୧୦ ବର୍ଷ ହେବ କରୁଥିଲେ ସ୍ବାମୀଙ୍କୁ ବର୍ଦାସ, ୪୧ ବର୍ଷ ବୟସରେ ହେଲେ ଅଲଗା, ଏହାପରେ କହିଲେ ନିଜର ଭୟାନକ ସତ୍ୟତା

ବନ୍ଧୁଗଣ ଟିଭି ସିରିୟଲ ଜଗତରେ ପ୍ରତିଦିନ କିଛି ନା କିଛି ଘଟଣା ମାନ ଘଟୁଅଛି । ତାହା ସିରିୟଲରେ ହେଉ କିଅବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନରେ ହେଉ । ସିରିୟଲ ଭଳି ଏହି କଳାକାର ଙ୍କ ବ୍ୟକ୍ତିଗତ ଜୀବନରେ କେଉଁ କେଉଁ ସମୟରେ ଟ୍ଯୁଷ୍ଟ ଆସିଥାଏ ତାହା ବର୍ଣ୍ଣନା କରିହୁଏନି । ଆଜି ଆମେ ଆପଣଙ୍କୁ ଟିଭି ସିରିୟଲ ର ମଶହୁର କଳାକାର କାମ୍ୟା ପଞ୍ଜାବୀ ଙ୍କ ସହିତ ଜଡିତ ହୋଇ ରହିଥିବା କିଛି ଦିଲଚସ କାହାଣୀ ସମ୍ବନ୍ଧରେ ଜଣେଇବାକୁ ଯାଉଛୁ ।

ବନ୍ଧୁଗଣ ବର୍ତ୍ତମାନ କାମ୍ୟା ପଞ୍ଜାବୀ ୪୧ ବର୍ଷ ର ହୋଇ ସାରିଲେଣି । ସେ ୨୦୦୩ ରେ ବିଜନେସ ମ୍ୟାନ ବଣ୍ଟି ନେଗୀ ସହିତ ବିବାହ କରିଥିଲେ । ଉଭୟଙ୍କ ବିବାହ ୧୦ ବର୍ଷ ପର୍ଯ୍ୟନ୍ତ ଠିକ ଚାଲିଲା ଏହାପରେ ଉଭୟ ଅଲଗା ହେବାର ନିଷ୍ପତ୍ତି ନେଲେ । ଏବଂ ଦୁହେଁ ଅଲଗା ହୋଇଗଲେ । ନିଜର ପ୍ରଥମ ସ୍ଵାମି ଠାରୁ ଅଲଗା ହେବା ପରେ ସେ ଗତବର୍ଷ ୨୦୨୦ ରେ ଗୋଟିଏ ପୁତ୍ର ର ପିତା ଏବଂ ବିଜନେସ ମ୍ୟାନ ଥିବା ଶଲଭ ଡାଙ୍ଗ ଙ୍କୁ ବିବାହ କରିଲେ ।

କାମ୍ୟା ଙ୍କର ପ୍ରଥମ ବିବାହାରୁ ଜାତ ଗୋଟିଏ ଝିଅ ମଧ୍ୟ ରହିଛି ଯିଏ ଏବେ କାମ୍ୟା ସାଙ୍ଗେ ରହୁଛି । ଏହି ବିବାହ ଭାଙ୍ଗିବାର ୮ ବର୍ଷ ପରେ କାମ୍ୟା ନିଜ ବିବାହକୁ ନେଇ ଖୋପନାକ ସତ୍ୟତା ବୟାନ କରିଛନ୍ତି । ଏହାର ଖୁଲାସା ସେ ଗୋଟିଏ ଇନ୍ଟରଭିଉ ରେ କହିଛନ୍ତି । ସେ କହିଲେ ବିବାହର ୧୦ ବର୍ଷ ମଧ୍ୟରେ ସେ ବହୁତ ଥର ବଣ୍ଟି ଙ୍କୁ ସୁଧୁରିବା ପାଇଁ ସୁଯୋଗ ଦେଇଛନ୍ତି । ଏହାପରେ ସେ ବଣ୍ଟି ଙ୍କୁ ଗୋଟିଏ ସୀମା ପର୍ଯ୍ୟନ୍ତ ବର୍ଦାସ କରିବାପରେ ସେ ଅଲଗା ହେବା ପାଇଁ ନିସ୍ପତି ନେଲେ । କାମ୍ୟା ଇଣ୍ଟେର୍ବିଉ ରେ କହିଲେ ଯେ, ମୁ ବିବାହ ର ୧୦ ବର୍ଷ ମଧ୍ୟରେ ବହୁତ କିଛି ସହିଛି ।

ମୁଁ ଅଲଗା ହେବାକୁ ଚାହୁଁନଥିଲି, ମୁଁ ଏହି ସଂପର୍କକୁ ବଞ୍ଚାଇବା ପାଇଁ ବହୁତ କିଛି ପ୍ରୟାସ କରିଛି । ସବୁକିଛି ସହିବା ପରେ ମଧ୍ୟ ମୋ ଭାଗ୍ୟରେ ଆଉ କିଛି ଲେଖାଥିଲା । ମୁଁ ବହୁତ ଚେଷ୍ଟା କଲି ଏହି ସମୟରେ ଆରା ର ଜନ୍ମ ହେଲା, ତାହାର ଜନ୍ମ ପରେ ମଧ୍ୟ ସ୍ଥିତି ସୁଧୁରିଲା ନାହିଁ । ଏଥିପାଇଁ ମୁଁ ଅଲଗା ହେବା ହିଁ ଉଚିତ ମନେକଲି । ସେ ଆଗକୁ କହିଲେ ଯେ, ମୁଁ ଏହି ସଂପର୍କକୁ ନେଇ ନିଜ ବନ୍ଧୁ ଏବଂ ପରିବାର ଲୋକ ସହିତ କଥା ହେଲି ଉଭୟ କହିଲେ ଯେ, ଏହି ସଂପର୍କକୁ ଭାଙ୍ଗିଦେବା ଉଚିତ । ଏହାପରେ ମୁଁ ଏହି ସଂପର୍କଠାରୁ ଅଲଗା ହେବାପାଇଁ ଚିନ୍ତା କଲି ।

ଏବଂ ବଣ୍ଟିଙ୍କର ଯେତେବେଳେ ଆକ୍ସିଡେଣ୍ଟ ହୋଇଥିଲା ସେହି ସମୟରେ ମୁଁ ଅଲଗା ହେଲି, କାରଣ ମୁଁ ତାଙ୍କର ବେଡ-ରେଷ୍ଟ ସମୟରେ ତାଙ୍କ ପାଇଁ ବହୁତ କିଛି କରିଥିଲି ମାତ୍ର ସେ ମୋ ଉପରେ ଧ୍ୟାନ ଦେଲେ ନାହିଁ । ଏହାକୁ ନେଇ ଆମ ଭିତରେ ବହୁତ ଝଗଡା ମଧ୍ୟ ହେଲା । ଏବଂ ଆମେ ଅଲଗା ହେବାର ନିସ୍ପତି ନେଲୁ । ଏହାପରେ ମୁଁ ଏକୁଟିଆ ରହିଲି । ବନ୍ଧୁଗଣ ସ୍ଵାମିଠାରୁ ଅଲଗା ହେଲାପରେ କାମ୍ୟା ନିଜ ଝିଅକୁ ଏକୁଟିଆ ପାଳିଛନ୍ତି । ବର୍ତ୍ତମାନ ସେ ଦ୍ଵିତୀୟ ବିବାହ କରି ଖୁସିରେ ଅଛନ୍ତି । ବନ୍ଧୁଗଣ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *