦ୍ବାରା ଏଥିରୁ ଏସିଡ ବହାରି ଯାଇ ଆମକୁ ଖାଦ୍ୟ ରେ ମିନେରାଲ ମିଳିଥାଏ । ଏହାପରେ ଯଦି ଆପଣଙ୍କ ଦାନ୍ତ ରେ ପୋକ ଲାଗେ ଏ ଉପାୟ ନିଶ୍ଚିନ୍ତ କରନ୍ତୁ, ଦାନ୍ତ ର ସବୁ ସମସ୍ୟା ରୁ ମୁକ୍ତି ପାଇପାରିବେ ।