ଦେଖନ୍ତୁ ହିରୋଇନ Riyaଙ୍କ ବ୍ୟାଚଲର ପାର୍ଟିର Video, ଏହିସବୁ Star ମାନେ ହେଲେ ସାମିଲ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ହୁଅନ୍ତୁ ସମସ୍ତେ ନିଜର ଚମତ୍କାର ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଜିକାଲି ସୋସିଆଲ ମିଡିଆ ଜରିଆରେ ସମସ୍ତେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କିଛି କଥା ସେୟାର କରୁଛନ୍ତି ।

ଠିକ ସେହିଭଳି ହିରୋଇନ ରିୟା ଦେ ମଧ୍ୟ ନିଜର ବ୍ୟାଚଲର ପାର୍ଟି ର ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଆପଣ ମାନେ ସମତେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ପ୍ରେମ ଅଢେଇ ଅକ୍ଷର ଫିଲ୍ମ ରେ ରିୟା ନିଜର ପାଦ ଅଲିଉଡ ଇଣ୍ଡଷ୍ଟ୍ରି ରେ ଦେଇଥିଲେ । ଏହି ଫିଲ୍ମରେ ସେ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ସହ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହିଥିଲେ ।

ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଓଲିଉଡ ଇଣ୍ଡଷ୍ଟ୍ରି କୁ ଭେଟି ଦେଇ ଚାଲିଛନ୍ତି ଆଉ କେବେ ବି ପଛକୁ ଫେରି ନାହାନ୍ତି । ବର୍ତ୍ତମାନ ସମୟରେ ରିୟା ଙ୍କୁ ନେଇ ଆସିଛି ବଡ ଖୁସି ଖବର । ଆପଣ ମାନେ ଜାଣିଥିଲେ ଖୁସି ହେବେ ବି ରିୟା ଏବେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । କହିବାର ଅର୍ଥ କି ରିୟା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବହୁତ ଜଲ୍ଦି । ତାଙ୍କର ନିର୍ବନ୍ଧ ମଧ୍ୟ ସଋ ଯାଇଛି ।

ଏହାରି ମଧ୍ୟରେ ରିୟା ନିଜର ବାହାଘର ପୂର୍ବ ରୁ ବ୍ୟାଚଲର ପାର୍ଟି ସବୁ ଓଡିଆ କଳାକାର ମାନକ ସହ ସେଲିବ୍ରେସନ କରିବାର ନଜର ଆସିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ରିୟା ଙ୍କ ସହ ଅଭିନେତା ଶ୍ରୀତମ ଦାସ, ଶୁଭାଶିଶ ଶର୍ମା ଙ୍କ ଭଳି ଅନେକ କଳାକାର ଯୋଗ ଦେଇଛନ୍ତି । ଏମିତିକି ଅଭିନେତ୍ରୀ ଝିଲିକ, ଆନିଶା ଆଉ ଅନେକ ଓଡିଆ ହିରୋଇନ ମାନେ ରିୟା ଙ୍କ ବ୍ୟାଚଲର ପାର୍ଟି ରେ ଯୋଗ ଦେଇ ତାଙ୍କୁ ଏନକରେଜ କରାଇଛନ୍ତି ।

ଏମିତିକି ରିୟା ଏହି ପାର୍ଟି ରେ କେକେ ମଧ୍ୟ କାଟୁଛନ୍ତି ଯେଉଁଥି ରେ ଲେଖାଅଛି କି ରିୟା ମିସ ରୁ ମିସେସ ହେବାକୁ ଯାଉଛନ୍ତି । ରିୟା ନିଜର କଳାକାର ବନ୍ଧୁ ମାନଙ୍କ ସହ ବେଶ ଧୂମ ଧାମ ରେ ବ୍ୟାଚଲର ପାର୍ଟି ସେଲିବ୍ରେସନ କରିଛନ୍ତି । ନାଚ ଗୀତ ସହ ବହୁତ ସାରା ମଜା ମସ୍ତି କରିଛନ୍ତି ଓଡିଆ କଳାକାର ମାନେ ରିୟା ଙ୍କ ସହ ମିଶି । ଏହି ଭିଡିଓ ଟି ରିୟା ଙ୍କ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ବନ୍ଧୁଗଣ ଆପଣ ମାନଙ୍କୁ ରିୟା ଦେ କେମିତି ଲାଗନ୍ତି ଓ ତାଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *