ବିବାହ ପରେ ପ୍ରଥମଥର Sabyasachiଙ୍କୁ ତାଙ୍କ ଜନ୍ମଦିନରେ କଣ ଗିଫ୍ଟ ଦେଲେ Archita

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଓଡିଆ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ସୁନ୍ଦରତା, ପର୍ଶନାଲ ଲାଇଫ ଓ ଷ୍ଟାଇଲ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ନିଜର ମ୍ୟାରେଡ ଲାଇଫକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବିବାହ ପରେ ଅଭିନେତା ସବ୍ୟସାଚୀଙ୍କ ଜନ୍ମଦିନରେ ଅର୍ଚ୍ଚିତା କଣ ସବୁ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ସେଲିବ୍ରେଟି ସବ୍ୟସଚୀ ଓ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହିଙ୍କ ଯୋଡି ଓଡିଆ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ଯେତିକି ସୁନ୍ଦର ଲାଗେ ଠିକ ସେତିକି ରିୟଲ ଲାଇଫରେ ମଧ୍ୟ ଲାଗେ । ଦୁହେଁ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଡୁହନେ ନିଜର ମ୍ୟାରେଡ ଲାଇଫରେ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି । ଏହା ସହ ଦୁହେଁ ସାମାଜିକ କାର୍ଯ୍ୟରେ ମଧ୍ୟନିଜକୁ ନିଯୋଜିତ କରିବାର ନଜର ଆସୁଛନ୍ତି । ତେବେ ସବ୍ୟସାଚୀଙ୍କ ଜନ୍ମଦିନ ଅର୍ଚ୍ଚିତା ଖୁବ ଧୂମଧାମ ରେ ସେଲିବ୍ରେସନ କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ ।

ବିବାହ ପରେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ସବ୍ୟଙ୍କର ଜନ୍ମଦିନ ପାଳନ କରିଛନ୍ତି । ତେବେ ହି ଭିଡିଓ ରେ ସବ୍ୟ କେକ କାଟିବା ସହ ତାଙ୍କ ମୁହଁ ରେ କେକ ଲାଗି ଥିବାର ମଧ୍ୟ ନଜର ଆସୁଛନ୍ତି ଯାହା ଅର୍ଚ୍ଚିତାଙ୍କ ଦ୍ଵାରା ହୋଇଛି । ଅର୍ଚ୍ଚିତା ଖୁସିରେ ସବ୍ୟଙ୍କ ମୁହଁରେ କେକ ଲଗାଇ ବହୁତ ମଜାମସ୍ତି କରି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ନିଜେ ଅର୍ଚ୍ଚିତା ମଧ୍ୟ ମୁହଁରେ କେକ ଲଗାଇଛନ୍ତି ଯାହା ସବ୍ୟ ତାଙ୍କୁ ଲଗାଇଛନ୍ତି । ଗୀତ ଓ ଡ୍ୟାନ୍ସ କରି ଦୁହେଁ ନିଜର ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ।

ତେବେ ଏହା ଥିଲା ସବ୍ୟଙ୍କ ପାଇଁ ଅର୍ଚ୍ଚିତାଙ୍କ ତରଫରୁ ଜନ୍ମଦିନର ଉପହାର । ଯାହାକୁ ଦେଖିବା ପରେ ସବ୍ୟ ବହୁତ ଖୁସି ହୋଇଥିଲେ । ଅର୍ଚ୍ଚିତା ସବ୍ୟଙ୍କ ପାଇଁ ସରପ୍ରାଇଜ ପାର୍ଟି ରଖିଥିଲେ ଯାହାକୁ ଦେଖି ସବ୍ୟ ଖୁସିରେ ଫୁଲି ଉଠିଥିଲେ । ତେବେ ଏହି ଦୁଇ ଦମ୍ପତି ଏମିତି ନିଜର ବିବାହିତା ଜୀବନରେ ହସ ଖୁସିରେ ସମୟ ଅତିବାହିତ କରନ୍ତୁ ଏହା ଆମେ ମାନେ ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *