ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଶ୍ରୀ ମନ୍ଦିରର ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ପୂଜା ପାଇଥାନ୍ତି । ପ୍ରଭୁ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଅଟନ୍ତି । ଜଣେ ଦେବକିଙ୍କ ଗର୍ଭରୁ ଆଉ ଜଣେ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି । ଶ୍ରୀ କୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ଆଉ ପ୍ରଭୁ ବଳରାମ ଦେବକୀଙ୍କ ସପ୍ତମ ଗର୍ଭର ସନ୍ତାନ ଅଟନ୍ତି ।
ଯିଏ କି ଗର୍ଭ ସ୍ଥାନାନ୍ତରଣ ମାଧ୍ୟମରେ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରାଙ୍କ ମାତା କିଏ ? ଦେବକୀ, ଯଶୋଦା ନା ରୋହିଣୀ । ଶ୍ରୀକୃଷ୍ଣ ଓ ବଳରାମଙ୍କ ଭଉଣୀ ସୁଭଦ୍ରା କେମିତି ହେଲେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ଦେବୁ ସୁଭଦ୍ରାଙ୍କ ବର୍ଣ୍ଣନା ମହାଭାରତରେ ମିଳିଥାଏ । ମହାଭାରତରେ ସୁଭଦ୍ରା ଅର୍ଜୁନଙ୍କ ସ୍ତ୍ରୀ ଥିଲେ । ତେବେ ଶୁଭଦ୍ରାଙ୍କ ନାମ କେଉଁ ଠାରେ ଦେଖିବାକୁ ମିଳି ନାହି ।
କଥା ଅନୁଯାୟୀ ଭଗବାନ କୃଷ୍ଣ ଓ ବଳରାମ କଂସର ଅନ୍ତ କରିବା ପରେ ସେମାନେ ଶିକ୍ଷା ଗ୍ରହଣ କରିବାକୁ ସଂଦୀପନ ରୁଷୀଙ୍କ ଆଶ୍ରମକୁ ଯାଇଥିଲେ । ସେହି ସମୟରେ ସୁଭଦ୍ରାଙ୍କ ଜନ୍ମ ହୋଇଥିଲା । ସୁଭଦ୍ରାଙ୍କ ଜନ୍ମ ରୋହିଣୀଙ୍କ ଗର୍ଭରୁ ହୋଇଥିଲା । ଶ୍ରୀମଦ ଭଗବତ ଗୀତା ଅନୁସାରେ ଯେବେ ଦେବକୀ ନିଜର ଅଷ୍ଟମ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସେତେବେଳେ ବାସୁଦେବ ତାଙ୍କ ପୁତ୍ରକୁ ନେଇ ନନ୍ଦ ବାବାଙ୍କ ସ୍ତ୍ରୀ ମାତା ଯଶୋଦାଙ୍କ ପାଖରେ ଶୁଆଇ ଦେଲେ ।
ଯଶୋଦାଙ୍କ ଠାରୁ ତାଙ୍କ ଜନ୍ମିତ ପୁତ୍ରିକୁ କାରାଗାରକୁ ଆଣି ଆସିଲେ । ଏହି ସମୟରେ ଯଶୋଦା ଗଭୀର ନିଦ୍ରାକୁ ପ୍ରାପ୍ତ ହୋଇଥିଲେ । ଏହି କାରଣରୁ ସେ ନିଜ ପୁତ୍ରୀକୁ ଦେଖିନ ଥିଲେ । ଯେବେ ଯଶୋଦା ଆଖି ଖୋଲିଲେ ତାଙ୍କ ଆଗରେ ଭଗବାନ କୃଷ୍ଣ ଥିଲେ । ଯେବେ କଂସ ଏହି କଥା ଜାଣିଲେ କି ଦେବକୀ ତାଙ୍କର ଅଷ୍ଟମ ସନ୍ତାନକୁ ଜନ୍ମ ଦେଇ ସାରିଛନ୍ତି ସେ ତାଙ୍କୁ ମାରିବାକୁ କାରାଗାରକୁ ଆସିଲେ ।
ଯେବେ ଶିଶୁକୁ ମାରିବାକୁ କଂସ କଚାଡିଲେ ସେ ଉପରକୁ ଉଠିଗଲେ ସେତେବେଳେ ଶୂନ୍ୟବାଣୀ ହୋଇଥିଲା । ସେହି ଯୋଗମାୟା ବିଲୀନ ହୋଇ ବିନ୍ଧ୍ୟା ଚଳରେ ଅବସ୍ଥିତ ହୋଇଗଲେ । ଆଉ ସେଠାରେ ସେ ମାତା ବିନ୍ଧ୍ୟା ବାସିନୀ ନାମରେ ପୂଜା ପାଉଥିଲେ । ଯେବେ କୃଷ୍ଣ ଓ ବଳରାମ ବଡ ହେଲେ ତାଙ୍କୁ ଜଣା ପଡିଲା ତାଙ୍କର ଭଉଣୀ ଅଛି ଯିଏ କଂସର ହାତରୁ ବଞ୍ଚି ଯାଇ ଯୋଗମାୟା ଅଟନ୍ତି ।
ଶ୍ରୀକୃଷ୍ଣଙ୍କ ଆଦେଶ କ୍ରମେ ଯୋଗମାୟା ନନ୍ଦ ରାଜାଙ୍କ ଦ୍ଵିତୀୟ ସ୍ତ୍ରୀ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ସେ ସେହି କନ୍ୟା ଥିଲେ ଯିଏ କଂସଙ୍କୁ ନିଜର ମୃତ୍ୟୁର ସ୍ମରଣ କରାଇଥିଲେ । ତେବେ ଯୋଗମାୟା ମୃତ୍ୟୁଲୋକରେ ରୋହିଣୀଙ୍କ ଗର୍ଭରୁ ସୁଭଦ୍ରା ନାମରେ ଜନ୍ମ ନେଇଥିଲେ । ତେଣୁ ସେ କୃଷ୍ଣ ଓ ବଳରାମଙ୍କ ଭଉଣୀ ଥିଲେ । ସୁଭଦ୍ରାଙ୍କ ଜନ୍ମ ଏକ ବିଶେଷ କାରଣ ପାଇଁ ହୋଇଥିଲା । ତେଣୁ ସୁଭଦ୍ରା ଅର୍ଜୁଙ୍କ ସହ ବିବାହ କରିଥିଲେ ଓ ବୀର ଅଭିମନ୍ୟୁ ନାମରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।