ସରକାରଙ୍କ ବଡ ନିଷ୍ପତ୍ତି, ଡିସେମ୍ବରୁ ହେବ ବଡ ପରିବର୍ତ୍ତନ…. ବଦଳିବ ଅନେକ ନିୟମ

ପ୍ରତି ମାସରେ ସରକାର କିଛି ସାଧାରଣ ନିୟମ ଗୁଡିକରେ ପରିବର୍ତ୍ତନ କରିଥାନ୍ତି । ଯାହାର ସିଧା ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିଥାଏ । ଯେମିତି କି ଗ୍ୟାସର ମୂଲ୍ୟ, ବ୍ୟାଙ୍କ ସମ୍ବନ୍ଧିତ ନିୟମ ଇତ୍ୟାଦି । ଡିସେମ୍ବର ୧ ରୁ ବି ବଦଳିବାକୁ ଯାଉଛି ଏହିଭଳି କିଛି ନିୟମ । ଯେଉଁଥିରେ ଶୁଣିବାକୁ ମିଳୁଛି କି ଗ୍ୟାସ ସିଲିଣ୍ଡର ଏଥର ଶସ୍ତା ହୋଇଯିବ । ଡିସେମ୍ବର ୧ ରୁ ଆପଣଙ୍କ ଜୀବନ ସହ ଜଡିତ ବହୁତ ନିୟମ ପରିବର୍ତ୍ତନ ହୋଇଯିବ ।

ତେବେ ଚାଳନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ ଯାହାକି ପରିବର୍ତ୍ତନ ହେବାକୁ ଯାଉଛି । ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଡିସେମ୍ବର ୧ ରୁ SBI କ୍ରେଡିଟ କାର୍ଡ ସହ ଜଡିତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ SBI କ୍ରେଡିଟ କାର୍ଡରେ Emiରେ ଜିନିଷ କିଣିବା ମହଙ୍ଗା ହୋଇଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ SBI କେବଳ ଗ୍ରାହକମାନଙ୍କ ଠାରୁ ସୁଧ ନେଉଥିଲା । କିନ୍ତୁ ବର୍ତ୍ତମାନ ଯଦି ଆପଣ SBI କ୍ରେଡିଟ କାର୍ଡରେ EMIରେ କିଛି କିଣୁଛନ୍ତି ତେବେ ଆପଣଙ୍କୁ ପ୍ରୋସେସିଂ ଫି ଦେବାକୁ ପଡିବ । ଏହାର ସିଧା ପ୍ରଭାବ SBI କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଲୋକମାନଙ୍କ ଉପରେ ପଡିବ ।

ସେହିଭଳି LPG ଗ୍ୟାସର ମୂଲ୍ୟରେ ବି କିଛି ପରିବର୍ତ୍ତନ ଆସିବ । ଗ୍ୟାସ କମ୍ପାନୀମାନେ ସବୁ ମାସରେ ଗ୍ୟାସର ମୂଲ୍ୟରେ କିଛି ନା କିଛି ପରିବର୍ତ୍ତନ କରିଥାନ୍ତି । କିଛି ଦିନ ତଳେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମ କରିବା ପାଇଁ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଗ୍ୟାସର ମୂଲ୍ୟ ବି କମିପାରେ ବୋଲି ସମସ୍ତେ ଆଶା କରୁଛନ୍ତି ।

UAN ସହ ଆଧାର ଲିଙ୍କର ସମୟ ସୀମାକୁ ମଧ୍ୟ ବୁଦ୍ଧି କରାଯାଇଛି । ପ୍ରଥମେ ଏହି ସମୟ ସୀମା ନଭେମ୍ବର ୩୦ ପର୍ଯ୍ୟନ୍ତ ଥିଲା । କିନ୍ତୁ ଯେଉଁମାନେ ଏହା ମଧ୍ୟରେ UAN ସହ ଆଧାର ଲିଙ୍କ କରାଇ ନାହାନ୍ତି ସେହି ବ୍ୟକ୍ତିମାନଙ୍କ ଖାତାରେ ପିଏଫ ଜମା ହବ ନାହିଁ । ସେମାନେ ଟଙ୍କା ବି ଉଠାଇ ପାରିବେ ନାହିଁ । ଯଦି ଆପଣ UAN ସହ ଆଧାର ଲିଙ୍କ କରି ନାହାନ୍ତି ତେବେ ଆଜି ହିଁ EPFO ଅଫିସ ସହ ଯୋଗାଯୋଗ କରନ୍ତୁ ।

ଏହା ସହ କହିଦେଉଛୁ କି ପେନସନ ପାଉଥିବା ଲୋକମାନଙ୍କ ପାଇଁ ବି ଏକ ବଡ ଖବର । ଯଦି ଆପଣ ସରକାରୀ ପେନସନ ଉପଭୋକ୍ତା ଅଟନ୍ତି ତେବେ ଆପଣ ନିଶ୍ଚିତ ରୂପରେ ଜାଣିବା ଉଚିତ । ଜୀବନ ପତ୍ର ଅର୍ଥାତ ଲାଇଫ ସାର୍ଟିଫିକେଟ ଜମା କରିବାର ଶେଷ ସମୟ ନଭେମ୍ବର ୩୦ ତାରିଖ ଥିଲା । ଯଦି ଏହି ସମୟ ମଧ୍ୟରେ ଆପଣ ଏହି ଜୀବନ ପତ୍ର ଜମା କରି ନାହାନ୍ତି ତେବେ ଆପଣଙ୍କୁ ପେନସନ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *