ଆଜିର ବଡ ଖବର: ଡିସେମ୍ବର 1 ରୁ ବଦଳିଯିବ ଏହି ସବୁ ନିୟମ…. ଏବେ ହିଁ ଦେଖନ୍ତୁ ନଚେତ ପସ୍ତେଇବାକୁ ପଡିବ

ଆସନ୍ତା ଦୁଇ ଦିନ ମଧ୍ୟରେ ନଭେମ୍ବର ମାସ ଶେଷ ହୋଇ ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ମାସ ୧ ରୁ ବଦଳିବାକୁ ଯାଉଛି କିଛି ନିୟମ ମାନ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ହେବାକୁ ଯାଉଛି ପରିବର୍ତ୍ତନ ।

୧- ୟୁଏନ ଆଧାର ଲିଙ୍କକୁ ବଢାଇ ନଭେମ୍ବର ୩୦ ଯାଏଁ ସମୟ ସୀମା ଧାର୍ଯ୍ୟ କରାଜି ଥିଲା । ତେବେ ଏହି ସ୍ମାୟ ସୀମାରେ ଆଉ କୌଣସି ବୃଦ୍ଧି କରାଯିବ ନାହି ବୋଲି ଆଶା କରା ଯାଉଛି । ଯେଉଁ ମାନେ ଆଧାର ଲିଙ୍କ ୟୁଏନରେ କରି ନାହାନ୍ତି ସେମାନେ ୩୦ ସୁଦ୍ଧା କରିବା ପାଇଁ ସୂଚନା ରହିଛି । ଯଦି ଏହା ନ ହୁଏ ତେବେ ପିଏଫ ଆକାଉଣ୍ଟ ଧାରି ଅସୁବିଧାରେ ପଡି ପାରନ୍ତି ।

୨- ପ୍ରତି ମାସରେ ସରକାରୀ କମ୍ପାନୀ ଗୁଡିକ ଏଲପିଯି ଗ୍ଯାସ ଦର ଉପରେ ବୃଦ୍ଧି କରୁଛନ୍ତି । କୋରୋନା ଭାଇରସର ଭାଇରାନ୍ଟର ସମସ୍ଯା ସାମନାକୁ ଆସିବା ପରେ ଅଶୋଧିତ ତେଲ ଦାମର ଦର ହ୍ରାସ ପାଇଛି । ଆଶା କରା ଯାଉଛି ଡିସେମ୍ବର ୧ ରୁ ଏଲପିଜ ଗ୍ଯାସ ଦର ହ୍ରାସ ହୋଇପାରେ ।

୩- ସରକାରୀ ପେନସନ କାରୀଙ୍କ ପାଇଁ ଲାଇଭ ସାର୍ଟିଫିକେଟ ଦାଖଲ କରିବାର ଶେଷ ସମୟ ହେଉଛି ୩୦ ତାରିଖ । ବର୍ଷକ ଯାକ ଏହି ଲାଇଭ ସାର୍ଟିଫିକେଟ ବୈଧ ରହିବ । ଏଠାରେ ଅନ ଲାଇନରେ କାର୍ଯ୍ୟ କରିହେବ । ଯଦି ଏହି ସମୟ ସୀମା ମଧ୍ୟରେ ଲାଇଭ ସାର୍ଟିଫିକେଟ ଦାଖଲ ନ କରନ୍ତି ତେବେ ଆପଣ ପେନସନ ପାଇବାରେ ଅସୁବିଧା ଭୋଗ କରି ପାରନ୍ତି ।

୪- ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଡିସେମ୍ବର ୧ ରୁ କିଛି ନିଯମରେ ପରିବର୍ତ୍ତନ ହୋଇପାରେ । ଏହି କାର୍ଡ ବ୍ୟବହାର କରି ଇଏମଆଇରେ କିଣାକିଣି ମହଙ୍ଗା ହୋଇପାରେ । ବର୍ତ୍ତମାନ କ୍ରେଡିଡ କାର୍ଡରେ ଇଏମଆଇରେ କିଣାକିଣି କରିଲେ କେବଳ ସୁଧା ଲାଗୁଛି । କିନ୍ତୁ ନୂଆ ନିୟମ ଅନୁସାରେ ଏବେ ପ୍ରୋସେସିଂ ଫି ମଧ୍ୟ ଦେବାକୁ ପଡିବ । ଯାହାର ପ୍ରଭାବ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ ପଡିବ ।

୫- ଚଳିତ ଫେଷ୍ଟିଭ ସିଜନ ଓ ଅନେକ ବ୍ଯାଙ୍କ ସଂସ୍ଥା ଗୁଡିକ ହୋମ ଲୋନ ଉପରେ ଅଫର ଦେଇଛନ୍ତି । ଅଧିକାଂଶ ବ୍ୟାଙ୍କର ଏହି ଅଫର ଗୁଡିକ ଡିସେମ୍ବର ୩୧ ତାରିଖ ଯାଏଁ ଥିବା ବେଳେ ଏଲାଇଶି ହାଉସିଂ ଫାଇନାନ୍ସର ଅଫର ଚଳିତ ମାସରେ ଶେଷ ହେବାକୁ ଯାଉଛି ।

ତେବେ ଏହା ଥିଲା ସେହି ସବୁ ବଡ ପରିବର୍ତ୍ତନ ଯାହା ଡିସେମ୍ବର ମାସ ୧ ରୁ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ପରିବର୍ତ୍ତନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *