ଦେଖନ୍ତୁ Ollywood ର ଫେମସ ସିଙ୍ଗର Aseema Panda ଙ୍କ Family & Biography

ଓଲିଉଡ ଜଗତରେ ଅଭିନୟ କରି କଳାକାର ଏମାନେ ଯେତେ ଫ୍ଯମସ ହୋଇ ପାରିଛନ୍ତି ଠିକ ସେହିପରି ଗାୟକ ଓ ଗାୟିକା ମାନେ ମଧ୍ୟ ଖୁବ ଫ୍ଯମସ ହୋଇ ପାରିଛନ୍ତି । ଓଡିଶାରେ ଏମିତି କିଛି ଗୀତିକାର ମାନେ ଅଛନ୍ତି ଯେଉଁ ମାନେ ନିଜର ସୁମଧୁର କଣ୍ଠ ରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଏମିତି କିଛି ଗାୟକ ବା ଗାୟିକା ମାନେ ଅଛନ୍ତି ଯେଉଁ ମାନଙ୍କର ସଙ୍ଗୀତ ପାଇଁ ତାଙ୍କଉ ବହୁତ ସାରା ଭଲ ପାଇବା ଓଡିଶା ବାସୀଙ୍କ ଠାରୁ ମିଳିଛି । ଆଜି ଆମେ ଆପଣ ମାନଙ୍କୁ ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଓଡିଶା ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବହୁତ କମ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜକୁ ପରିଚିତ କରାଇ ପାରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଚୂଳବୁଲି ଗାୟିକା ଭାବେ ପରିଚିତ ଅଟନ୍ତି ।

ସେ ୧୯୮୨ ଅକ୍ଟୋବର ୨୫ରେ ଢେଙ୍କାନାଳ ର ବ୍ରାଂହଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ରେ ତାଙ୍କ ବାପା, ମା ଓ ବଡ ଭାଇ ଅଛନ୍ତି । ତାଙ୍କର ଉଚ୍ଚତା ହେଉଛି ୫.୭ ଇଞ୍ଚ ଅଟେ । ସେ ପିଲା ଦିନୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ । ସେ ନିଜର ମଧୁର କଣ୍ଠ ପାଇଁ ଓଡିଶାରେ ଘରେ ଘରେ ପରିଚିତ ଅଟନ୍ତି ।

ସେ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ର ତାରକା ହୋଇ ପାରିଛନ୍ତି । ସେ ଗାଇଥିବା ଗୀତ ଦେଶୀ ପିଲା, ଜିଗର ବାଲା, ହଳଦୀ ଗିନା, ହେ ଇଶ୍ଵର ଆଦି ଖୁବ ଫ୍ଯମସ ହୋଇ ପାରିଥିଲା । ସେ ୨୦୧୫ରେ ମାନସ ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ବିବାହର ୬ ମାସ ପରେ ସେ ତାଙ୍କ ସ୍ଵାମୀ ଙ୍କ ଠାରୁ ଅଲଗା ହୋଇଛନ୍ତି । ବର୍ତ୍ତମାନ ସେ ତାଙ୍କ ପରିବାର ସହ ରହୁଛନ୍ତି । ସେ ତାଙ୍କର ସଙ୍ଗୀତ ମାଧ୍ୟମ ରେ ଅନେକ ସାରା ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ।

ଆଜିକା ଡେଟ ରେ ସେ ଓଡିଶାର ଜଣେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ ଗାଇଥିବା ଗୀତ ଗୁଡିକ ମଧ୍ୟ ରେ ତାକୁ ଭୁଲିବାରେ ହୃଦୟ, ଚାଲିଗଲା ଆୟୁଷ ଆମ ପ୍ରେମର, ଜୀବନ ଥିବା ଯାଏଁ, ତୁ ଭୁଲିଗଲୁ ମୁଁ ପାରୁନି ଭୁଲି, ଫେରିଆ ସାଥି ତୁ ମୋର ଇତ୍ୟାଦି ଅନ୍ଯତମ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଗାୟିକା ଅସୀମା ପଣ୍ଡାଙ୍କର ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *