ଦର୍ଶକ ବନ୍ଧୁ ଆପଣ ମାନେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ କ୍ଯାରିୟର ରେ ଅନେକ ସାରା ସୁପର ହିଟ ଫିଲ୍ମ କରି ସାରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଆଜିର ସମୟରେ ବର୍ଷା ନିଜର ସାମାଜିକ କାର୍ଯ୍ୟ ପାଇଁ ବେଶ ଚର୍ଚ୍ଚା ରେ ରହୁଛନ୍ତି । ତାଙ୍କର ଲୋକପ୍ରିୟତା ଏତେ ବଢି ଯାଇଛି କି ଫ୍ୟାନ୍ସ ମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାରୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ସେମିତି କିଛି ଖାସ କଥା ନେଇ ଆସିଛୁ ।
ବନ୍ଧୁଗଣ ବର୍ଷା ୨୦୧୪ ରେ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । ଦୁହିଙ୍କର ଯୋଡି ଅଭିନୟ ଦୁନିଆରେ ଯେତିକି ଲୋକପ୍ରିୟ ଥିଲା ଅଭିନୟ ଦୁନିଆରେ ମଧ୍ୟ ତା ଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛି । କିନ୍ତୁ ବିବାହର କିଛି ସମୟ ପରେ ଦୁଇ ଯୋଡ଼ିଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା । ଯାହା ପାଇଁ ଦୁହେଁ ଅଲଗା ଅଲଗା ରହିବାକୁ ଲାଗିଲେ । ଅନୁଭବ ନିଜ ପରିବାର ସହ ଭଡା ଘରେ ରହୁଥିବା ବେଳେ ବର୍ଷା ଅନୁଭବଙ୍କ ଘରେ ରହୁଥିଲେ ।
ତେବେ ଦୀର୍ଘ ଦିନ ହେବ ଦୁହେଁ କୋର୍ଟ ର ଦ୍ଵାରସ୍ଥ ହେବା ପରେ ଏବେ ତାଙ୍କର ଶେଷ ଶୁଣାଣୀ ଆରମ୍ଭ ହୋଇଛି । ଯାହା ପାଇଁ ବର୍ଷା ଓ ଅନୁଭବ ଉଭଯଙ୍କୁ ଜେରା କାରାଜିଛି । ଏହାରି ମଧ୍ୟରେ ବର୍ଷା ଅନୁଭବ ଙ୍କ ପୈତୃକ ସମାପ୍ତି ଛାଡି ନିଜ ବାପ ଘରକୁ ଚାଲି ଯାଇଛନ୍ତି କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ । ବର୍ତ୍ତମାନ ସମୟରେ ବର୍ଷାଙ୍କ ଏହି ଭିଡିଓ କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଭାଇରାଲ ହୋଇଥିବା ଭିଡିଓ ରେ ବର୍ଷା ନିଜ ମା ଙ୍କ ପାଖରେ ରହୁଛନ୍ତି ।
ଆଉ ତାଙ୍କ ସାଙ୍ଗ ସାଥି ମାନଙ୍କ ସହ ବୁଲାବୁଲି କରି ସମୟ ବ୍ଯତୀତ କରିବାର ନଜର ଆସୁଛନ୍ତି । ଏମିତିକି ବର୍ଷା ଙ୍କୁ ତାଙ୍କ ମା ଭଲ ଭଲ ଖାଦ୍ୟ ରୋଷେଇ କରି ଦେଉଛନ୍ତି ଆଉ ସେ ଖୁସି ମନରେ ଖାଉଛନ୍ତି ମଧ୍ୟ । ସାଙ୍ଗ ମାନଙ୍କ ସହ ବର୍ଷା ସପିଙ୍ଗ ମଲ ବୁଲିବାକୁ ଯିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଏମିତିକି ବର୍ଷା ଙ୍କ ମା ତାଙ୍କ ମୁଣ୍ଡ କୁଣ୍ଡାଇ ଦେଉଥିବାର ମଧ୍ୟ ନଜର ଆସୁଛନ୍ତି । ବର୍ଷା ଏବେ ନିଜ ମା ଙ୍କ ସହ ଅଧିକରୁ ଅଧିକ ସମୟ ବ୍ଯତୀତ କରୁଛନ୍ତି ନିଜ ଏକାପଣ ଦୂର କରିବା ପାଇଁ ।
ସେ ଯେତେ ଖୁସି ରେ ଥିଲେ ତାଙ୍କ ମନରେ କେଉଁଠି ନା କେଉଁଠି ଏବେ ଅନୁଭବ ଅଛନ୍ତି ଆଉ ସେ ଅନୁଭବ ଙ୍କୁ ଝୁରି ହେଉଛନ୍ତି ତାହା ସ୍ପଷ୍ଟ ତାଙ୍କ ମୁହଁ ରୁ ବାରି ହେଉଛି । ବନ୍ଧୁଗଣ ଆପଣ ମାନଙ୍କୁ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିନୟ ଓ ବ୍ୟକ୍ତିଗତ ଜୀବନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।