Special Report: କମିବ ପେଟ୍ରୋଲ ଓ ଡିଜେଲ ଦର! ଦେଖନ୍ତୁ କେତେ

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ହେବ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବହୁଳ ମାତ୍ରା ରେ ବୃଦ୍ଧି ପାଇଛି । ଯାହା ଦ୍ଵାରା ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ଜିଏସଟି ପରିସର କୁ ଆସିବ ପେଟ୍ରୋଲ ଓ ଡିଜେଲ । ଲକ୍ଷ୍ନୌ ଠାରେ ୪୫ ତମ ଜିଏସଟି ପ୍ୟାନେଲ ରେ ବୈଠକ ହୋଇଛି । ପେଟ୍ରୋଲ ଦର ୭୫ ଟଙ୍କା ଓ ଡିଜେଲ ଦର ୬୮ ଟଙ୍କା ଙ୍କୁ ଖସିବ ବୋଲି ସୂଚନା ଯୋଗ୍ୟ ହୋଇଛି । ପେଟ୍ରୋଲିୟମ ଜିଏସଟି କି ପରିସରଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଆଲୋଚନା ।

ଗତ ଜୁନ ମାସରେ କେରଳ ସରକାର ହାଇ କୋର୍ଟ କୁ ଏହି ମାମଲା ରେ ବିଚାର କରିବାକୁ ନିର୍ଦେଶ ଦେଇଥିଲେ । ଏହା ପରେ ଜିଏସଟି ମନ୍ତ୍ରୀ ସମୋହ ଗୋଟିଏ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ଜିଏସଟି ବୈଠକ ରେ ଏହି ପ୍ରସ୍ତାବକୁ ଯଦି ଏକ ତୃତୀୟାନ୍ସ ସଦସ୍ୟ ଙ୍କ ଅନୁମୋଦନ ମିଳିବ ତା ହେଲେ ପେଟ୍ରୋଲ ଜିଏସଟି ଅନୁମୋଦନ ହୋଇଯିବ । ଜିଏସଟି ପରିସର କୁ ଆସିବା ପରେ ସାରା ଦେଶରେ ପେଟ୍ରୋଲ ଦର ୭୫ ଟଙ୍କା ଓ ଡିଜେଲ ଦର ୬୮ ଟଙ୍କା ତଳକୁ ଖସିବ ।

ଏବେ ଅଧିକାଂଶ ସହର ରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ଉପରେ ରହିଛି । ପେଟ୍ରୋଲ ଓ ଡିଜେଲ ଦର କମିଲେ ଅନ୍ୟ ଜିନିଷ ଗୁଡିକର ଦାମ ମଧ୍ୟ ହ୍ରାସ ପାଇବ । ଗୋଟେ ଲିଟର ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ୩୨ ଟଙ୍କା ୯୦ ପଇସା, ଡିଲର କମିଶନ ୩ ଟଙ୍କା ୮୪ ପଇସା, ରାଜ୍ୟ ଭାଟ ବାବଡକୁ ୨୩ ଟଙ୍କା ୩୯ ପଇସା ନେଉଛି । ସେହିପରି ଅନ୍ଯାନ୍ଯ ଟିକସ ବାବଦରେ ୩୦ ପଇସା ଲାଗୁ କରା ଯାଉଛି ।

ଫଳରେ ପେଟ୍ରୋଲ ଏକ ଲିଟର ପିଛା ୧୦୧ ଟଙ୍କା ପାରା ହୋଇଛି । ଯଦି ଏହା ଜିଏସଟି ପରିସର ଭୁକ୍ତ ହୁଏ ତେବେ କେନ୍ଦ୍ର ସରକାର ଙ୍କ ରାଜସ୍ଵ ଆଦାୟ ରେ ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ । ସେହିପରି ରାଜ୍ୟ ଗୁଡିକର ରାଜସ୍ଵ ଆଦାୟ ୩୦ ହଜାର କୋଟି ଟଙ୍କା କମି ଯିବ ବୋଲି ଆକଳନ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *