୧୦ ମ ଶ୍ରେଣୀ ଛାତ୍ରଙ୍କୁ ଆସୁଛି Call, ବୋର୍ଡ ଅଫିସର କହୁଛନ୍ତି ବଢାଇ ଦେବେ ନମ୍ବର- ପୁରା ଘଟଣା ଜାଣି ଉଡିଯିବ ହୋସ

ମେଟ୍ରିକ ପରୀକ୍ଷା ସମସ୍ତ ଛାତ୍ର ଛାତ୍ରୀମାନଙ୍କ ପାଇଁ ଜୀବନର ଏକ ବହୁତ ବଡ ପରୀକ୍ଷା ହୋଇଥାଏ । କେବଳ ପିଲାମାନେ ନୁହନ୍ତି ପିଲାମାନଙ୍କର ମାତା ପିତା ବି ଏହି ପରୀକ୍ଷାକୁ ନେଇ ବହୁତ ଚିନ୍ତିତ ଥାନ୍ତି । କିନ୍ତୁ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କରୋନା କାରଣରୁ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି । ମେଟ୍ରିକ ପରୀକ୍ଷା ସହ କୌଣସି ବି ପରୀକ୍ଷା ହୋଇ ପାରୁ ନାହିଁ ।

କିନ୍ତୁ ଏହା ମଧ୍ୟରେ ବର୍ତ୍ତମାନ ଗୋଟିଏ ବଡ କଥା ସାମ୍ନାକୁ ଆସୁଛି । କିଛି ଲୋକମାନେ ଫୋନ କରି ପିଲାମାନଙ୍କୁ ତାଙ୍କର ମେଟ୍ରିକ ପରୀକ୍ଷାରେ ମାର୍କ ବଢାଇ ଦେବା ପାଇଁ ଓ ଭଲ ଡିଭିଜନରେ ପାସ କରି ଦେବା ପାଇଁ କହୁଛନ୍ତି ଓ ଏଥିପାଇଁ ଟଙ୍କା ବି ଡିମାଣ୍ଡ କରୁଛନ୍ତି । ସାଇବର ଠକ ଗତ ଦୁଇ ଦିନ ହେବ ମେଟ୍ରିକ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ଓ ତାଙ୍କର ମାତା ପିତାଙ୍କୁ ଟାର୍ଗେଟ କରୁଛନ୍ତି ।

ସୁନ୍ଦରଗଢ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମୁଝୁରିଆ ସ୍କୁଲର ଛାତ୍ର ଛାତ୍ରୀମାନଙ୍କୁ ଓ ତାଙ୍କର ମାତା ପିତାଙ୍କୁ କିଛି ଫ୍ରଡ ଫୋନ କଲ ଆସୁଛି । ଯେତେବେଳେ ଗୋଟିଏ ଛାତ୍ରକୁ ଏହା ବିଷୟରେ ପଚରାଗଲା ତେବେ ସେ କହିଲେ କି ଗତକାଲି ମୋତେ ଏକ ଫୋନ ଆସିଥିଲା ଓ ସେଥିରେ ଜଣେ ବ୍ୟକ୍ତି କହିଲା କି ମୁଁ ବୋର୍ଡ ଅଫିସରୁ କହୁଛି, ତୁମେ ଗଣିତରେ ୫ ମାର୍କ ପାଇଁ ଫେଲ ହୋଇ ଯାଇଛି । ଯଦି ତୁମେ ୮୦୦୦ ଟଙ୍କା ଦବ ତେବେ ଆମେ ତୁମକୁ ଫାର୍ସ୍ଟ ଡିଭିଜନ ଓ ୬୦୦୦ ଟଙ୍କା ଦେଲେ ସେକନ୍ଡ ଡିଭିଜନ କରିଦେବୁ ।

ଏହା ସହିତ ସେହି ଛାତ୍ରଟି ଆଗକୁ କହିଲା କି ତାଙ୍କ ପାଖାରେ ମୋର ସମସ୍ତ ସୂଚନା ଥିଲା ଯେମିତି କି ମୋ ନାଁ, ମୋ ବାପା ମା ଙ୍କ ନାଁ ଓ ରୋଲ ନମ୍ବର, ଠିକାଣା ଓ ମୋବାଇଲ ନମ୍ବର । କିନ୍ତୁ ଅଧିକ ସମୟ କଥାବାର୍ତ୍ତା ହେବା ପରେ ମୋତେ ଲାଗିଲା କି ଏହା ଫ୍ରଡ ଅଟେ ।

କହିଦେଉଛୁ କି କଲ କରୁଥିବା ବ୍ୟକ୍ତି ପ୍ରଥମେ ପିଲାମାନଙ୍କର ବାପା ମା ଙ୍କୁ ତାଙ୍କର ପିଲା ଗଣିତ, ବିଜ୍ଞାନ, ଇଂରାଜୀ ଭଳି ବିଷୟରେ ଫେଲ ହୋଇ ଯାଇଛି ବୋଲି କହି ଭୟଭୀତ କରୁଛନ୍ତି । ଏହା ପରେ କହୁଛନ୍ତି କି ଯଦି ଟଙ୍କା ଦେବେ ତେବେ ଆପଣଙ୍କୁ ପୁଅକୁ ଫାର୍ସ୍ଟ ଡିଭିଜନ ଓ ସେକନ୍ଡ ଡିଭିଜନରେ ପାସ କରିଦେବୁ । ଏହି ସବୁ ଫୋନ ଆସିବା ପରେ ଛାତ୍ର ଛାତ୍ରୀମାନେ ନିଜର ସାରଙ୍କ ପାଖକୁ ଗଲେ ଓ ସାର ସେମାନଙ୍କୁ ଏହି ସବୁ କଲକୁ ଫ୍ରଡ ବୋଲି କହିଥିଲେ ।

ଏମିତିରେ ବର୍ତ୍ତମାନ ପ୍ରଶ୍ନ ଆସୁଛି କି ଏହି ଅନ୍ଲାଇନ ଫ୍ରଡମାନେ କେବଳ ସୁନ୍ଦରଗଡ ଜିଲ୍ଲାର ମେଟ୍ରିକ ଛାତ୍ର ଛାତ୍ରୀମାନଙ୍କ ନାଁ, ଗାଁ, ଠିକଣା ବା ପା ମାଙ୍କ ନାଁ ଜାଣିଲେ କେମିତି । କେବଳ ଏହି ସ୍କୁଲରେ ଛାତ୍ର ଛାତ୍ରୀମାନଙ୍କୁ କାହିଁକି ଫୋନ କରୁଛନ୍ତି । ସନ୍ଦେହ କରାଯାଉଛି କି କିଛି ସ୍ଥାନୀୟ ଲୋକମାନେ ଏହିଭଳି ଫ୍ରଡ କରୁଛନ୍ତି ବୋଧେ । କହିଦେଉଛୁ କି ଏହି ବର୍ଷ ରାଜ୍ୟ ସରକାର ଓଡିଶାରେ ମେଟ୍ରିକ ପରୀକ୍ଷାକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ କି ଯଦି ଏହିଭଳି କୌଣସି ଫୋନ ଆପଣଙ୍କ ନିକଟକୁ ଆସୁଛି ତେବେ ଏହା ଠାରୁ ଦୂରେଇ ରୁହନ୍ତୁ ଓ ପୋଲିସକୁ ସୂଚିତ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *