କଣ ହେଲା ସେଦିନ, କେମିତି ବୁଡିଲା ଡଙ୍ଗା, OTV ର କ୍ୟାମେରା ମ୍ୟାନ୍‌ Pravat କହିଲେ ସେ ଦିନର ଛାତିଥରା କାହାଣୀ, ଦେଖନ୍ତୁ Video

ଗତ କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜରେ ଯେଉଁ ଡଙ୍ଗା ବୁଡିବା ଘଟଣା ଘଟିଥିଲା ସେଥିରେ ଯୁବ ସାମବାଦିକ ଅରିନ୍ଦମ ଦାସଙ୍କର ପାଣିରେ ବୁଡି ପ-ର-ଲୋ-କ ଘଟିଛି । ସେଦିନ କଣ ହୋଇଥିଲା କେମିତି ଡଙ୍ଗା ବୁଡିଲା ସମୟରେ ଏ ସବୁ ବିଷୟରେ ନୂଆ ଜୀବନ ଫେରି ପାଇଥିବା ଓଟିଭିର କ୍ୟାମେରା ମ୍ୟାନ ପ୍ରଭାତ ନିଜ ରାଏ ଦେଇଛନ୍ତି । ପ୍ରଭାତ କହିଛନ୍ତି ଯେ ତାଙ୍କର ଓ ଅରିନ୍ଦମଙ୍କ ସ-ମ୍ପ-ର୍କ ଦୀର୍ଘ ୧୧ ବର୍ଷର ହେଲାଣି । ଦୁହେଁ ବ-ନ୍ୟା ବା-ତ୍ୟା ସମୟରେ ଏକାଠି କାମ କରିଛନ୍ତି । ପ୍ରଭାତ କହିଛନ୍ତି ଯେ ସେଦିନ ଭିଜ୍ଯୁଆଲ କରିବା ସମୟରେ ଅରିନ୍ଦମ ଅନ୍ୟ ଜଣେ ଡଙ୍ଗା ନାଉରିଙ୍କୁ କହିଲେ ଯେ ସେପଟ କୁଳକୁ ନେଇ ଛାଡି ଦେବାକୁ କିନ୍ତୁ ସେମାନେ ମନା କରିଥିଲେ ।

କିନ୍ତୁ ଅରିନ୍ଦମଙ୍କ ଅନେକ ଚେଷ୍ଟା ପରେ ସେମାନଙ୍କୁ ଆଠଗଡ ସା-ଇ-ଟ-ରେ ଛାଡିବା ପାଇଁ ରାଜି ହୋଇଥିଲେ । ଯେତେବେଳେ ସେମାନେ ପାଣି ଭିତରକୁ ଯାଇଥିଲେ ସେମାନେ ୭ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଓଡ୍ରାଫ କର୍ମଚାରୀ ଜ୍ୟାକେଟ ପିନ୍ଧି ନ ଥିଲେ । ହାତୀ ଏମାନଙ୍କୁ ଦେଖିବା ପରେ ହାତୀ ଧୀରେ ଧୀରେ ଆଗକୁ ଯିବାକୁ ଲାଗିଲା । ଏହି ସମୟ ମଧ୍ୟରେ ବୋଟଟି ସୁ-ଅ ଆଡକୁ ଗତି କରିବାରେ ଲାଗିଲା । ଯେତେ ଚେଷ୍ଟା କରିବା ପରେ ମଧ୍ୟ ବୋଟଟି ଅଚଳ ହୋଇ ପଡିଥିଲା । ଯେତେବେଳେ ବୋଟଟି ସୁ-ଅ- ଆଡକୁ ମୁହାଁ ହେଲା ସେହି ସମୟରେ ପ୍ରଭାତ ପ୍ରଥମେ ପାଣି ଭିତରକୁ ପଡିବା ପରେ ଅରିନ୍ଦମ ତାଙ୍କ ହାତ ଧରି ଉପରକୁ ଉଠାଇ ଥିଲେ ।

ସେହି ସମୟରେ ବୋଟର ଓଡ୍ରାଫ କର୍ମଚାରୀ ମାନେ ଚି-ତ୍କା-ର କରିବାକୁ ଲାଗିଲେ କାରଣ ସେମାନେ ଭାବିଲେ ଯେ ହାତୀଟି କୁଳ ଆଡକୁ ଚାଲିଯିବ । ହାତୀଟି ବୋଟ ପାଖକୁ ଆସି ଦୁଇ ତିନି ଥର ଗୋଡ ହଲାଇ ଟିକେ ଦୂରକୁ ଚାଲି ଯାଇଥିଲା । ଏହି ସମୟ ମଧ୍ୟରେ ବୋଟଟି ଓଲଟି ପଡିଥିଲା । ଏହା ପରେ ସମସ୍ତେ ପାଣି ଭିତରେ ବୁ-ଡି ଯାଇଥିଲେ । ପ୍ରଭାତ ବୋଟ ତଳେ କିଛି ସମୟ ପାଇଁ ରହି ଯାଇଥିଲେ କାରଣ ସେ ପହଁରା ଶିଖିଥିଲେ । ସେ କାହାରି ଶବ୍ଦ ଶୁଣିପାରିଲେ ନାହି । ସେ ନିଜର ପ୍ଯାଣ୍ଟ ଛିଡାଇ ପାଣି ଭିତରେ କିଛି ସମୟ ପାଇଁ ରହିବା ପରେ ତାଙ୍କ ଗୋଡ ବାହାରକୁ ହଲାଇବାକୁ ଲାଗିଲେ ।

ଏହା ପରେ ପ୍ରଭାତ ଜାଣିବାକୁ ପାଇଲେ ଯେ ସେ ଆଉ ବଞ୍ଚିବେ ନାହି । ପ୍ରଭାତ ସେତିକି ସମୟ ମଧ୍ୟରେ ଗୋଟେ ହାତ ଉପରକୁ ଟେକି ଅନ୍ୟ ହାତ ବୋଟର ରସୀ ଧରିଥିଲେ । ସେହି ସମୟ ମଧ୍ୟରେ ତାଙ୍କ ପାଖକୁ ଏକ ରସୀ ପଡିଥିଲା ଯାହାକୁ ଧରି ସେ ଉପରକୁ ଉଠିଲେ । ଏହା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯିବା ସମୟରେ ତାଙ୍କର ପେଟ ଦବା ଯାଇଥିଲା ଯାହା ପାଇଁ ସେ ବାନ୍ତି କରିଥିଲେ । ସେତେବେଳକୁ ଅରିନ୍ଦମଙ୍କ ବିଷୟରେ ତାଙ୍କୁ କିଛି ଖବର ନ ଥିଲା ବୋଲି ପ୍ରଭାତ କହିଛନ୍ତି । ପ୍ରଭାତ ପାଣି ଭିତରେ ଥିବାବେଳେ ତାଙ୍କ ଗୋଡରେ କେହି ମା-ଡ ହୋଇଛନ୍ତି ବୋଲି ସେ କହିଛନ୍ତି ।

ବନ୍ଧୁଗଣ ଏହିଭଳି ଭାବେ ଥିଲା ସେଦିନର ହୃଦୟ ବିଦାରକ କାହାଣୀ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *