‘ମୋ ପୁଅକୁ ଜାତୀୟ ପତାକା ଦ୍ଵାରା ଢଙ୍କାଯାଉ’ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ମୃତ ODRAF ଯବାନ Sitaramଙ୍କ ବାପା

ODRF ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କ ମୁଣ୍ଡୁଳିରେ ବୋର୍ଟ ଓଲଟିବା କାରଣରୁ ନଦୀର ବନ୍ୟା ପାଣି ମଧ୍ୟରେ ହଜି ଯାଇ ଥିଲେ । ଯାହା ପର ଠାରୁ ସେ ନିଖୋଜ ଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ ଶରୀରକୁ ନଦୀରୁ ଉଦ୍ଧାର କରାଯାଇଥିଲା ଓ ଆଜି ସକାଳେ ତାଙ୍କର ମୃତ ଶରୀରକୁ ତାଙ୍କର ଗ୍ରାମକୁ ନିଆଯାଇ ଥିଲା । କହିଦେଉଛୁ କି ଯେଉଁ ସମୟରୁ ODRF ଯବାନ ସୀତାରାମ ମୁର୍ମୁଙ୍କ ନିଖୋଜ ହୋଇଛନ୍ତି ସେହି ସମୟରୁ ତାଙ୍କର ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି ।

ତାଙ୍କର ପତ୍ନୀ ଓ ପିତା ଉଭୟ ନିଜର ସ୍ଵାମୀ ଓ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି । ମୃତ୍ୟୁ ଖବର ସାମ୍ନାକୁ ଆସିବା ପର ଠାରୁ କେବଳ ତାଙ୍କ ଘରେ ନୁହେଁ ପୁରା ଗ୍ରାମରେ ସମସ୍ତେ ଦୁଖିତ ଅଛନ୍ତି । କହିଦେଉଛୁ କି ଆଜି ସକାଳେ ସୀତାରାମ ମୁର୍ମୁଙ୍କ ଆର ଶରୀରକୁ ତାଙ୍କର ଗାଁକୁ ନିଆଯାଇ ଥିଲା ।

କିନ୍ତୁ ସେଠି ତାଙ୍କର ପରିବାର ଲୋକମାନେ ସୀତାରାମ ମୁର୍ମୁଙ୍କ ମର ଶରୀରକୁ ଗ୍ରହଣ କରି ନାହାନ୍ତି ତାଙ୍କର କହିବା ଅଟେ କି ତାଙ୍କର କିଛି ସର୍ତ ଅଛି ଯାହାକୁ ସରକାର ପୁରା କରିଲେ ହିଁ ସେ ସୀତାରାମ ମୁର୍ମୁଙ୍କ ମର ଶରୀରକୁ ଗ୍ରହଣ କରିବେ ନଚେତ ନାହିଁ ।

ସୀତାରାମ ମୁର୍ମୁଙ୍କ ବାପାଙ୍କ କହିବା ଅଟେ କି ଡିୟୁଟି ଉପରେ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏହା ସତ୍ବେ ବି ସରକାର ତାଙ୍କର ମୃତ୍ୟୁ ପରେ କୌଣସି ବି ପ୍ରକାରର ଘୋଷଣା କରି ନାହାନ୍ତି । ତାଙ୍କୁ ଜାତୀୟ ପତାକା ଦ୍ଵାରା ଢଙ୍କା ଯାଇ ନାହିଁ ।

ବର୍ତ୍ତମାନ ଆମର ଦାବି ଅଟେ କି ଯେଉଁ ସମୟ ପର୍ଯ୍ୟନ୍ତ ସୀତାରାମ ମୁର୍ମୁଙ୍କ ମର ଶରୀର ଉପରେ ଜାତୀୟ ପତାକା ନ ଢଙ୍କା ଯାଉଛି ଓ ସରକାର ଯେତେ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ଘୋଷଣା ନ କରିଛନ୍ତି ସେହି ସମୟ ପର୍ଯ୍ୟନ୍ତ ଆମେ ଗାଡିରୁ ପୁଅକୁ ଗ୍ରହଣ କରିବୁ ନାହିଁ । ତାଙ୍କର ଛୋଟ ଛୋଟ ପିଲାମାନଙ୍କର ପାଠ ପଢା ଓ ସମସ୍ତ ଦାୟିତ୍ଵ ସରକାର ଗ୍ରହଣ କରିବେ ।

ସୀତାରାମ ମୁର୍ମୁଙ୍କ ପତ୍ନୀ ଦାନକୀ ମୁର୍ମୁଙ୍କୁ ଚାକିରି ଦିଆଯାଉ ଓ ଆମକୁ ୨୦ ଲକ୍ଷ ଟଙ୍କା ଦରକାର । ସୀତାରାମ ମୁର୍ମୁଙ୍କ ଜଣେ ସାଥି କହିଲେ କି ସୀତାରାମ ମୁର୍ମୁ ଜଣେ ପାଣି ବୁଡାଳି । ସେ ନିଜର ପୁରା ଜୀବନରେ ୫୦୦ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ମୃତ୍ୟୁ ଆମର ODRF ଟିମର ବହୁତ ବଡ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *