ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ କୁ ନେଇ ବଦଳାଯାଇଛି ନିୟମ, ସୁବିଧା ଗୁଡ଼ିକ ରେ ହେଲା ପରିବର୍ତ୍ତନ!

ଆର୍ ବି ଆଇ ,୧୫ ଜାନୁଆରୀ ରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଥିବା ଲୋକ ଙ୍କ ପାଇଁ କେତେ ଗୁଡିଏ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କିଛି ସୁବିଧା ବନ୍ଦ ପାଇଁଁ ଆଉ କିଛି ଆରମ୍ଭ ପାଇଁ ବିକଳ୍ପ ଅଛି ଓ ତା ସହିତ ଏ ବିଷୟରେ ସତର୍କ ବି ଅଛି । ଯଦି ଆପଣ ବି ପକେଟ୍ ରେ ଡେବିଟ୍ କି କ୍ରେଡିଟ୍ କାର୍ଡ ରଖିଛନ୍ତି ହେଲେ ଏହାର ବ୍ୟବହାର କରୁନାହାନ୍ତି ତ ଆପଣ ଏହି ଖବର ନିଶ୍ଚିତ ପଢ଼ିବା ଦରକାର ।

ଆର୍ ବି ଆଇ ର ନୂଆ ନୀତି ନିୟମ ଧାରା ପରେ ଏଥିରେ ଜଡ଼ିତ ସବୁ ସୁବିଧା ରେ ପରିବର୍ତ୍ତନ ଆସିବାକୁ ଯାଉଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ, ଡେବିଟ୍ କି କ୍ରେଡିଟ୍ କାର୍ଡ ଜାରି କରୁଥିବା କମ୍ପାନୀ କୁ ନିର୍ଦ୍ଦେଶ ଦେଇଛି  କି ସେ ସବୁ କାର୍ଡ ର ସେବା କୁ ବନ୍ଦ କରିବେ, ଯଦି ତାଙ୍କ କାର୍ଡ ର ବ୍ୟବହାର ଅନଲାଇନ ନେବାଦେବା ପାଇଁ ହେଉନଥାଏ । ୧୫ ଜାନୁଆରୀ ୨୦୨୦ ର ଏକ ବିବରଣୀ ରେ କେନ୍ଦ୍ରୀୟ ବ୍ୟାଙ୍କ୍, କାର୍ଡ ଜାରି କରୁଥିବା କମ୍ପାନୀ କୁ କହିଛନ୍ତି ଯେ ଯଦି ଜଣେ ପାଖରେ କାର୍ଡ ଥାଇ ବି ଲମ୍ବା ସମୟ ଯାଏ ଅନଲାଇନ ନେବାଦେବା ପାଇଁ ବ୍ୟବହାର ନକରେ ତେବେ ତାକୁ ନିଶ୍ଚିତ ଭାବରେ ବନ୍ଦ କରି ଦିଆଯିବ ।

ଗତ ବୁଧବାର ଦିନ ଆର୍ ବି ଆଇ ଏହି କାର୍ଡ ର ସୁରକ୍ଷା ପାଇଁ ଗାଇଡ୍ ଲାଇନ ପ୍ରସ୍ତୁତ କରିଛନ୍ତି । ଯଦି କାର୍ଡ କରୁଥିବା ବ୍ୟକ୍ତି ର ଏସବୁ ରେ ସନ୍ଦେହ ହଉଛି ତ କୌଣସି ଘରୋଇ ବା ଅନ୍ତରାଷ୍ଟ୍ରୀୟ କାର୍ଡ ଉପରେ କ୍ଷତି ହେବା ତ ସେମାନେ ଏ କାର୍ଡ ବନ୍ଦ କରି ପାରିବେ ।

ଆର୍ ବି ଆଇ ର ଏଇ ନିର୍ଦ୍ଦେଶ ଅନୁସାରେ, ଭାରତ ରେ ଯେକୌଣସି କାର୍ଡ ପ୍ରସ୍ତୁତ ବା ପୁନଃପ୍ରସ୍ତୁତ କରିବା ସମୟରେ ସେମାନଙ୍କୁ କନ୍ତାକ୍ଟ୍ ଆଧାରିତ ଏଟିଏମ୍ ବା ପିଓଏସ୍  ପାଇଁ ଜାରି କରିବା ଦରକାର । ଏଥିରେ କାର୍ଡ ହୋଲଡର୍ ପାଇଁ ବିକଳ୍ପ ଦିଆଯାଇଛି ନିଜ ସୁବିଧା ରେ କାର୍ଡ ଚାଲୁ କିମ୍ବା ବନ୍ଦ କରି ପାରିବେ । ଆର୍ ବି ଆଇ କହିଛି କାର୍ଡ ଜାରିକର୍ତ୍ତା କୁ ସୁବିଧା ର ଆରମ୍ଭ ବା ବନ୍ଦ କରିବା ସମୟରେ ଏସମେସ ବା ଏମେଲ୍ ଜରିଆରେ ସୂଚନା ଦେବାକୁ ହେବ ।

Leave a Reply

Your email address will not be published. Required fields are marked *